Khomeini Ill ଖେମିନି ରୋଗଗ୍ରସ୍ତ: ଦମନକାରୀ ଶାସନ ଶେଷ ହେବା ଜରୁରୀ

Advertisment

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ଶାସନ ଉପରେ ସିଧାସଳଖ target କରି କହିଛନ୍ତି ଯେ, ଇରାନକୁ ଏବେ ଏକ ନୂତନ ନେତୃତ୍ୱର ଆବଶ୍ୟକତା ଅଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ଶାସନ ଉପରେ ସିଧାସଳଖ target କରି କହିଛନ୍ତି ଯେ, ଇରାନକୁ ଏବେ ଏକ ନୂତନ ନେତୃତ୍ୱର ଆବଶ୍ୟକତା ଅଛି।

Untitled

Khomeini is ill: Repressive regime must end Photograph: (sambad.in)

ୱାସିଂଟନ/ତେହେରାନ: ଆମେରିକା ଓ ଇରାନ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଉତ୍ତେଜନା ପୁଣି ଥରେ ସାମ୍ନାକୁ ଆସିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ଶାସନ ଉପରେ ସିଧାସଳଖ ଟାର୍ଗେଟ କରି କହିଛନ୍ତି ଯେ, ଇରାନକୁ ଏବେ ଏକ ନୂତନ ନେତୃତ୍ୱର ଆବଶ୍ୟକତା ଅଛି। ଟ୍ରମ୍ପଙ୍କ ଏହି ମନ୍ତବ୍ୟ ଏପରି ସମୟରେ ଆସିଛି ଯେତେବେଳେ ଖେମିନି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଇରାନରେ ହିଂସାତ୍ମକ ଅଶାନ୍ତି ସୃଷ୍ଟି କରିବା ମୂଳରେ ଆମେରିକା ରହିଥିବା ଅଭିଯୋଗ ଆଣିଥିଲେ। ସେ ଦାବି କରିଥିଲେ ଯେ, ଆମେରିକା ଏବଂ ଇସ୍ରାଏଲର ଗୋଷ୍ଠୀଗୁଡ଼ିକ ପୋଡ଼ାଜଳା, ସାର୍ବଜନୀନ ସମ୍ପତ୍ତି ନଷ୍ଟ ସ ଜାଣିଶୁଣି ଆମ ଦେଶରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ଖେମିନି ପୋଷ୍ଟ ସେୟାର କରିବା ପରେ ଟ୍ରମ୍ପ ଇରାନ ପ୍ରଶାସନକୁ ଟାର୍ଗେଟ କରି ଏଭଳି ମନ୍ତବ୍ୟ ଦେଇଛନ୍ତି।

ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି  ଆଶଙ୍କା

ପଲିଟିକୋ ସହିତ ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି, ଇରାନର ଭବିଷ୍ୟତ ଓ ଦେଶର ନୂଆ ନେତୃତ୍ୱ ବିଷୟରେ ଗମ୍ଭୀରତାର ସହିତ ଚିନ୍ତା କରିବାର ସମୟ ଆସିଛି। ଖେମିନିଙ୍କ ଅଭିଯୋଗକୁ ପ୍ରତିହତ କରି ଟ୍ରମ୍ପ କହିଛନ୍ତି, ଇରାନର ବର୍ତ୍ତମାନର ନେତୃତ୍ୱ ଅସୁସ୍ଥ ଅଛନ୍ତି। ସେ ଭୟଭୀତ ହୋଇ ହିଂସା ଓ ଦମନ ମାଧ୍ୟମରେ ଶାସନ କରୁଛନ୍ତି। ଜଣେ ପ୍ରକୃତ ନେତା ତାଙ୍କ ଲୋକଙ୍କ ସ୍ୱର ଶୁଣିଥାନ୍ତି। କ୍ଷମତାରେ ରହିବା ପାଇଁ ସେମାନଙ୍କୁ ଦମନ କରନ୍ତି ନାହିଁ। ଡୋନାଲ୍ଡ ଟ୍ରମ୍ପଙ୍କ ଏହି ବିବୃତି ଦୁଇ ଦେଶ ମଧ୍ୟରେ ଉତ୍ତେଜନାକୁ ଆହୁରି ବୃଦ୍ଧି କରିବାର ଆଶଙ୍କା ରହିଛି।

ଆହୁରି ପଢ଼ନ୍ତୁ: Sriyanka Returns Twenty20 Team ଅଷ୍ଟ୍ରେଲିଆ ଗସ୍ତ ଲାଗି ଭାରତୀୟ ମହିଳା ଦଳ ଘୋଷିତ: ଟ୍ବେଣ୍ଟି-୨୦ ଦଳକୁ ଫେରିଲେ ଶ୍ରୀୟଙ୍କା

ସୂଚନାଯୋଗ୍ୟ, ଆର୍ଥିକ ଅସ୍ଥିରତା, ବେକାରୀ ଏବଂ ମୁଦ୍ରାସ୍ଫୀତି ବିରୁଦ୍ଧରେ ୨୮ ଡିସେମ୍ବର ୨୦୨୫ରେ ଆରମ୍ଭ ହୋଇଥିବା ପ୍ରତିବାଦ ଧୀରେ ଧୀରେ ଇସଲାମିକ୍ ଗଣରାଜ୍ୟର ଧାର୍ମିକ ବ୍ୟବସ୍ଥାର ଉଚ୍ଛେଦ ଦାବିରେ ପରିଣତ ହୋଇଛି। ପ୍ରଦର୍ଶନକାରୀଙ୍କ ଉପରେ ସୁରକ୍ଷା ବାହିନୀଙ୍କ ଦ୍ୱାରା କଠୋର କାର୍ଯ୍ୟାନୁଷ୍ଠାନର ରିପୋର୍ଟ ଆସିଛି। ମାନବାଧିକାର ସଂଗଠନଗୁଡ଼ିକ କହିଛନ୍ତି, ଗତ ତିନି ସପ୍ତାହ ମଧ୍ୟରେ ହଜାର ହଜାର ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହୋଇଛି। ତେବେ ଇରାନ ସରକାର ଏଭଳି ଖବର ତଥା ମୃତ୍ୟୁ ସଂଖ୍ୟାକୁ ଲଗାତାର ଅସ୍ୱୀକାର କରିଆସୁଛନ୍ତି।

ଆହୁରି ପଢ଼ନ୍ତୁ:2 Brothers Death Accident ଚାଲିଚାଲି ଆସୁଥିବା ବେଳେ ଧକ୍କା ଦେଲା ବୋଲେରୋ, ଆଖି ବୁଜିଲେ ଦୁଇ ଭାଇ

ଟ୍ରମ୍ପ ପୂର୍ବରୁ ଇରାନକୁ ଚେତାବନୀ ଦେଇସାରିଛନ୍ତି ଯେ ଯଦି ପ୍ରତିବାଦକାରୀଙ୍କୁ ଗଣ ମୃତ୍ୟୁଦଣ୍ଡ ଦିଆଯାଏ ତେବେ ଆମେରିକା କଠୋର କାର୍ଯ୍ୟାନୁଷ୍ଠାନ ନେଇପାରେ। ଶୁକ୍ରବାର ଏକ ସୋସିଆଲ ମିଡିଆ ପୋଷ୍ଟରେ, ଟ୍ରମ୍ପ ଦାବି କରିଥିଲେ, ଇରାନ ନେତୃତ୍ୱ ଗଣ ମୃତ୍ୟୁଦଣ୍ଡ ଯୋଜନାକୁ ବନ୍ଦ କରିଦେଇଛନ୍ତି ବୋଲି ଜଣାପଡ଼ିଛି୧ କିନ୍ତୁ ତେହେରାନ ପକ୍ଷରୁ ଏପରି କୌଣସି ଖବରକୁ ସ୍ପଷ୍ଟ ଭାବରେ ଅସ୍ୱୀକାର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe