Minor Stabbed near bhanjapur railway station Photograph: (sambad.in)
ବାରିପଦା: ଷ୍ଟେସନ ନିକଟରେ ଜଣେ ନାବାଳକଙ୍କୁ ଛୁରା ମାଡ଼ ହୋଇଛି। ମେଳା ବୁଲିବାକୁ ଆସିଥିବା ନାବାଳକଙ୍କୁ ଛୁରା ମାଡ଼। ଗୁରୁତର ଆହତ ନାବାଳକଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଏହିପରି ଅଭାବନୀୟ ଘଟଣା ଘଟିଛି ବାରିପଦା ସହରର ଭଂଜପୁର ଷ୍ଟେସନ ନିକଟରେ।
କିଛି ଯୁବକଙ୍କ ସହ ଯୁକ୍ତିତର୍କ ହୋଇଥିଲା
ଗତକାଲି ବିଳମ୍ବିତ ରାତିରେ ଭଂଜପୁରରେ ଅନୁଷ୍ଠିତ ହେଉଥିବା ଜଗଦ୍ଧାତ୍ରୀ ମେଳା ବୁଲିବାକୁ ବୁଢାମରା ଗାଁର କିଛି ଯୁବକ ଓ ନାବାଳକ ଆସିଥିବା ବେଳେ ତାଙ୍କ ସହ ସ୍ଥାନୀୟ ଅଞ୍ଚଳର କିଛି ଯୁବକଙ୍କ ସହ ଯୁକ୍ତିତର୍କ ହୋଇଥିଲା । ଭଂଜପୁର ଷ୍ଟେସନ ବାହାରେ ଅନ୍ଧାରିଆ ସ୍ଥାନରେ ନାବାଳକ ଜଣକ ପରିସ୍ରା ଯିବାବେଳେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ତାଙ୍କୁ ପାଟିତୁଣ୍ଡ କରିବା ସହ ମାଡ଼ ମାରିଥିଲେ। ଏପରିକି ଦୁର୍ବୃତ୍ତମାନେ ଏକ ଛୁରୀରେ ତାଙ୍କୁ ଆକ୍ରମଣ କରିଥିଲେ ।
ଷ୍ଟେସନ ପାଖରେ ମେଳା ହେଉଥିବାରୁ ହଜାର ହଜାର ଲୋକଙ୍କ ଭିଡ଼ ଜମୁଛି। ଭିଡ଼କୁ ଦୃଷ୍ଟିରେ ରଖି ଜିଆରପି ପୁଲିସ ମୁତୟନ କରାଯାଇଛି। ଛୁରାମାଡ଼ ଖବର ପାଇ ଜିଆରପି ପୁଲିସ ରକ୍ତାକ୍ତ ନାବାଳକଙ୍କୁ ଉଦ୍ଧାର କରି ବାରିପଦା ମେଡିକାଲରେ ଭର୍ତ୍ତି କରାଇଥିଲେ।
ଗୁରୁତର ଆହତ ନାବାଳକ ବୁଢାମରା ଅଞ୍ଚଳର ଆକାଶ ନାୟକ
ଗୁରୁତର ଆହତ ନାବାଳକ ଜଣକ ବୁଢାମରା ଅଞ୍ଚଳର ୧୬ /୧୭ ବର୍ଷୀୟ ଆକାଶ ନାୟକ ବୋଲି ଜଣାଯାଇଛି। ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।
ଆହୁରି ପଢ଼ନ୍ତୁ: OSRTC bus-truck accident: ବସ୍ ଓ ଟ୍ରକ୍ ମୁହାଁମୁହିଁ: ତିନିବସ ଯାତ୍ରୀ ଓ ଟ୍ରକ ଡ୍ରାଇଭର ଗୁରୁତର
ଏହି ଘଟଣା ରେ ବାରିପଦା ଜିଆରପି ଥାନାରେ ଏକ ମାମଲା ରୁଜୁ କରାଯାଇ ଏହାର ତଦନ୍ତ ଆରମ୍ଭ କରାଯାଇଛି ବୋଲି ଜିଆରପି ପୁଲିସ ପକ୍ଷରୁ କୁହାଯାଇଛି। ମେଳାରେ ହଜାର ହଜାର ଲୋକଙ୍କ ଭିଡ଼ ହେଉଥିବା ବେଳେ ପ୍ରତ୍ୟେକ ଦିନ ଛୋଟ ବଡ଼ ଚୋରି , ଗଣ୍ଡଗୋଳ ହେଉଥିବା ବେଳେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ଆହୁରି ପଢ଼ନ୍ତୁ: Accident Ollywood Actor Ashrumochan: ଓଲିଉଡ ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ
Follow Us