୮୯ ବର୍ଷ ବୟସରେ ୨ ମିନିଟ୍‌ ଶୀର୍ଷାସନ କରୁଛନ୍ତି ଈଶ୍ବର ଗୁପ୍ତା

ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲ୍ଡ ରେକର୍ଡସ୍‌ରେ ନାଁ ଲିପିବଦ୍ଧ କରିବାକୁ ଦୀର୍ଘ ସମୟଧରି ଶୀର୍ଷାସନ କରିଛନ୍ତି ସ୍ଥାନୀୟ କୋଏଲନଗର ଈଶ୍ବର ନାଥ ଗୁପ୍ତା। ଶ୍ରୀ ଗୁପ୍ତାଙ୍କ ବୟସ ୮୯ ବର୍ଷ ୪ ଦିନ। ସେ ରବିବାର ସକାଳେ ସ୍ଥାନୀୟ ସେକ୍ଟର-୨ ଉତ୍କଳ ଯୋଗ କେନ୍ଦ୍ରରେ ୨ ମିନିଟ୍‌ଧରି ଶୀର୍ଷାସନ କରିଥିଲେ।

Gunise record attampt

Gunise record attampt Photograph: (sambad.in)

ରାଉରକେଲା: ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲ୍ଡ ରେକର୍ଡସ୍‌ରେ ନାଁ ଲିପିବଦ୍ଧ କରିବାକୁ ଦୀର୍ଘ ସମୟଧରି ଶୀର୍ଷାସନ କରିଛନ୍ତି ସ୍ଥାନୀୟ କୋଏଲନଗର ଈଶ୍ବର ନାଥ ଗୁପ୍ତା। ଶ୍ରୀ ଗୁପ୍ତାଙ୍କ ବୟସ ୮୯ ବର୍ଷ ୪ ଦିନ। ସେ ରବିବାର ସକାଳେ ସ୍ଥାନୀୟ ସେକ୍ଟର-୨ ଉତ୍କଳ ଯୋଗ କେନ୍ଦ୍ରରେ ୨ ମିନିଟ୍‌ଧରି ଶୀର୍ଷାସନ କରିଥିଲେ। ସେ ସର୍ବାଧିକ ବୟସ୍କ (ପୁରୁଷ) ବର୍ଗରେ ଏହି ରେକର୍ଡ ହାସଲ କରିବାକୁ ଉଦ୍ୟମ କରିଛନ୍ତି। 

ଆଜିର ପ୍ରଦର୍ଶନ ପୂର୍ବ ରେକର୍ଡକୁ ପଛରେ ପକାଇ ଦେଇଛି। ଏହି ବୟସ ବର୍ଗରେ ପୂର୍ବ ରେକର୍ଡ ମାତ୍ର ୧୦ ସେକେଣ୍ଡ୍‌ ଥିଲା। ଏ ସଂକ୍ରାନ୍ତୀୟ ଭିଡିଓପ୍ରୁଫ୍‌ ଓ ଅନ୍ୟାନ୍ୟ କାଗଜପତ୍ରର ତର୍ଜମାପରେ ଗିନିଜ୍‌ ୱାର୍ଲ୍ଡ ରେକର୍ଡ୍ସ କର୍ତ୍ତୃପକ୍ଷ ଏନେଇ ବିଧିବଦ୍ଧ ଘୋଷଣା କରିବେ।

ଉଲ୍ଲେଖଯୋଗ୍ୟ, ରାଉରକେଲା ଇସ୍ପାତ କାରଖାନାର ପୂର୍ବତନ ଅଧିକାରୀ ଶ୍ରୀ ପଣ୍ଡା ଚାକିରିରୁ ଅବସରପରେ ଗତ ୩୫ ବର୍ଷ ହେଲା କ୍ରିୟାଯୋଗ ପ୍ରଶିକ୍ଷଣ ଦେଉଛନ୍ତି। ୨୦୨୩  ଜାନୁଆରି ୧ ତାରିଖରେ ସାଢ଼େ ୭ ମିନିଟଧରି ଶୀର୍ଷାସନ କରିଥିଲେ।

Rourkela | Yoga

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe