କୁଜଙ୍ଗ: ଚୋରା ମଦ ଓ ବ୍ରାଉନ ସୁଗାର ବେପାରୀଙ୍କ ମରଣାନ୍ତକ ଆକ୍ରମଣରେ ସାମ୍ୱାଦିକ ଗୁରୁତର ଘଟଣାର ମୁଖ୍ୟ ଅଭିଯୁକ୍ତ ସୁଶୀଲ ବେହେରା ଓରଫ୍ (ବୁଦା)ଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ତାଙ୍କୁ ବାଲିତୁଠ ପଞ୍ଚାୟତ ବଡ଼ବୋଦାରୁ ଗିରଫ କରିଛି।ଜଗତସିଂହପୁରଜିଲ୍ଲା କୁଜଙ୍ଗ ଥାନା ଅଧୀନ ବାଲିତୁଠ ଅଞ୍ଚଳର ବଡ଼ବୁଦା ଗ୍ରାମରେ ଦୀର୍ଘ ଦିନ ଧରି ଚୋରା ମଦ ଓ ବ୍ରାଉନ ସୁଗାର ବେପାର କରୁଥିବା ଗୁରିଆ ବେହେରାଙ୍କ ପୁଅ ସୁଶୀଲ ବେହେରା ଓରଫ୍ (ବୁଦା)ଙ୍କ ଆକ୍ରମଣରେ ବାଲିତୁଠ ଅଞ୍ଚଳର ଦୈନିକ ଖବର କାଗଜ ଓଡ଼ିଶା ଭାସ୍କରର ପ୍ରତିନିଧି ରମାକାନ୍ତ ଦାସ ଗୁରୁତର ହୋଇଥିଲେ।
ଜାଗା ଛାଡ଼ି ଫେରାର ହୋଇଯାଇଥିଲେ ଅଭିଯୁକ୍ତ
ଘଟଣାରୁ ପ୍ରକାଶ ଯେ ରମାକାନ୍ତ ଏରସମାରୁ ନିଜ ଗ୍ରାମ ବାଲିତୁଠକୁ ଫେରୁଥିବା ବେଳେ ଗପୁର ସ୍ଥିତ ପୋସ୍କୋ କଲୋନୀ ପାଖରେ ତାଙ୍କ ମଟର ସାଇକେଲକୁ ଧକ୍କା ଦେଇ ତଳେ ପକାଇ ମରଣାନ୍ତକ ଆକ୍ରମଣ କରିଥିଲେ। ସୂଚନା ଥାଉକି ଗତ ମାସ ୧୨ ତାରିଖରେ ରମାକାନ୍ତଙ୍କୁ ମାଡ଼ ମାରିଥିବା ନେଇ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନାରେ ଅଭିଯୋଗ କରିବାକୁ ଭିତ୍ତି କରି ଗତକାଲି ସନ୍ଧ୍ୟା ୫ଟା ସମୟରେ ଗୁରୀଆ ବେହେରା, ପୁଅ ସୁଶୀଲ ବେହେରା, ଅନିଲ ବେହେରା ଓ ଆଉ ଚାରିଜଣ ଅଚିହ୍ନା ଯୁବକ ବାଇକରେ ଆସି କୋଦାଳ ବେଣ୍ଟ, ଲୁହା ରଡ଼ ଓ ଧାରୁଆ ଭୁଜାଲିରେ ମରଣାନ୍ତକ ଆକ୍ରମଣ କରିଥିଲେ। ଯେତେ ହାତ ଯୋଡ଼ି ରମାକାନ୍ତ ନେହୁରା କଲେ ବି ଆସାମୀମାନେ ମାଡ଼ ଉପରେ ମାଡ଼ ମାରି ଚାଲିଥିଲେ। ସ୍ଥାନୀୟ ଲୋକେ ପହଞ୍ଚି ଯିବାରୁ ଆସାମୀମାନେ ସେ ଜାଗା ଛାଡ଼ି ଫେରାର ହୋଇଯାଇଥିଲେ।
ଖବର ପାଇ ପରିବାର ଲୋକେ ରମାକାନ୍ତଙ୍କୁ କୁଜଙ୍ଗ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଆଣିଥିଲେ।ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତର କରିଥିଲେ। ଉକ୍ତ ଘଟଣାକୁ ନେଇ ପୁଲିସର ଭୂମିକାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।ଜଣେ କର୍ତ୍ତବ୍ୟରତ ସାମ୍ୱାଦିକଙ୍କୁ କାହା ଛତ୍ରଛାୟା ତଳେ ରହି ଚୋରା ମଦ ଓ ବ୍ରାଉନ ସୁଗାର ବେପାରୀ ଧର କୁ ସରା ମନେ କରୁଛନ୍ତି ତାହା ତଦନ୍ତ ସାପେକ୍ଷ। ପୁଲିସ ଆରକ୍ଷୀ ଅଧୀକ୍ଷକ ଏଥିପ୍ରତି ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବ୍ଲକ୍ କର୍ତ୍ତବ୍ୟରତ ସାମ୍ୱାଦିକମାନେ ଦାବୀ କରିଛନ୍ତି।
ଆହୁରି ପଢ଼ନ୍ତୁ:Mohan targets Naveen: ନିର୍ବାଚନ ପ୍ରଚାର ସଭାରେ ନବୀନଙ୍କୁ ଟାର୍ଗେଟ କଲେ ମୋହନ: ପେଷିଲେ ପାଲଟା ‘ବେଇମାନ’ ବାଣ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/07/untitled-2-2025-11-07-13-10-14.jpg)