Advertisment

India Third Pharmaceutical Exports ଔଷଧ ରପ୍ତାନିରେ ଭାରତ ତୃତୀୟ, ୬୦ ବିଲିଅନ୍‌ ଡଲାରର ଶିଳ୍ପ

Advertisment

ଔଷଧ ରପ୍ତାନିରେ (ମୋଟ ରପ୍ତାନି ପରିମାଣ ଅନୁଯାୟୀ) ଭାରତ ବିଶ୍ବରେ ତୃତୀୟ ସ୍ଥାନରେ ରହିଛି। ଏହି କ୍ଷେତ୍ରରେ ୨୦୨୫-୨୬ରେ ୯.୪ ପ୍ରତିଶତ ଅଭିବୃଦ୍ଧି ହାର ହାସଲ ହୋଇଛି।

ଔଷଧ ରପ୍ତାନିରେ (ମୋଟ ରପ୍ତାନି ପରିମାଣ ଅନୁଯାୟୀ) ଭାରତ ବିଶ୍ବରେ ତୃତୀୟ ସ୍ଥାନରେ ରହିଛି। ଏହି କ୍ଷେତ୍ରରେ ୨୦୨୫-୨୬ରେ ୯.୪ ପ୍ରତିଶତ ଅଭିବୃଦ୍ଧି ହାର ହାସଲ ହୋଇଛି।

medicine1

India ranks third in pharmaceutical exports Photograph: (SAMBAD.IN)

ନୂଆଦିଲ୍ଲୀ: ଔଷଧ ରପ୍ତାନିରେ (ମୋଟ ରପ୍ତାନି ପରିମାଣ ଅନୁଯାୟୀ) ଭାରତ ବିଶ୍ବରେ ତୃତୀୟ ସ୍ଥାନରେ ରହିଛି। ଏହି କ୍ଷେତ୍ରରେ ୨୦୨୫-୨୬ରେ ୯.୪ ପ୍ରତିଶତ ଅଭିବୃଦ୍ଧି ହାର ହାସଲ ହୋଇଛି। ତେବେ ୨୦୨୬-୨୭ରେ ତାହା ୧୦ ପ୍ରତିଶତରୁ ଅଧିକ ହେବା ଆକଳନ କରାଯାଇଛି। ସଂପ୍ରତି ୨୦୦ରୁ ଅଧିକ ବଜାରକୁ ଭାରତରୁ ଔଷଧ ରପ୍ତାନି ହେଉଛି। ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ଆର୍ଥିକ ବର୍ଷରେ ଭାରତରୁ ୩୦.୪୭ ବିଲଅନ୍‌ ଡଲାର ମୂଲ୍ୟର ଔଷଧ ବିଭିନ୍ନ ଦେଶକୁ ରପ୍ତାନି ହୋଇଛି। ଏବେ ଦେଶରେ ୬୦ ବିଲିଅନ୍‌ ଡଲାରର ଔଷଧ ଶିଳ୍ପ ରହିଛି। ଏହାକୁ ପ୍ରୋତ୍ସାହନ ଦିଆଯାଉଥିବା ବେଳେ ୨୦୩୦ ସୁଦ୍ଧା ଏହାକୁ ୧୩୦ ବିଲିଅନ୍‌ ଡଲାରରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି।

୧୯ ପ୍ରତିଶତ ଔଷଧ ୟୁରୋପୀୟ ରାଷ୍ଟ୍ରଗୁଡ଼ିକୁ ରପ୍ତାନି ହେଉଛି

ଭାରତ ୩୦.୪୭ ବିଲଅନ୍‌ ଡଲାର ମୂଲ୍ୟର ଔଷଧ ବିଭିନ୍ନ ଦେଶକୁ ରପ୍ତାନି କରୁଥିବା ବେଳେ ଏହାର ଏକ ବଡ଼ ଅଂଶ ୩୪ ପ୍ରତିଶତ ଆମେରିକାକୁ ରପ୍ତାନି ହୋଇଥାଏ। ସେହିପରି ୧୯ ପ୍ରତିଶତ ୟୁରୋପୀୟ ରାଷ୍ଟ୍ରଗୁଡ଼ିକୁ ରପ୍ତାନି ହେଉଛି।

Hindus Most Educated Religious Group ହିନ୍ଦୁମାନେ ଆମେରିକାର ସବୁଠାରୁ ଶିକ୍ଷିତ ଧାର୍ମିକ ଗୋଷ୍ଠୀ: ରିପୋର୍ଟରେ ବଡ଼ ଖୁଲାସା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe