Mother Human Sagar FIR ମର୍କତନଗର ଥାନାର ଦ୍ବାରସ୍ଥ ହେଲେ ହ୍ୟୁମାନ ସାଗରଙ୍କ ମାଆ, ଏତଲାରେ ଅର୍ପିତା ଚୌଧୁରୀଙ୍କ ନାଆଁ

Advertisment

କଟକ ସେକ୍ଟର ୭ରେ ଥିବା ମର୍କତନଗର ଥାନାରେ fir ଦେଲେ ଦିବଂଗତ ହ୍ୟୁମାନ ସାଗରଙ୍କ ମାଆ ଶେଫାଳି ସୁନା। ପୁଅର ସନ୍ଦେହଜନକ ମୃତ୍ୟୁକୁ ନେଇ ତଦନ୍ତ ଦାବି କଲେ ସେ। ଏତଲାରେ ରହିଛି ଅର୍ପିତା ଚୌଧୁରୀଙ୍କ ନାଆଁ।

କଟକ ସେକ୍ଟର ୭ରେ ଥିବା ମର୍କତନଗର ଥାନାରେ fir ଦେଲେ ଦିବଂଗତ ହ୍ୟୁମାନ ସାଗରଙ୍କ ମାଆ ଶେଫାଳି ସୁନା। ପୁଅର ସନ୍ଦେହଜନକ ମୃତ୍ୟୁକୁ ନେଇ ତଦନ୍ତ ଦାବି କଲେ ସେ। ଏତଲାରେ ରହିଛି ଅର୍ପିତା ଚୌଧୁରୀଙ୍କ ନାଆଁ।

Untitled-7 copy

fir of mother of human sagar Photograph: (sambad.in)

କଟକ: ‌କଟକ ସେକ୍ଟର ୭ରେ ଥିବା ମର୍କତନଗର ଥାନାରେ ଏତଲା ଦେଲେ ଦିବଂଗତ ହ୍ୟୁମାନ ସାଗରଙ୍କ ମାଆ ଶେଫାଳି ସୁନା। ପୁଅର ସନ୍ଦେହଜନକ ମୃତ୍ୟୁକୁ ନେଇ ତଦନ୍ତ ଦାବି କଲେ ସେ। ପୁଅକୁ ନିର୍ଯାତନା ଦିଆଯିବା, ଷଡ଼ଯନ୍ତ୍ର, ଅବହେଳା, ଚାପ, ନିଶାଦ୍ରବ୍ୟର ପ୍ରୟୋଗ, ଆର୍ଥିକ ହେରଫେର, ଡିଜିଟାଲ୍ ପ୍ରମାଣ ନଷ୍ଟ, ଆଦି ଅଭିଯୋଗ କଥା ଉଲ୍ଲେଖ କରିଛନ୍ତି ମାଆ ଶେଫାଳି ସୁନା। ଏହି ଏତଲାରେ ସେ ପ୍ରଶାନ୍ତ ବେହେରା, ଲୁଲୁ ମହାନ୍ତି, ଜଗଦୀଶ ମହାନ୍ତି, ଗାୟିକା ଅର୍ପିତା ଚୌଧୁରୀ ଓ ତାଙ୍କ ପରିବାର, ଶ୍ରେୟା ମିଶ୍ର, ଶୁଭେନ୍ଦୁ ମିଶ୍ର ଓ ସଂଗୀତକାର ସୋମେଶ ଶତପଥୀ ପ୍ରମୁଖଙ୍କ ଭୂମିକା ସନ୍ଦେହଜନକ ଥିବାରୁ ସେମାନଙ୍କୁ ତଦନ୍ତ ପରିସରକୁ ଆଣିବାକୁ ସେ ଦାବି କରିଛନ୍ତି। ଏହାଛଡ଼ା ଘରର ସିସିଟିଭି ଓ ହ୍ୟୁମାନଙ୍କ ମୋବାଇଲକୁ ଯାଞ୍ଚ କରିବାକୁ ବି ସେ ଦାବି କରିଛନ୍ତି।

ବଲାଙ୍ଗୀର ଟାଉନ୍‌ ଥାନାରେ ଏତଲା 

ପୂର୍ବରୁ ଓଡ଼ିଶା ସଂଗୀତ ଜଗତର ଚର୍ଚ୍ଚିତ ଓ ଲୋକପ୍ରିୟ ଗାୟକ ହ୍ୟୁମାନ୍‌ ସାଗରଙ୍କ ମ୍ୟାନେଜରଙ୍କ ନାଆଁରେ ବଲାଙ୍ଗୀର ଟାଉନ୍‌ ଥାନାରେ ଏତଲା ଦିଆଯାଇଥିଲା। ବିଭିନ୍ନ ସଂଗଠନ ପକ୍ଷରୁ ହ୍ୟୁମାନ୍‌ ସାଗରଙ୍କ ମା’ଙ୍କୁ ଗାଳିଗୁଲଜ କରିବା ଓ ହ୍ୟୁମାନଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥିବାର ଅଭିଯୋଗ ଆସିଥିଲା। ଏନେଇ କୋଶଳ ମୁକ୍ତିମୋର୍ଚ୍ଚା ପକ୍ଷରୁ ହ୍ୟୁମାନ୍‌ ସାଗରଙ୍କ ମ୍ୟାନେଜର ଦିନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କ ନାଆଁରେ ବଲାଙ୍ଗୀର ଟାଉନ୍‌ ଥାନାରେ ଏତଲା ଦିଆଯାଇଥିଲା। କୋଶଳ ମୁକ୍ତିମୋର୍ଚ୍ଚାର ସାଧାରଣ ସଂପାଦକ ସିପୁନ ଖମାରୀ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ହ୍ୟୁମାନ୍‌ ସାଗରଙ୍କ ମ୍ୟାନେଜରଙ୍କ ନାଆଁରେ ବଲାଙ୍ଗୀର ଟାଉନ୍‌ ଥାନାରେ ଏତଲା ଦିଆଯାଇଥିଲା। ହ୍ୟୁମାନ୍‌ ସାଗରଙ୍କ ମୃତ୍ୟୁ ଘଟଣାର ତଦନ୍ତ ଦାବି ହୋଇଥିଲା।

ଆହୁରି ପଢ଼ନ୍ତୁ: Rahama Ranger Arrested Vigilance ରାହାମା ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କୁ ବାନ୍ଧିଲା ଭିଜିଲାନ୍ସ

ସୂଚନାଯୋଗ୍ୟ, ଗତ ମାସ ୧୭ ତାରିଖରେ ମାତ୍ର ୩୬ ବର୍ଷ ବୟସରେ ଦୁନିଆକୁ ପର କରି ହ୍ୟୁମାନ ଚାଲିଯାଇଥିଲେ ଆରପାରିକୁ। ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ରାତି ୯ଟା ୮ ମିନିଟ୍‌ ସମୟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ଏହା ଆଗରୁ ପ୍ରାୟ ଏକ ମାସ ଧରି ହ୍ୟୁମାନ ସାଗର କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତ ମାସ ୧୪ ତାରିଖରେ ତାଙ୍କୁ ଜଟିଳ ଅବସ୍ଥାରେ ଏମ୍‌ସ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଥିଲା। ସେ ଶ୍ବାସକ୍ରିୟାଜନିତ ବାଧା, ନିମୋନିଆ, ହେପାଟୋପାଥି, ଥ୍ରୋମ୍ବୋସାଇଟୋପେନିଆ ଓ କୋଆଗୁଲୋପାଥିରେ ପୀଡ଼ିତ ଥିଲେ। ହ୍ୟୁମାନଙ୍କର ଯକୃତ ଓ ବୃକକ୍‌ ଅକାମୀ ହେବା ସହିତ ବହୁ ଅଙ୍ଗ ପ୍ରଭାବିତ ହୋଇଥିଲା। ତାଙ୍କୁ ଆଇସିୟୁ ଭେଣ୍ଟିଲେଟର୍‌ରେ ଭର୍ତ୍ତି କରାଯାଇଥିବା ବେଳେ ଏକ୍‌ମୋ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ ବେହେରାଙ୍କ ତତ୍ତ୍ବାବଧାନରେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ତାଙ୍କର ଚିକିତ୍ସା କରୁଥିଲେ। ଆଣ୍ଟିବାୟୋଟିକ୍ସ ସହିତ ଜୀବନରକ୍ଷାକାରୀ ଔଷଧ ଏବଂ ଅତ୍ୟାଧୁନିକ ଚିକିତ୍ସା ଉପକରଣ ସହାୟତାରେ ତାଙ୍କର ଚିକିତ୍ସା ଚାଲିଥିଲା। ଗତକାଲି ତାଙ୍କର ଇନ୍ଦ୍ରିୟ କାମ କରୁଥିବା ନେଇ ଆଶ୍ବସ୍ତିକର ଖବର ଆସିଥିଲେ ମଧ୍ୟ ସ୍ବାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ହୋଇନଥିଲା। 

ଆହୁରି ପଢ଼ନ୍ତୁ:Minister Gokulananda Mallick Raygada ରାୟଗଡ଼ାର ପ୍ରେମ ପାହାଡ଼ର ସମସ୍ୟା ସଂପର୍କୀତ ଓ ଚାୟ ପେ ଚର୍ଚ୍ଚାରେ ଆଲୋଚନା କଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

 ସନ୍ଧ୍ୟାରେ ହଠାତ୍‌ ତାଙ୍କ ଅମ୍ଳଜାନ ସ୍ତର ଅସ୍ବାଭାବିକ ଭାବେ କମିବାକୁ ଲାଗିଥିଲା। ବହୁ ଚେଷ୍ଟା ସତ୍ତ୍ବେ ଡାକ୍ତରମାନେ ତାଙ୍କୁ ବଞ୍ଚାଇ ପାରିନଥିଲେ। ରାତିରେ ହ୍ୟୁମାନଙ୍କ ମାଆ ପ୍ରଥମେ ଗଣମାଧ୍ୟମକୁ ହ୍ୟୁମାନଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଥିଲେ। ପରେ ଏମ୍‌ସ ପକ୍ଷରୁ ଏ ନେଇ ବିଧିବଦ୍ଧ ସୂଚନା ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe