kanak-news-odisha-nirman-conclave-2025 Photograph: (Sambad.in)
ଭୁବନେଶ୍ୱର: ଆଜି କନକ ନ୍ୟୁଜ୍ର ‘ଓଡ଼ିଶା ନିର୍ମାଣ କନକ୍ଲେଭ୍-୨୦୨୫’ର ଆରମ୍ଭ ହୋଇଛି। ସକାଳ ୧୦ଟା ୩୦ରୁ କନକ ନ୍ୟୁଜରେ ଏହାର ସିଧା ପ୍ରସାରଣ ଆରମ୍ଭ ହୋଇଛି।‘ସମ୍ବାଦ’ ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହାର ଶୁଭାରମ୍ଭ ହୋଇଛି।
ଓଡ଼ିଶା ନିର୍ମାଣ ପୂର୍ବରୁ ତାର ନକ୍ସା ପ୍ରସ୍ତୁତ କରିବାକୁ ନିର୍ମାତାମାନଙ୍କୁ ଅନୁରୋଧ
ଏହି କନକ୍ଲେଭରେ ‘ସମ୍ବାଦ’ ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ସ୍ବାଗତ ଭାଷଣ ଦେଇ କହିଛନ୍ତି, ଓଡ଼ିଶା ନିର୍ମାଣ କଥା ଭାବିବା ବେଳେ ଗୋଟିଏ ଧନୀ ପ୍ରଦେଶରେ ଗରିବ ଲୋକଙ୍କୁ ନେଇ ଓଡ଼ିଶା ଗଠିତ ବୋଲି ମନେ ପଡ଼ୁଛି। ଓଡ଼ିଶା ନିର୍ମାଣ ପୂର୍ବରୁ ତାର ନକ୍ସା ପ୍ରସ୍ତୁତ କରିବାକୁ ନିର୍ମାତାମାନଙ୍କୁ ଅନୁରୋଧ। ଏହି ନକ୍ସା ସଂପର୍କରେ ଚିନ୍ତା କରିବାର ସମୟ ଆସିଛି। ୧୯୩୬ରେ ଆମେ ସ୍ବତନ୍ତ୍ର ହେଲେ, ୧୯୪୭ରେ ସ୍ବାଧୀନତା ପାଇଲୁ। ୨୦୩୬ରେ ଆମେ ନୂଆ ଓଡ଼ିଶା ନିର୍ମାଣ କଥା ଭାବୁଛି। ବାଲିଚୋରା, ଖଣିଚୋରାମାନଙ୍କୁ ଆମେ ପ୍ରଶ୍ରୟ ଦେବା ନାହିଁ ବୋଲି ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ। କେହି ବାସହୀନ ରହିବେ ନାହିଁ, କେହି ଚୋର ରହିବେ ନାହିଁ ଏଭଳି ବ୍ୟବସ୍ଥା ହେବା ଦରକାର। ବର୍ତ୍ତମାନ ସମସ୍ତେ ଆୟୁଷ୍ମାନ କାର୍ଡ ପାଉଛନ୍ତି। ଆମ ସ୍ବାସ୍ଥ୍ୟାବସ୍ଥା ଉପରେ ସରକାର ନଜର ରଖିଛନ୍ତି। ହେଲେ ସବୁ କଥାକୁ ଆମେ ରାଜନୀତି କରିବା ଅନୁଚିତ। ଓଡ଼ିଶାକୁ ଯାହା ଜଗନ୍ନାଥ ଦେଇଛନ୍ତି, ତାହା ଅନ୍ୟ କୌଣସି ରାଜ୍ୟକୁ ଦେଇନାହାନ୍ତି। ଏଠି ହିନ୍ଦୁ-ମୁସଲିମ୍ ଗଣ୍ଡଗୋଳ ନାହିଁ, ଜାତିଭେଦ ନାହିଁ। ସର୍ବୋପରି ନୂଆ ଓଡ଼ିଶା ନିର୍ମାଣ ପାଇଁ ସଂକଳ୍ପ ଜରୁରୀ।
ଆହୁରି ପଢ଼ନ୍ତୁ:BJD Facebook Post Shreemayee Mishra: ତାମିଲ ବୋହୂ ହାତରେ ଦଳକୁ ଟେକି ଦେବା ପାଇଁ ଏବେ ସଂଘବଦ୍ଧ ରଣନୀତି ଆରମ୍ଭ: ଶ୍ରୀମୟୀ ମିଶ୍ର
ଏହି କନକ୍ଲେଭରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହାପ୍ରଭୁ ଜଗନ୍ନାଥ ଓ ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ଆଧ୍ୟାତ୍ମିକ ଗୁରୁ ସ୍ବାମୀ ସର୍ବପ୍ରିୟାନନ୍ଦ ନିଜର ବକ୍ତବ୍ୟ ପ୍ରଦାନ କରିଛନ୍ତି।
Follow Us