8 Electric Wire Thieves Arrested ୮ ବିଦ୍ୟୁତ୍ ତାର ଚୋରଙ୍କୁ ବାନ୍ଧିଲା ଖପ୍ରାଖୋଲ ପୁଲିସ

Advertisment

ଚୋରି ବିଦ୍ୟୁତ ତାରରୁ ଆଲୁମିନିୟମ ବାସନ ସାମଗ୍ରୀ କାରଖାନା ଠାଵ l ବିଦ୍ୟୁତ୍ ତାର ଚୋରି ରାକେଟର ପର୍ଦାଫାସ କଲା ଖପ୍ରାଖୋଲ ପୁଲିସ l ୮ ବିଦ୍ୟୁତ୍ ତାର thievesଙ୍କୁ ବାନ୍ଧିଲା ଖପ୍ରାଖୋଲ ପୁଲିସ।

ଚୋରି ବିଦ୍ୟୁତ ତାରରୁ ଆଲୁମିନିୟମ ବାସନ ସାମଗ୍ରୀ କାରଖାନା ଠାଵ l ବିଦ୍ୟୁତ୍ ତାର ଚୋରି ରାକେଟର ପର୍ଦାଫାସ କଲା ଖପ୍ରାଖୋଲ ପୁଲିସ l ୮ ବିଦ୍ୟୁତ୍ ତାର thievesଙ୍କୁ ବାନ୍ଧିଲା ଖପ୍ରାଖୋଲ ପୁଲିସ।

Untitled-13 copy

Thieves arrested Photograph: (sambad.in)

ଖପ୍ରାଖୋଲ: ଚୋରି ବିଦ୍ୟୁତ ତାରରୁ ଆଲୁମିନିୟମ ବାସନ ସାମଗ୍ରୀ କାରଖାନା ଠାଵ l ବିଦ୍ୟୁତ୍ ତାର ଚୋରି ରାକେଟର ପର୍ଦାଫାସ କଲା ଖପ୍ରାଖୋଲ ପୁଲିସ l

କାରଖାନା ମାଲିକ ପ୍ରକାଶ ବେହେରା ଗିରଫ

ସୂଚନା ଅନୁସାରେ କିଛି ଦିନ ପୂର୍ବେ ଖପ୍ରାଖୋଲ ଥାନା ଅଞ୍ଚଳରେ ବିଦ୍ୟୁତ ତାର ଚୋରି ହେଉଥିବା ଦେଖା ଯାଉଥିଲା l ଏନେଇ ଖପ୍ରାଖୋଲ ପୁଲିସ ତତ୍ପରତା ପ୍ରକାଶ କରି ଥାନା ଅଧିକାରୀ ନରେନ୍ଦ୍ର ଛତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରି କଣ୍ଟାବାଞ୍ଜି ଅଞ୍ଚଳରୁ ଆଠ ଜଣ ଚୋରଙ୍କୁ ଗିରଫ କରିଥିଲା। ଖାଲି ସେତିକି ନୁହେଁ, ଚୋରି ବିଦ୍ୟୁତ ତାରରୁ ଆଲୁମିନିୟମ ବାସନ ସାମାଗ୍ରୀ ନିର୍ମାଣ ହେଉଥିବା କାରଖାନା ଠାବ କରି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ କରିବା ସହ ଚୋରି ବିଦ୍ୟୁତ ତାର କିଣିଥିବା  କାରଖାନା ମାଲିକ ପ୍ରକାଶ ବେହେରାଙ୍କୁ ମଧ୍ୟ ଗିରଫ କରିଥିବା ଜଣା ପଡିଛି l

ଆହୁରି ଦେଖନ୍ତୁ: Himachal Accident: ବସୁଥିବା ‌ବେଳେ ପଛୁଆ ଗଡ଼ି ଆସି ପାହାଡ଼ ତଳକୁ ଓଲଟି ପଡ଼ିଲା ଟ୍ରାଭେଲର, ଦେଖନ୍ତୁ ସେ ସମୟର ଦୃଶ୍ୟ

ଧରାପଡ଼ିଥିବା ଚୋରମାନେ କଣ୍ଟାବାଞ୍ଜି ଅଞ୍ଚଳର ଅଶୋକ ମଲ୍ଲିକ, ନୃପ ବଗର୍ତି, ପ୍ରଶାନ୍ତ ବଗର୍ତି, ରୋହିତ କୁମ୍ଭାର, ଭରତ କୁମ୍ଭାର, ମୁକେଶ ନାଏକ ଓ ସଞ୍ଜୟ ତାଣ୍ଡି ବୋଲି ଜଣା ପଡିଛି l ଚୋରମାନଙ୍କଠାରୁ ତିନିଟି ବାଇକ୍, ଗୋଟିଏ ଚାରି ଚକିଆ, ପିକଅପ ଓ ଆଠଟି ମୋବାଇଲ ଏବଂ ନଗଦ ୧୫ ହଜାର ଟଙ୍କା ଜବତ କରାଯାଇଛି। ଏଥିସହିତ ଚୋରି ବିଦ୍ୟୁତ ତାର ମଧ୍ୟ ଜବତ କରିଥିବା ବେଳେ ଆଗକୁ ତଦନ୍ତ ଜାରି ଥିବା ପୁଲିସ ସୂଚନା ଦେଇଛି l

ଆହୁରି ପଢ଼ନ୍ତୁ:Old Man Death Attack Elephant ଖଇରାରେ ଜଙ୍ଗଲୀ ଦନ୍ତା ହାତୀର ଆକ୍ରମଣରେ ବୃଦ୍ଧ ମୃତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe