Ollywood Mahasweta Absent ଏହି କାରଣରୁ ଏବର୍ଷ ବଡ଼ ପରଦାରେ ନଜର ଆସିଲେନି ମହାଶ୍ୱେତା

Advertisment

ଗତ ବର୍ଷ ଦୁଇ ଦୁଇଟି ଓଡ଼ିଆ movie ‘ଡିଅର୍ ପୁରୁଷ ଏବଂ ‘ଆଶ୍ରମ’ରେ ନଜର ଆସିଥିଲେ। ହେଲେ ୨୦୨୫ରେ ଗୋଟିଏ ବି ସିନେମାରେ ଦେଖିବାକୁ ମିଳିନାହିଁ ଲୋକପ୍ରିୟ ଅଭିନେତ୍ରୀ ମହାଶ୍ୱେତାଙ୍କୁ।

ଗତ ବର୍ଷ ଦୁଇ ଦୁଇଟି ଓଡ଼ିଆ movie ‘ଡିଅର୍ ପୁରୁଷ ଏବଂ ‘ଆଶ୍ରମ’ରେ ନଜର ଆସିଥିଲେ। ହେଲେ ୨୦୨୫ରେ ଗୋଟିଏ ବି ସିନେମାରେ ଦେଖିବାକୁ ମିଳିନାହିଁ ଲୋକପ୍ରିୟ ଅଭିନେତ୍ରୀ ମହାଶ୍ୱେତାଙ୍କୁ।

Untitled-5

mahasweta is absent in 2025 Photograph: (Sambad.in)

ଭୁବନେଶ୍ବର: ଗତ ବର୍ଷ ଦୁଇ ଦୁଇଟି ଓଡ଼ିଆ ଛବିରେ ନଜର ଆସିଥିଲେ, ହେଲେ ୨୦୨୫ରେ ଗୋଟିଏ ବି ସିନେମାରେ ଦେଖିବାକୁ ମିଳିନାହିଁ ଲୋକପ୍ରିୟ ଅଭିନେତ୍ରୀ ମହାଶ୍ୱେତାଙ୍କୁ। ୨୦୨୪ରେ ତାଙ୍କ ଅଭିନୀତ ଦୁଇଟି ଓଡ଼ିଆ ଛବି ‘ଡିଅର୍ ପୁରୁଷ ଏବଂ ଆଶ୍ରମ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା।
 

ଆଶ୍ରମ ପରେ ଲୋକପ୍ରିୟ ଅଭିନେତ୍ରୀ ମହାଶ୍ୱେତାଙ୍କୁ ପୁଣି ଦର୍ଶକ ୨୦୨୫ରେ ଦୁଇଟି ଓଡ଼ିଆ ଛବିରେ ଦେଖିବାକୁ ପାଇବେ ବୋଲି ଆଶା ବାନ୍ଧିଥିଲେ। ଏଥିମଧ୍ୟରୁ ଗୋଟିଏ ହେଲା ତାପସ ସରଘରିଆଙ୍କ ‘ଚାରିଧାମ’ ଓ ଅନ୍ୟଟି ହେଲା ସୁଧାଂଶୁ ମୋହନ ସାହୁଙ୍କ ‘ନାୟିକା’ । ଏଥିମଧ୍ୟରୁ ପ୍ରଥମଟିରୁ ମହାଶ୍ୱେତା  ଓହରିଯାଇଥିଲେ। ଏଣୁ ସେଥିରେ ଦର୍ଶକ ତାଙ୍କୁ ଦେଖିବାକୁ ପାଇନଥିଲେ।
 

ମହାଶ୍ବେତା ‘ନାୟିକା’ରେ ନଜର ତ ଆସିବେ। ଏହା ନବେ ଦଶକର ମଞ୍ଚ ନାଟକର ଜଣେ ଅଭିନେତ୍ରୀଙ୍କ ଜୀବନୀ ଉପରେ ଆଧାରିତ। ମହାଶ୍ବେତାଙ୍କୁ ଏଥିରେ ଶୀର୍ଷକ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ହିମାଂଶୁ ପରିଜାଙ୍କ ନିର୍ଦ୍ଦେଶିତ ‘କେମିତି ଏ ସଂପର୍କ’ ପରେ ଏହାର ପ୍ରଯୋଜକ ରୂପେଶ କୁମାର ନାୟକ ‘ନାୟିକା’ର ନିର୍ମାଣ କରୁଥିଲେ। ଜଣାଶୁଣା ସାହିତ୍ୟିକ ଶଙ୍କର ତ୍ରିପାଠୀ ଏହାର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି। କହିବା ବାହୁଲ୍ୟ ଏହାର କଥାବସ୍ତୁ ତାଙ୍କ ରଚିତ ଏକ ସାହିତ୍ୟକୃତି ଉପରେ ଆଧାରିତ। ଏହି ସିନେମାର ଅନ୍ୟ କଳାକାରଙ୍କ ଭିତରୁ କିଛି କଳାକାରଙ୍କ ଚୟନ ବି ସରିଥିଲା।

ଆହୁରି ଦେଖନ୍ତୁ: Himachal Accident: ବସୁଥିବା ‌ବେଳେ ପଛୁଆ ଗଡ଼ି ଆସି ପାହାଡ଼ ତଳକୁ ଓଲଟି ପଡ଼ିଲା ଟ୍ରାଭେଲର, ଦେଖନ୍ତୁ ସେ ସମୟର ଦୃଶ୍ୟ
 

ଏଥିରେ ସୂର୍ଯ୍ୟମୟୀଙ୍କୁ ନିଆଯାଇଥିଲା ହେଲେ ପରେ ଏହାର କର୍ମଶାଳା ବି ହୋଇଥିଲା। କିନ୍ତୁ ଏହି ସନେମା ୨୦୨୫ରେ ଫ୍ଲୋରକୁ ଯାଇପାରିନାହିଁ। ପରେ ଅବଶ୍ୟ ଜଣାପଡ଼ିଲା ଯେ ଏହି ସିନେମାକୁ ଅନ୍ୟଜଣେ ପ୍ରଯୋଜକ ନିର୍ମାଣ କରିବେ। ଏହାର ୨୦୨୬ରେ ଫ୍ଲୋରକୁ ଯିବ। ଆଉ ଏଥିରେ ମହାଶ୍ବେତା ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଏହି କାରଣରୁ ନାୟିକା ୨୦୨୫ରେ ପରଦାକୁ ଆସିଲାନି। ଏଣୁ ମହାଶ୍ବେତା ୨୦୨୫ରେ ଅନୁପସ୍ଥିତ ତାଲିକାଭୁକ୍ତ ହୋଇଗଲେ।

ଆହୁରି ପଢ଼ନ୍ତୁ:Old Man Death Attack Elephant ଖଇରାରେ ଜଙ୍ଗଲୀ ଦନ୍ତା ହାତୀର ଆକ୍ରମଣରେ ବୃଦ୍ଧ ମୃତ

ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ‘ଜୟଦେବ’ ପୁରସ୍କାରର ବିଜୟିନୀ

ନାୟିକା ଭାବେ ମହାଶ୍ବେତା ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ଛବି ‘ଶେଷ ଶ୍ରାବଣ’ ଜରିଆରେ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହାପରେ ତାଙ୍କୁ ୫୦ରୁ ଅଧିକ ଓଡ଼ିଆ ସିନେମାରେ ନାୟିକା ଏବଂ ଚରିତ୍ର ଅଭିନେତ୍ରୀଭାବେ ଦେଖିବାକୁ ପାଇଛନ୍ତି ଦର୍ଶକ। ଏହାଭିତରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ‘ଜୟଦେବ’ ପୁରସ୍କାରର ବିଜୟିନୀ ବି ହୋଇଛନ୍ତି ମହାଶ୍ୱେତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe