jajpur zilla parishad vice president ganeswar baral suspended from bjd Photograph: (sambad.in)
ଯାଜପୁର: ଯାଜପୁର ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ତଥା ବିଜୁ ଜନତା ଦଳର ବଡ଼ଚଣାର ଯୁବ ନେତା ଗଣେଶ୍ୱର ବରାଳଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରାଯାଇଛି। ଦଳରୁ ନିଲମ୍ବନ ହେବା ନେଇ ପ୍ରତାପ ଜେନାଙ୍କ ଦସ୍ତଖତରେ ଏକ ଚିଠି ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି।
ଗଣେଶ୍ୱର ଦୀର୍ଘ ଦିନ ଧରି ବିଜୁ ଜନତା ଦଳର ବଡ଼ଚଣା ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଥିଲେ। ବଡ଼ଚଣା ବ୍ଲକ ଖଇରା ପଞ୍ଚାଯତର ସରପଞ୍ଚ ଥିଲେ ଗଣେଶ୍ୱରଙ୍କ ସ୍ତ୍ରୀ। ପରେ ଗଣେଶ୍ୱର ଦୁଇ ଥର ବିଜେଡି ଟିକେଟରେ ଜିଲ୍ଲା ପରିଷଦ ସଦସ୍ୟ ଭାବେ ନିର୍ବାଚିତ ହେବା ପରେ ପୂର୍ବତନ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଏକାନ୍ତ ଅନୁଗତ ଥିବାରୁ ତାଙ୍କୁ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପଦ ମିଳିଥିଲା। ୨୦୨୪ ବିଧାନସଭା ନିର୍ବାଚନରେ ଗଣେଶ୍ୱର ଅମର ପ୍ରସାଦ ଶତପଥୀଙ୍କୁ ଟିକେଟ ନ ଦେବାକୁ ଘୋର ବିରୋଧ କରିଥିଲେ।
ଆହୁରି ପଢ଼ନ୍ତୁ:Young Man Death Accident ସଂପର୍କୀୟଙ୍କ ଘରକୁ ଯାଇଥିଲେ , ଶବ ହୋଇଫେରିଲେ ଯୁବକ
ସାମାଜିକ ଗଣମାଧ୍ୟମରେ ନିଲମ୍ବନ ଚିଠି
ତେବେ ଦଳରୁ ନିଲମ୍ବନ ହେବା ନେଇ ପ୍ରତାପ ଜେନାଙ୍କ ଦସ୍ତଖତରେ ଏକ ଚିଠି ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି।
ଆହୁରି ପଢ଼ନ୍ତୁ:Murder Young Engineer ଅଧୁରା ରହିଲା ଦମ୍ପତିଙ୍କ ମକର ମିଳନ: ଯୁବ ଇଞ୍ଜିନିୟରଙ୍କୁ ଚଳନ୍ତା ଟ୍ରେନ୍ରୁ ଠେଲି ହତ୍ୟା, ସ୍କୁଟି ଧରି ଅପେକ୍ଷା କରିଥିଲେ ପତ୍ନୀ
Follow Us