Murder Main Accused Arrested ଜମି ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ, ମୁଖ୍ୟ ଅଭିଯୁକ୍ତ ଓ ୫ ସହଯୋଗୀଙ୍କୁ ବାନ୍ଧିଲା ପୁଲିସ

ଜମି ବିବାଦକୁ କେନ୍ଦ୍ର କରି ବଳଙ୍ଗା ଥାନା ଅନ୍ତର୍ଗତ ତୋରିହାଁବନ୍ଧ ଗାଁର ଅମୀୟ ପ୍ରଧାନ (୪୬)ଙ୍କୁ ହତ୍ୟା ଘଟଣାର main accused ଓ ୫ ସହଯୋଗୀଙ୍କୁ ବାନ୍ଧିଛି ପୁଲିସ।  

accused

main accused & 5 others arrested in murder case Photograph: (sambad.in)

ପୁରୀ/ବଳଙ୍ଗା/ନିମ‌ାପଡ଼ା/ବାମନାଳ: ଜମି ବିବାଦକୁ କେନ୍ଦ୍ର କରି ବଳଙ୍ଗା ଥାନା ଅନ୍ତର୍ଗତ ତୋରିହାଁବନ୍ଧ ଗାଁର ଅମୀୟ ପ୍ରଧାନ (୪୬)ଙ୍କୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଅଶ୍ବିନୀ ପ୍ରଧାନଙ୍କୁ ପୁଲିସ ଗିରଫ କରିଛି। ଏହାଛଡ଼ା ତାଙ୍କର ୫ ସହଯୋଗୀଙ୍କୁ ବି ବାନ୍ଧିଛି ପୁଲିସ।

ଅଭିଯୁକ୍ତ ପୁତୁରା  ଅଶ୍ବିନୀ ପ୍ରଧାନ ଫେରାର ହୋଇଯାଇଥିଲା। ତାକୁ ଧରିବା ପାଇଁ ପୁଲିସ ପକ୍ଷରୁ ସ୍ବତନ୍ତ୍ର ଦଳ ଗଠନ କରାଯାଇ ବଳଙ୍ଗା ଥାନା ଅଧିକାରୀ ଦିବ୍ୟ ରଞ୍ଜନ ପଣ୍ଡାଙ୍କ ନେତୃତ୍ୱରେ ଗତକାଲି ବିଳମ୍ବିତ ରାତିରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ମୁଖ୍ୟ ଅଭିଯୁକ୍ତ ପୁତୁରା ଅଶ୍ୱିନୀ ପ୍ରଧାନ ଙ୍କ ସହ ୫ ସହଯୋଗୀଙ୍କୁ ବଳଙ୍ଗା ପୁଲିସ ଗିରଫ କରିଥିଲା। ଏପଟେ ହାଣିଥିବା ମାରଣାସ୍ତ୍ର ସହ ଏକ ବୁଲେଟ ଗାଡ଼ିକୁ ବି ଜବତ କରିଛି ବଳଙ୍ଗା ପୁଲିସ।

ପୁଲିସ ଘଟଣାକୁ ଗୁରୁତ୍ବ ଦେଇନଥିଲା  

ଖବର ନେବାରେ ଜଣାପଡ଼ିଛି ଯେ ବଳଙ୍ଗା ଥାନା ଅନ୍ତର୍ଗତ ତୋରିହାଁବନ୍ଧ ଗାଁର ଅମୀୟ ପ୍ରଧାନ ପୁରୀ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ବଡ଼ଶଙ୍ଖ ନୂଆ ସାହିରେ ରହୁଛନ୍ତି। ସେହିପରି ଅମୀୟଙ୍କ ବଡ଼ଭାଇ ଅଜୟ ଗାଁ ଭିତରୁ ବାହାରି ଆସି ଅନ୍ୟତ୍ର ରହୁଛନ୍ତି। ତୋରିହାଁବନ୍ଧରେ ଥିବା ଅମୀୟଙ୍କ ପୈତୃକ ସମ୍ପତ୍ତିକୁ ନେଇ ତାଙ୍କ ଅନ୍ୟ ତିନି ଭାଇଙ୍କ ସହିତ ବିବାଦ ରହିଥିଲା। ଆଜି ମଧ୍ୟାହ୍ନରେ ଏହି ଜମି ଭାଗ ବଣ୍ଟାକୁ କେନ୍ଦ୍ର କରି ଅମୀୟ ଓ ତାଙ୍କ ବଡ଼ଭାଇ ଅଜୟଙ୍କ ପୁଅ ଅଶ୍ବିନୀ ପ୍ରଧାନ ମଧ୍ୟରେ ପାଟିତୁଣ୍ଡ ଓ ହଣାକଟା ହୋଇଥିଲା। ଏଥିରେ ଅମୀୟ ସାମାନ୍ୟ ଆହତ ହୋଇଥିଲା। ଏ ନେଇ ବଳଙ୍ଗା ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା। ମାତ୍ର ପୁଲିସ ଏହି ଘଟଣାକୁ ଗୁରୁତ୍ବ ଦେଇନଥିଲା।

ଆହୁରି ପଢ଼ନ୍ତୁ: Bjp Bjd Bhadrak ୭ରେ ବିଜେପିର ମହାମିଶ୍ରଣ ପର୍ବ: ବିଜେଡି ଦୁର୍ଗ ଭାଙ୍ଗି ଯାଉଥିବା ବେଳେ, ଗଡ଼ ରକ୍ଷା କରିପାରି‌ବେ ତ ପ୍ରଫୁଲ୍ଲ?

ଗତକାଲି ଅପରାହ୍ଣ ପ୍ରାୟ ସାଢ଼େ ୫ଟାରେ ଅମୀୟ, ତାଙ୍କ ଡ୍ରାଇଭର ମଳୟ ପ୍ରଧାନ ପ୍ରମୁଖ ଗାଁର ହନୁମାନ ମନ୍ଦିର ନିକଟରେ ବସିଥିଲେ। ଏହି ସମୟରେ ଅଶ୍ବିନୀ ତା’ର ଭଉଣୀ ଗୁନେଇ ପ୍ରଧାନଙ୍କୁ ବାଇକ୍‌ରେ ବସାଇ ଯାଉଥିବା ବେଳେ ସେମାନଙ୍କୁ ଅମୀୟ ଅଟକାଇଥିଲେ। ଜମି ବିବାଦକୁ ନେଇ କାହିଁକି ଗଣ୍ଡଗୋଳ କରୁଛ ବୋଲି ଅମୀୟ ପଚାରିବାରୁ ଅଶ୍ବିନୀ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଅମୀୟ ତାକୁ ଚଟକଣି ମାରିଥିଲେ। ଏହା ଦେଖି ଗୁନେଇ ଚିତ୍କାର କରିବାରୁ ଘଟଣାସ୍ଥଳରେ ଅଜୟଙ୍କ ସ୍ତ୍ରୀ ପ୍ରଭାତୀ ପ୍ରଧାନ, ଅଜୟଙ୍କ ସମ୍ପର୍କୀୟ ଜିତୁ ସ୍ବାଇଁ ଓ ତାଙ୍କ ଜ୍ବାଇଁ ସଞ୍ଜୟ ପ୍ରଧାନ ପ୍ରମୁଖ ପହଞ୍ଚି ବିଭିନ୍ନ ମାରଣାସ୍ତ୍ରରେ ଅମୀୟଙ୍କ ମୁଣ୍ଡକୁ ହାଣି ହତ୍ୟା କରିଥିଲେ। 

ଘଟଣାର ପ୍ରତ୍ୟକ୍ଷଦର୍ଶୀ ମଳୟ ପ୍ରଧାନଙ୍କୁ ମଧ୍ୟ ହତ୍ୟା ଧମକ ଦେଇ ଠେଲାପେଲା କରିଥିଲେ। ଖବର ପାଇ ସ୍ଥାନୀୟ ଲୋକମାନେ ସେଠାରେ ପହଞ୍ଚି ଅମୀୟଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଇଥିଲେ। ସେଠାରେ ଅମୀୟଙ୍କୁ ଡାକ୍ତର ମୃତ ଘୋଷଣା କରି ଶବକୁ ଜବତ କରିଥିଲା।

ଆହୁରି ପଢ଼ନ୍ତୁ: AIDS: ନବରଂଗପୁରରେ ୨୨ବର୍ଷରେ ଏଡ୍‌ସ କବଳରେ ୧୮୯୬ଜଣ, ମୃତ୍ୟୁ ୪୫୦

ଅନ୍ୟପଟେ ଏହି ଖବର ପାଇ ଏସ୍‌ଡିପିଓ ଶ୍ରୀ ମିଶ୍ର, ଆଇଆଇସି ଶ୍ରୀ ପଣ୍ଡାଙ୍କ ସମେତ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥି‌ଲେ। ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe