Minor Pregnant Accused Arrested ଦଶମଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ: ପାଞ୍ଚମାସର ଗର୍ଭବତୀ ହେବା ପରେ ଘଟଣା ପଦାକୁ ଆସିଲା, ବନ୍ଧା ହେଲା ଅଭିଯୁକ୍ତ

Advertisment

ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅଞ୍ଚଳରେ ଜଣେ ଦଶମଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। accused କୁଲଦୀପ ହାଁସଦାକୁ ବୀରମିତ୍ରପୁର ପୁଲିସ ଗିରଫକରି ସୁନ୍ଦରଗଡ଼ ପୋକ୍ସୋ କୋର୍ଟଚାଲାଣ କରିଛି।

ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅଞ୍ଚଳରେ ଜଣେ ଦଶମଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। accused କୁଲଦୀପ ହାଁସଦାକୁ ବୀରମିତ୍ରପୁର ପୁଲିସ ଗିରଫକରି ସୁନ୍ଦରଗଡ଼ ପୋକ୍ସୋ କୋର୍ଟଚାଲାଣ କରିଛି।

arrest

minor rape accused arrested Photograph: (sambad.in)

ବୀରମିତ୍ରପୁର/କୁଆରମୁଣ୍ଡା: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅଞ୍ଚଳରେ ଜଣେ ଦଶମଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଅଭିଯୁକ୍ତକୁ ବୀରମିତ୍ରପୁର ପୁଲିସ ଗିରଫକରି ସୁନ୍ଦରଗଡ଼ ପୋକ୍ସୋ କୋର୍ଟଚାଲାଣ କରିଛି। ଅଭିଯୁକ୍ତ ହେଉଛନ୍ତି କୁମଝରିଆ ଅଞ୍ଚଳର କୁଲଦୀପ ହାଁସଦା(୨୩)।

ନାବାଳିକା ଛାତ୍ରୀଙ୍କୁ ଫେସ୍‌ବୁକ୍‌ ମାଧ୍ୟମରେ ନିଜ ପ୍ରେମଜାଲରେ ଫସାଇଥିଲେ ଅଭିଯୁକ୍ତ

ସୂଚନା ଅନୁଯାୟୀ, ଅଭିଯୁକ୍ତ କୁଲଦୀପ ନାବାଳିକା ଛାତ୍ରୀଙ୍କୁ ଫେସ୍‌ବୁକ୍‌ ମାଧ୍ୟମରେ ନିଜ ପ୍ରେମଜାଲରେ ଫସାଇଥିଲେ। ଜୁନ୍‌ମାସରେ ଛାତ୍ରୀଙ୍କୁ ଡକାଇ ଜୋରଜବରଦସ୍ତ ତାଙ୍କ ଗାଁ ନିକଟସ୍ଥ ଜଙ୍ଗଲକୁ ନେଇ ସେଠାରେ ବଳପୂର୍ବକ ଦୁଷ୍କର୍ମ କରିଥିଲେ। ଘଟଣା ସମ୍ପର୍କରେ କାହାରିକୁ କହିଲେ ଜୀବନରୁ ମାରିଦେବା ଧମକଦେଇ ସେଠାରୁ ଫେରାର ହୋଇଯାଇଥିଲେ। ଭୟରେ ଛାତ୍ରୀଜଣକ ଏ ବିଷୟରେ ଘରେ କାହାରିକୁ କହିନଥିଲେ।

ଆହୁରି ପଢ଼ନ୍ତୁ: Vigilance Raid Ranger ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ, ରାହାମା ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ ଘରେ ଭଜିଲାନ୍ସ ଚଢ଼ାଉ

ଦୁଇଦିନ ଆଗରୁ ପେଟବ୍ୟଥା ହେବାରୁ ଛାତ୍ରୀଙ୍କ ପରିବାରଲୋକେ ରାଉରକେଲା ସରକାରୀ ଡାକ୍ତରଖାନା ନେଇଥିଲେ। ସେଠାରେ ପରୀକ୍ଷାପରେ ଛାତ୍ରୀ ପାଞ୍ଚମାସର ଗର୍ଭବତୀ ଥିବା ଜଣାପଡ଼ିଥିଲା। ପରିବାର ପଚାରିବାରୁ ଛାତ୍ରୀ ସବୁକଥା କହିଥିଲେ। ଗୁରୁବାର ରାତିରେ ଛାତ୍ରୀଙ୍କ ପରିବାର ପକ୍ଷରୁ ଏ ସମ୍ପର୍କରେ ବୀରମିତ୍ରପୁର ଥାନାରେ ଲିଖିତ ଏତଲା ଦିଆଯାଇଥିଲା ।

ଆହୁରି ପଢ଼ନ୍ତୁ: Toy Seller Jhuma Majhi: ଜୀବନ କ’ଣ ଜାଣିବା ପୂର୍ବରୁ ଦାୟିତ୍ବ କ’ଣ ବୁଝିଥିଲେ ଝୁମା

ବୀରମିତ୍ରପୁର ଥାନାଧିକାରୀ ରାମପ୍ରସାଦ ନାଗ ୬୧୬/୧୮ ପୋକ୍ସୋ ଧାରାରେ ଏକ ମାମଲା ରୁଜୁକରି ତାଙ୍କ ଗାଁରେ ଚଢ଼ଉକରି ଅଭିଯୁକ୍ତକୁ ଗିରଫ କରିଥିଲେ। ଶୁକ୍ରବାର ଅଭିଯୁକ୍ତକୁ ଡାକ୍ତରୀମାଇନା ଓ କୋର୍ଟଚାଲାଣ କରାଯାଇଥିବାବେଳେ ପୀଡ଼ିତାଛାତ୍ରୀଙ୍କୁ ରାଉରକେଲା ସଖୀଘରେ ରଖାଯାଇଛି ବୋଲି ଥାନାଧିକାରୀ ଶ୍ରୀ ନାଗ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe