Minor death wrong injection Photograph: (sambad.in)
ଯାଜପୁର: ଭୁଲ ଇଞ୍ଜେକ୍ସନ ଯୋଗୁ ନାବାଳକର ମୃତ୍ୟୁ ଅଭିଯୋଗ ଆଣିଲେ ପରିବାର ଲୋକେ | ବାନ୍ତି ହେଉଥିବାରୁ ଭାଇଙ୍କ ସହ ଆସିଥିଲେ ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର|
ମୃତକ ହେଲେ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଚନ୍ଦ୍ରମୁଁ ପଞ୍ଚାୟତ ଅନ୍ତର୍ଗତ ରାଉତରା ଗ୍ରାମର ରାମ ମଲ୍ଲିକଙ୍କ ପୁଅ ସତ୍ୟନାରାୟଣ ମଲ୍ଲିକ |
ଆହୁରି ପଢ଼ନ୍ତୁ Shreemayee Mishra, BJD: ଦେବାଶିଷ ସାମନ୍ତରାୟଙ୍କ ବିସ୍ଫୋରକ ବୟାନ ପରେ ବିଜେଡିକୁ ଶ୍ରୀମୟୀଙ୍କ ‘ବିପ୍ଳବ-ବିଦ୍ରୋହ-ବିନାଶ’ର ବାଣ !
ଅଭିଯୋଗ ଅନୁଯାୟୀ, ଗତକାଲି ରାତି ପ୍ରାୟ ୩ଟା ବେଳେ ତାଙ୍କର ବାନ୍ତି ହେବା ସହ ଅସୁସ୍ଥତା ଅନୁଭବ କରିଥିଲେ ସତ୍ୟନାରାୟଣ। ପରିବାର ଲୋକେ ତାଙ୍କୁ ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ | ଡ୍ୟୁଟିରେ ଥିବା ଡାକ୍ତର ତାଙ୍କୁ ଦୁଇଟି ଇଞ୍ଜେକ୍ସନ ନେବାକୁ ଲେଖିଥିଲେ | ନର୍ସିଙ୍ଗ ଷ୍ଟାଫ ତାଙ୍କୁ ଇଞ୍ଜେକ୍ସନ ଦେବାର କିଛି ସମୟ ପରେ ସେ ଅଧିକ ଅସୁସ୍ଥ ହୋଇପଡ଼ିଥିଲେ |
ଆହୁରି ପଢ଼ନ୍ତୁ Debashis' explosive statement: ବିଜେଡି ସ୍ଥିତିକୁ ନେଇ ଦେବାଶିଷଙ୍କ ବିସ୍ଫୋରକ ବୟାନ
ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା
ପରିବାର ଲୋକେ ପୁନର୍ବାର ଡାକ୍ତରଙ୍କୁ ଡାକିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ତାଙ୍କୁ ଇଞ୍ଜେକ୍ସନ ଦିଆଯାଇଥିବା କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାର ଲୋକେ | ଯାହାକୁ ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା ପରିସ୍ଥିତି ଦେଖା ଯାଇଥିଲା |
Follow Us