Bjp Bjd Bhadrak ୭ରେ ବିଜେପିର ମହାମିଶ୍ରଣ ପର୍ବ: ବିଜେଡି ଦୁର୍ଗ ଭାଙ୍ଗି ଯାଉଥିବା ବେଳେ, ଗଡ଼ ରକ୍ଷା କରିପାରି‌ବେ ତ ପ୍ରଫୁଲ୍ଲ?

Advertisment

ଭଦ୍ରକ ଜିଲ୍ଲାରେ ବିଜେଡି ଦୁର୍ଗ ଭାଙ୍ଗି ଯାଉଥିବା ବେଳେ ଆସନ୍ତା ୭ ତାରିଖରେ ଭଦ୍ରକରେ Bjpର ହେବାକୁ ଥିବା ମହାମିଶ୍ରଣ ପର୍ବରେ ୫୦ରୁ ଅଧିକ ସରପଞ୍ଚ ଓ ସମିତି ସଭ୍ୟ ମିଶିବା ପାଇଁ ଯେଉଁ ଯୋଜନା ଚାଲିଛି।

ଭଦ୍ରକ ଜିଲ୍ଲାରେ ବିଜେଡି ଦୁର୍ଗ ଭାଙ୍ଗି ଯାଉଥିବା ବେଳେ ଆସନ୍ତା ୭ ତାରିଖରେ ଭଦ୍ରକରେ Bjpର ହେବାକୁ ଥିବା ମହାମିଶ୍ରଣ ପର୍ବରେ ୫୦ରୁ ଅଧିକ ସରପଞ୍ଚ ଓ ସମିତି ସଭ୍ୟ ମିଶିବା ପାଇଁ ଯେଉଁ ଯୋଜନା ଚାଲିଛି।

Untitled

mahamishrana of bjp on 7th at bhadrak Photograph: (Sambad.in)

ଭଦ୍ରକ(ହରିହର ନାୟକ ): ଭଦ୍ରକ ଜିଲ୍ଲାରେ ବିଜେଡି ଦୁର୍ଗ ଭାଙ୍ଗି ଯାଉଥିବା ବେଳେ ବିଜେଡିକୁ ବଞ୍ଚାଇବା ପାଇଁ ଭଣ୍ଡାରି ପୋଖରୀ ବିଧାୟକ ସଙ୍କଟ ମୋଚନ ସାଜିଥିଲେ। ମାତ୍ର ତାଙ୍କର ରାଜନୀତିରେ ପରିପକ୍ୱତା ନଥିବାରୁ ସେ ଦଳ ପାଇଁ ସଙ୍କଟ ମୋଚକ ହୋଇପାରିଲେ ନାହିଁ। ଦଳ ଆଉ ତାଙ୍କ ଉପରେ ଭରସା କରି ପାରିଲା ନାହିଁ। ଦଳ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯିବ ଜାଣିବା ପରେ  ବିଜେଡିର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ପାଖରୁ ଡାକରା ଆସିଲା। ଗତକାଲି ଦଳର ୯ ନେତା ନବୀନ ନିବାସ ଯାଇ ଭଦ୍ରକ ଜିଲ୍ଲାରେ ଦଳକୁ ବଞ୍ଚାଇବା ପାଇଁ ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କ ଉପରେ ଭରସା କରାଯାଇଛି। ନବୀନ ଦଳକୁ ଭଦ୍ରକରେ ବଞ୍ଚାଇବା ପାଇଁ ପ୍ରଫୁଲ୍ଲଙ୍କୁ ଦାୟିତ୍ଵ ଦେଇଛନ୍ତି।

ପ୍ରଫୁଲ୍ଲଙ୍କ ପୁତ୍ର ଲୁଲୁ ବିଜେଡି ଛାଡି ବିଜେପି ମୁହାଁ

ଅନ୍ୟ ପକ୍ଷରେ ପ୍ରଫୁଲ୍ଲଙ୍କ ପୁତ୍ର ଲୁଲୁ ଦଳ ଛାଡି ବିଜେପି ମୁହାଁ ହୋଇଥିବା ବେକେ ତାଙ୍କ ନେତୃତ୍ଵରେ ଦକର ୪  ବ୍ଲକ ଅଧ୍ୟକ୍ଷ ଦଳ ଛାଡ଼ି ଏବେ ବିଜେପିରେ ମିଶିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ପ୍ରଫୁଲ୍ଲ କଣ ଆଉ ତାଙ୍କ ପୁଅ ଲୁଲୁଙ୍କୁ ମନାଇ ଦଳକୁ ଫେରାଇ ଆଣିବେକି। ୪ ବ୍ଲକ ଅଧ୍ୟକ୍ଷ ଆଉ କଣ ବିଜେଡିକୁ ଫେରିବେ କି?  ଆଉ କଣ ଲୁଲୁ ଫଟା ହାଣ୍ଡିରେ କାଦୁଆ ନେସିବାକୁ ଚାହିଁବେ କି? ଏଭଳି ପ୍ରଶ୍ନ ଏବେ ଭଦ୍ରକ ରାଜନୀତିରେ ବେଶ୍ ଚର୍ଚ୍ଚାର ବିଷୟ ହେଉଛି। ତେବେ ଆଗାମୀ ଦିନରେ ଭଦ୍ରକ ରାଜନୀତି କେଉଁ ଆଡ଼କୁ ଯାଉଛି।
ଆସନ୍ତା ୭ ତାରିଖରେ ଭଦ୍ରକରେ ବିଜେପିର ହେବାକୁ ଥିବା ମହାମିଶ୍ରଣ ପର୍ବରେ ୫୦ରୁ ଅଧିକ ସରପଞ୍ଚ ଓ ସମିତି ସଭ୍ୟ ମିଶିବା ପାଇଁ ଯେଉଁ ଯୋଜନା ଚାଲିଛି ତାହା ବାସ୍ତବରେ କାର୍ଯକାରୀ ହେବ ନା ପ୍ରଫୁଲ୍ଲ ବିଜେଡି ଦାୟିତ୍ଵ ନେବାପରେ ବିଜେପିକୁ ଯିବାକୁ ବସୁଥିବା ନେତାଙ୍କୁ ବ୍ରେକ ଦେବେ। ଏହାକୁ ନେଇ ଭିନ୍ନ ଭିନ୍ନ ଆଲୋଚନା ହେଉଛି।
ବିଜେଡି ବ୍ଲକ ଅଧ୍ୟକ୍ଷଙ୍କ ସମୂହ ଇସ୍ତଫା ଘଟଣା ଓ ଇସ୍ତଫା ପରେ ମିଶ୍ରଣକୁ ନେଇ ଚର୍ଚ୍ଚା ଭଦ୍ରକ ଜିଲ୍ଲା ରାଜନୀତିକୁ ଅଧିକ ଉଷ୍ଣ କରୁଛି।  ଭଦ୍ରକ ଜିଲ୍ଲାରେ ୪ ବ୍ଲକ  ଅଧ୍ୟକ୍ଷ ଦଳ ଛାଡ଼ିବା ବିଜେଡିକୁ ଏକ ଶକ୍ତ ଧକ୍କା ଦେଇଛି। ରାଜନୀତିରେ ଏକ ବିଲକ୍ଷଣ ମନେହେଉଥିଲେ ମଧ୍ୟ ଏହା ପଛରେ ଏକ ସୁଚିନ୍ତିତ  ଏବଂ ଯୋଜନାବଦ୍ଧ ରାଜନୈତିକ ଷଡ଼ଯନ୍ତ୍ର ହୋଇଛି। ଭଦ୍ରକ,  ବନ୍ତ, ଭଣ୍ଡାରି ପୋଖରୀ ଓ ବାସୁଦେବପୁର ବ୍ଲକ ଅଧ୍ୟକ୍ଷ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଏବେ ଦୁଇଟି ପ୍ରସଙ୍ଗ ଉପରେ ରାଜନୈତିକ  ସମୀକ୍ଷା ମତ ରଖୁଛନ୍ତି।
ପୂର୍ବରୁ ଦଳରୁ ଇସ୍ତଫା ଦେଇ ସାରିଥିବା ପୂର୍ବତନମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲଙ୍କ ପୁଅ ଲୁଲୁଙ୍କର ଏହି ହେଉଛି ଗେମ୍ ପ୍ଲାନ। ଲୁଲୁ ସାମଲଙ୍କ ନେତୃତ୍ବରେ ବିଜେପିରେ ଏକ ବଡ଼ ଧରଣର ମିଶ୍ରଣ ହେବାକୁ ନେଇ ଚର୍ଚ୍ଚା ହେଉଛି। କୁହାଯାଉଛି ଆଗାମୀ ୭ ତାରିଖ ଦିନ ଭଦ୍ରକ ନୂଆ ବସ ଷ୍ଟାଣ୍ଡ ନିକଟରେ ଥିବା ମଠ ପଡ଼ିଆରେ ଏହି ବଡ଼ ମିଶ୍ରଣ ପର୍ବ ହେବାକୁ ଯାଉଛି । ଯେଉଁଥିରେ ୪ ବ୍ଳକ ସଭାପତିଙ୍କ ସହିତ ପ୍ରାୟ ୫୦ ଅଧିକ  ସମିତି ସଭ୍ୟ, ସରପଞ୍ଚ  ଏବଂ ହଜାରେରୁ ଅଧିକ ବିଜେଡି ସମର୍ଥକ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହେବେ । ଏଥିପାଇଁ ଶାସକ ବିଜେପି ପକ୍ଷରୁ ଏକ ବଡ଼ ଧରଣର ମିଶ୍ରଣ ପର୍ବ ଆଯୋଜନ ହେଉଥୁବା ଚର୍ଚ୍ଚା ହେଉଛି। ଏଥିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହିତ ଜିଲ୍ଲା ପ୍ରଭାରୀ ତଥା ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶୁ ମହାପାତ୍ର ପ୍ରମୁଖ ସହ ବଳର ବହୁ ନେତା ଉପସ୍ଥିତ ରହିବେ। ଏହା ଉପରେ ସାରା ଜିଲ୍ଲାର ରାଜନେତାଙ୍କ ନଜର ରହିଛି।
ପ୍ରଫୁଲ୍ଲ ସାମଲଙ୍କ ପୁଅ ଲୁଲୁ ସାମଲ ଧୀରେ ଧୀରେ ପ୍ରଭାବଶାଳୀ ହୋଇ ଉଠୁଥିବା  ବେଳେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ  ମଲ୍ଲିକଙ୍କ ପତିଆରା କମିକମି ଯାଉଛି। ଯେଉଁଥିପାଇଁ ସଂଜୀବ ଏବେ ସାମଲ ପରିବାରକୁ ଟାର୍ଗେଟ କରି  ନିଜର ରାଜନୈତିକ ଗୋଟି ଚାଳନା କରୁଛନ୍ତି।  ସଂଜୀବ ଭଦ୍ରକ ଓ ଭଣ୍ଡାରିପୋଖରୀ ଦୁଇଟି ଆସନର‌େ ସଙ୍ଗକେୁ ନିଜର ଅକ୍ତିଆରରେ ରଖିବାକୁ ଚାହୁଁଥିବା ବେକେ ସାମଲ ପରିବାର ମଧ୍ୟ ଏହି ଦୁଇଟି ଆସନ ଉପରେ ନିଜର ରାଜନୈତିକ ପତିଆରା ରଖିବାକୁ ଚାହୁଁ ଛନ୍ତି। 
ଲୁଲୁ ଏବେ ବିଜେପି ଲିଙ୍କରେ ଥିବା ବେଳେ ଜିଲ୍ଲାରେ ବିଜେଡିକୁ ଦୁର୍ବଳ କରିବାକୁ ପୁରା ଦମରେ ନିଜର ରାଜନୈତିକ ଗୋଟି ଚାଳନା କରିଛନ୍ତି। ସଂଜୀବ ବିଜେଡି ବଞ୍ଚାଅ ଅଭିଯାନରେ କେତେ ସଫଳ ହେଉଛନ୍ତି, ଆଗାମୀ ଦିନର ରାଜନୈତିକ ପାଣିପାଗ ଏହାର ହିସାବ ଦେବ।  
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe