kolkata police detained businessman of bargarh Photograph: (sambad.in)
ବରଗଡ଼: ବରଗଡ଼ର ସୁନା ଗହଣା ବ୍ୟବସାୟୀ ହେମନ୍ତ ବର୍ମାଙ୍କୁ କୋଲକାତା ପୁଲିସ ଉଠାଇ ନେଇଥିବା ଜଣାପଡ଼ିଛି। ତେବେ କୋଲକାତା ପୁଲିସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଦାନୱାର ଜୁଏଲର୍ସର ମାଲିକ ହେମନ୍ତ ବର୍ମା କୋଲକାତାରୁ ଲକ୍ଷାଧିକ ଟଙ୍କାର ସୁନା ଆଣି ଟଙ୍କା ଦେଇନଥିଲେ। ଯେଉଁଥିପାଇଁ ତାଙ୍କ ନାଁରେ କୋଲକାତା ଥାନାରେ ମାମଲା ରୁଜୁ ହେବା ପରେ ପୁଲିସ ବରଗଡ଼ରେ ପହଞ୍ଚି ସୁନା ଦୋକାନୀଙ୍କୁ ଉଠାଇ ନେଇଛି।
ବରଗଡ଼ରେ ଏବେ ଚର୍ଚ୍ଚାର ବିଷୟ
ବରଗଡ଼ ପୁଲିସ ସହାୟତା ନେଇ କୋଲକାତା ପୁଲିସ ଏସଆଇ ପ୍ରଶାନ୍ତ କର ଦାଶ, ଏସଆଇ କବିତା ସାମନ୍ତ ପ୍ରମୁଖ ବରଗଡ଼ ଆସିଥିବା ଜଣାପଡ଼ିଛି। ତେବେ ବରଗଡ଼ର ପ୍ରତିଷ୍ଠିତ ସୁନା ବେପାରୀଙ୍କୁ କୋଲକାତା ପୁଲିସ ଉଠାଇ ନେବା ଘଟଣା ବରଗଡ଼ରେ ଏବେ ଚର୍ଚ୍ଚାର ବିଷୟ ହୋଇଛି l
Areoplane Accident Rourkela ରାଉରକେଲାରେ ବିମାନ ଦୁର୍ଘଟଣା, ୨ ପାଇଲଟଙ୍କ ସମେତ ୬ ଆହତ
Follow Us