Target Maoist Misira Besara: ହିଡମାର ଏନକାଉଣ୍ଟର ପରେ ସରଣ୍ଡାକୁ ଘେରିଲେ ସିଆରପିଏଫ୍ ଯବାନ, ଟାର୍ଗେଟରେ ରହିଛି ମିସିର ବେସରା

ମାଓ ବିରୋଧୀ ଅଭିଯାନକୁ ତୀବ୍ର କରିଦେଇଛି ସିଆରପିଏଫ୍ ଏବଂ ଜିଲ୍ଲା ପୁଲିସ। ସରଣ୍ଡା ଜଙ୍ଗଲରେ ଆତ୍ମ ଗୋପନ କରି ରହିଥିବା ଏକ କୋଟିର ଇନାମି ମାଓବାଦୀ ମିସିର ବେସରାକୁ ଟାର୍ଗେଟ କରି ସୁରକ୍ଷାବଳ ଏବେ ଅଭିଯାନକୁ ଆହୁତି ଜୋରଦାର କରିଛି।

Untitled

maoist misira besara is on target Photograph: (sambad.in)

ସୁନ୍ଦରଗଡ଼/ ବିଶ୍ରା: (ଦେବ କୁମାର ଦେ) ଦେଶରେ ନକ୍ସଲବାଦଙ୍କ ବିରୋଧରେ ଏକ ପ୍ରକାର ଶେଷ ଯୁଦ୍ଧ ଚାଲିଛି କହିଲେ ଭୁଲ ହେବ ନାହିଁ। ଛତ୍ତିଶଗଡରେ ସୁରକ୍ଷାବଳଙ୍କ ଦ୍ୱାରା ନକ୍ସଲମାନଙ୍କୁ ଲକ୍ଷ୍ୟ କରି ନିରନ୍ତର ଅଭିଯାନ ଚାଲିଛି। ଏହି କ୍ରମରେ ଦେଶର ସବୁଠାରୁ କୁଖ୍ୟାତ ନକ୍ସଲ କମାଣ୍ଡର ହିଡମା ମଧ୍ୟ ପ୍ରାଣ ହରାଇଛି। ଏହି ଘଟଣା ପରେ ଏବେ ଝାରଖଣ୍ଡର ସାରଣ୍ଡା ଜଙ୍ଗଲକୁ ଘେରି ମାଓ ବିରୋଧୀ ଅଭିଯାନକୁ ତୀବ୍ର କରିଦେଇଛି ସିଆରପିଏଫ୍ ଏବଂ ଜିଲ୍ଲା ପୁଲିସ। ସରଣ୍ଡା ଜଙ୍ଗଲରେ ଆତ୍ମ ଗୋପନ କରି ରହିଥିବା ଏକ କୋଟିର ଇନାମି ମାଓବାଦୀ ମିସିର ବେସରାକୁ ଟାର୍ଗେଟ କରି ସୁରକ୍ଷାବଳ ଏବେ ଅଭିଯାନକୁ ଆହୁତି ଜୋରଦାର କରିଛି।

ଉଲ୍ଲେଖନୀୟ ଯେ, ଝାରଖଣ୍ଡର ସ୍ଥିତ ସାରଣ୍ଡା ଜଙ୍ଗଲ ଲମ୍ବା ସମୟ ଧରି ନକ୍ସଲମାନଙ୍କର ଗଢ଼ ବୋଲି ଚିହ୍ନିତ ହେଇଛି। ଏହି ଜଙ୍ଗଲରେ ଲୁଚି ରହିଛି ମାଓ ନେତା ମିସିର ବେସରା, ଅସୀମ ମଣ୍ଡଳ, ଅନଲ ଦା ସହ ଅନେକ କୁଖ୍ୟାତ ନକ୍ସଲ ନେତା। ଯେଉଁ ମାନଙ୍କୁ ଧରିବା ପାଇଁ ୧୦ ହଜାରରୁ ଅଧିକ ସୁରକ୍ଷା ଯବାନ ଏହି ମାଓ ବିରୋଧୀ ଅଭିଯାନରେ ସାମିଲ ହେଇ ଥିବା ସୂତ୍ରରୁ ଜଣାପଡ଼ିଛି। ପ୍ରତିଦିନ ଏହି ମାଓବାଦୀମାନଙ୍କୁ ଟାର୍ଗେଟ କରି ଯବାନମାନେ ଜଙ୍ଗଲରେ ଆଗକୁ ବଢ଼ୁଛନ୍ତି।

ସରଣ୍ଡା ଜଙ୍ଗଲକୁ ମାଓ ମୁକ୍ତ କରାଯିବ

ପୁଲିସ ବିଭାଗର ବଡ଼ ଅଧିକାରୀମାନେ ମଧ୍ୟ କହିଛନ୍ତି ଯେ ଖୁବ୍ ଶୀଘ୍ର ଏହି ମାଓବାଦୀଙ୍କୁ ଶେଷ କରି ସରଣ୍ଡା ଜଙ୍ଗଲକୁ ମାଓ ମୁକ୍ତ କରାଯିବ। ମାଓବାଦୀଙ୍କ ବିରୋଧରେ ଚାଲିଥିବା ଏହି ଅଭିଯାନରେ ସିଆରପିଏଫ, କୋବ୍ରା, ଜାଗୁଆର ଏବଂ ଜିଲ୍ଲା ପୁଲିସ ଏକତ୍ରିତ ଭାବେ କାର୍ଯ୍ୟାନୁଷ୍ଠାନ କରିବାରେ ଲାଗି ପଡ଼ିଛି। ଗତ କିଛି ଦିନ ମଧ୍ୟରେ ଝାରଖଣ୍ଡରେ ନକ୍ସଲ ବିରୋଧୀ ଅଭିଯାନରେ ପୁଲିସ ବିଭାଗକୁ ଅନେକ ବଡ଼ ସଫଳତା ମିଳିଛି। ନକ୍ସଲମାନଙ୍କ ଅସ୍ତ୍ରଶସ୍ତ୍ର ସମେତ ଗୋଲାବାରୁଦ ଓ ଅନ୍ୟାନ୍ୟ ମାଓ ସାମଗ୍ରୀ ମଧ୍ୟ ଜବତ କରା ଜଡ଼ିଛି। ସାରଣ୍ଡାରେ ଚାଲିଥିବା ଏହି ଅଭିଯାନର ପ୍ରଭାରୀ ଆଇଜି ଡକ୍ଟର ମାଇକେଲ ଏସ୍ ରାଜ କହିଛନ୍ତି ଯେ, ସରଣ୍ଡା ଜଙ୍ଗଲରେ ଏବେ ମାତ୍ର ୬୦-୭୦ ଜଣ ନକ୍ସଲ ଅବଶିଷ୍ଟ ବଞ୍ଚିଛନ୍ତି। ଯେଉଁମାନଙ୍କ ବିରୋଧରେ ବଡ଼ ଅଭିଯାନ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe