minor rape case at chandragiri Photograph: (Sambad.in)
ଗଜପତି: ଚନ୍ଦ୍ରଗିରି ଫାଣ୍ଡି ଅନ୍ତର୍ଗତ ଜିରାଙ୍ଗ ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ସାତ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ନେଇ ଥାନାରେ ଅଭିଯୋଗ ପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୁଲିସ। ସୁଚନା ପ୍ରକାରେ ନାବାଳିକାଙ୍କ ବାପା ମାଆ ଏକ ତିବ୍ବତୀୟ ଦମ୍ପତି ୧୭ ବର୍ଷୀୟ ଅଭିଯୁକ୍ତକୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରି ତାର ଲାଳନପାଳନ କରୁଥିଲେ। ତେଣୁ ସେ ଦୀର୍ଘ ବର୍ଷ ହେଲା ପରିବାର ସହ ଘରେ ରହି ଆସୁଥିଲା ଏବଂ ତାର ଯାବତୀୟ ଖର୍ଚ୍ଚ ବହନ କରୁଥିଲେ ତିବତୀୟ ଦମ୍ପତି।
ତଦନ୍ତ ଜାରି ରଖିଛି ପୁଲିସ
କିନ୍ତୁ ଘଟଣା ଦିନ ଅର୍ଥାତ ୭ ତାରିଖରେ ପୀଡିତାଙ୍କ ବାପା ମାଆ କୈଣସି କାର୍ଯ୍ୟରେ ବାହାରକୁ ଯାଇଥିଲେ, କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ ଫେରି ପାରିନଥିଲେ। ସେହି ସମୟରେ ଅଭିଯୁକ୍ତ ପ୍ରତ୍ୟେକ ଦିନ ଭଳି ଘରେ ପୀଡିତା ସହିତ ରହିଥିଲା । ଏକୁଟିଆ ସୁଯୋଗ ନେଇ ହେଉ କିମ୍ବା ଅନ୍ୟ କୌଣସି ମତେ ପୀଡିତା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ବାପା ମାଆ ଘରକୁ ଫେରିବା ପରେ ଝିଅ ଠାରୁ ସବୁ ଶୁଣିବା ପରେ ୮ ତାରିଖରେ ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ଥାନାରେ ଏତଲା ପରେ ପୁଲିସ ପକ୍ଷରୁ କେସ ନମ୍ବର ୨୨ / ୨୬ ରେ ଚନ୍ଦ୍ରଗିରି ଫାଣ୍ଡିରେ ମାମଲା ରୁଜୁ କରାଯିବା ସହ ତଦନ୍ତ ଜାରି ରଖିଛି ପୁଲିସ ।
ଆହୁରି ପଢ଼ନ୍ତୁ:Crpf Jawan Death ନିଜକୁ ଗୁଳିକରି ଜୀବନ ହାରିଲେ ସିଆରପିଏଫ ଯବାନ
Follow Us