ବରଗଡ଼/ବୁର୍ଲା: ବରଗଡ଼ ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ହୋଇଥିବା ଯୁବତୀ କୁର୍ଲା ଜଙ୍ଗଲରୁ କ୍ଷତବିକ୍ଷତ ଅବସ୍ଥାରେ ଉଦ୍ଧାର ମାମଲାରେ ମୁଖ୍ୟ ଅଭିଯୁକ୍ତ ରାକେଶ ଡନସେନାକୁ ପୁଲିସ ଗିରଫ କରିଛି। ରାକେଶକୁ ପୁଲିସ ଟିଟିଲାଗଡ଼ ରେଳଷ୍ଟେସନରୁ ଗିରଫ କରିଛି। ଏନେଇ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ରେଳଷ୍ଟେସନରୁ ସମ୍ଭବତଃ ରାକେଶ ବାହାର ରାଜ୍ୟକୁ ଟ୍ରେନ୍ ଯୋଗେ ଖସିଯିବାକୁ ଉଦ୍ୟମ କରିଥାଇ ପାରେ। କିନ୍ତୁ ଏହା ପୂର୍ବରୁ ସେ ପୁଲିସର ଫାଶରେ ପଡ଼ିଯାଇଛି।
ଏହି ଖବର ପଢ଼ନ୍ତୁ: ଭଉଣୀର ବିବାହ: ପୋଷାକ କିଣିବାକୁ ଯାଇ ଜୀବନ ହରାଇଲେ ୨ ଭଉଣୀ
ମୁଖ୍ୟ ଅଭିଯୁକ୍ତକୁ ଗିରଫ ସହ ଉନ୍ନତମାନର ଚିକିତ୍ସା ଦାବି କରି ଆଜି ୨୧ ତାରିଖ ମଙ୍ଗଳବାର ଦିନ ବରଗଡ଼ ନାଗରିକ କମିଟି ପକ୍ଷରୁୁ ଆଜି ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଏହି ବନ୍ଦ ପାଳିତ ହୋଇଥିଲା। ଏଥିଲାଗି ଆଜି ସହରର ଗାନ୍ଧୀ ଛକରେ ପିକେଟିଂ କରାଯାଇଥିଲା। ଆଜି ଦୋକାନବଜାର ବନ୍ଦ ରହିଥିଲା। ଗାଡ଼ି ଚଳାଚଳ ବି ବ୍ୟାହତ ହୋଇଥିଲା। ଏହାକୁ ବରଗଡ଼ର ବିଭିନ୍ନ ରାଜନୈତିକ, ସାମାଜିକ ସଂଗଠନ ସମର୍ଥନ ଜଣାଇଥିଲେ।
ଏହି ଖବର ପଢ଼ନ୍ତୁ: ସୁରକ୍ଷା ବାହିନୀକୁ ସଫଳତା: ନୂଆପଡ଼ାର ଜଙ୍ଗଲରେ ଚଳପ୍ରଚଳ କରୁଥିଲା ଚଳପତି
ମୁଖ୍ୟ ଅଭିଯୁକ୍ତକୁ ଗିରଫ ସହ ଉନ୍ନତମାନର ଚିକିତ୍ସା ଦାବି କରି ଆଜି ୨୧ ତାରିଖ ମଙ୍ଗଳବାର ଦିନ ବରଗଡ଼ ନାଗରିକ କମିଟି ପକ୍ଷରୁୁ ଆଜି ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଏହି ବନ୍ଦ ପାଳିତ ହୋଇଥିଲା।
ଅପହରଣ ଓ ନିର୍ଯାତନାର ଶିକାର ହୋଇଥିବା ପୀଡିତା ଏବେ ବି ସେ ବୁର୍ଲା ବଡ଼ଡାକ୍ତରଖାନା (ଭିମ୍ସାର)ରେ ଚିକିତ୍ସାଧୀନ ଅଛନ୍ତି। ଗତକାଲି ଏହି ଘଟଣାରେ ପୁଲିସ୍ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେମାନେ ହେଲେ ବିଜେପୁର ଥାନା ପୁଟକା ଗ୍ରାମର ସର୍ଜନ ଡନସେନା (୩୬) ଓ ପ୍ରହଲ୍ଲା ଦାସ (୩୩), ପଦ୍ମପୁର ଉପଖଣ୍ଡ ଧୂମାଭଟାର ଜୟକୃଷ୍ଣ ଡନସେନା (୪୦)। ଯୁବତୀଙ୍କ ପ୍ରତି ଦୁଷ୍କର୍ମ ହୋଇନାହିଁ ବୋଲି ଭିମ୍ସାର ଅଧୀକ୍ଷକ ଡା.ଲାଲମୋହନ ନାୟକ ଆଜି ସ୍ପଷ୍ଟ କରିଛନ୍ତି।
ଏହି ଖବର ପଢ଼ନ୍ତୁ: ‘ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼, ସଶକ୍ତ କରିବା ପାଇଁ ଆମ ସରକାର ପ୍ରତିବଦ୍ଧ’
ସେପଟେ ଏହି ଘଟଣାକୁ ନେଇ ବରଗଡ଼ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଏଏସ୍ପି ଇନ୍ଦୁରେଖା ପଶ୍ଚିମକବାଟ କହିଛନ୍ତି, ମୁଖ୍ୟ ଅଭିଯୁକ୍ତକୁ ଫେରାର କରିବାରେ ଏହି ତିନି ଜଣ ସହାୟତା କରିଥିଲେ। ତେଣୁ ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ବଛାବଛା ଅଧିକାରୀମାନଙ୍କୁ ନେଇ ଟିମ୍ ଗଠନ କରାଯାଇଛି। ସେମାନେ ଦିଲ୍ଲୀ, ଆନ୍ଧ୍ରପ୍ରଦେଶ ସହ ବିଭିନ୍ନ ରାଜ୍ୟରେ ଚଢ଼ଉ କରୁଛନ୍ତି।
ଏହି ଖବର ପଢ଼ନ୍ତୁ: ୨୫ ହଜାର କେଭି ବିଦ୍ୟୁତ୍ ତାରକୁ ସ୍ପର୍ଶ କରି ଅଜଣା ବ୍ୟକ୍ତି ମୃତ
ସୋମବାର ଯୁବତୀଙ୍କ ମେଡିକାଲ ରିପୋର୍ଟ ଆସିଛି। ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନର କୌଣସି ଲକ୍ଷଣ ନାହିଁ। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଦ୍ରୁତ ଉନ୍ନତି ଘଟୁଛି। ତାଙ୍କର ସମସ୍ତ ରୁଟିନ୍ ଟେଷ୍ଟ ଓ ସିଟିସ୍କାନ୍ କରାଯାଇଛି। ନ୍ୟୁରୋ ସର୍ଜରି, ପ୍ଲାଷ୍ଟିକ ସର୍ଜରି, ଜେନେରାଲ ସର୍ଜରି, ଗାଇନାକୋଲୋଜି ଆଦି ବିଭାଗର ଡାକ୍ତରମାନେ ଚିକିତ୍ସା କରୁଛନ୍ତି। ସେ ସ୍ବାଭାବିକ ଭାବରେ କଥାବାର୍ତ୍ତା କରୁଛନ୍ତି। ଦିନେ ଦୁଇ ଦିନ ମଧ୍ୟରେ ମୁଣ୍ଡରେ ହୋଇଥିବା କ୍ଷତ ସ୍ଥାନର ସିଲେଇ ଖୋଲିବା ପରେ ଡିସ୍ଚାର୍ଜ କରାଯାଇ ପାରିବ।