New Rule Of Bmc: ବିଏମସିର ନୂଆ ନିୟମ: ଏଣିକି ମନ ଇଚ୍ଛା ରାସ୍ତାକଡ଼ରେ ବ୍ୟବସାୟ କରିପାରିବେନି ଉଠା ଦୋକାନୀ

ଉଠା ଦୋକାନୀଙ୍କ ପାଇଁ ଆସିବ ସ୍ୱତନ୍ତ୍ର ନିୟମ। ଏଣିକି ମନ ଇଚ୍ଛା ରାସ୍ତାକଡ଼ରେ ବ୍ୟବସାୟ କରିପାରିବେନି ଉଠା ଦୋକାନୀ। ନିର୍ଦ୍ଧିଷ୍ଟ ସମୟରେ ଚକ ଥିବା ଟ୍ରଲିରେ ଜିନିଷ ରଖି ବେପାର କରିବେ।

bmc

New Rule Of Bmc Photograph: (Sambad.in)

ଭୁବନେଶ୍ବର: ଉଠା ଦୋକାନୀଙ୍କ ପାଇଁ ଆସିବ ସ୍ୱତନ୍ତ୍ର ନିୟମ। ଏଣିକି ମନ ଇଚ୍ଛା ରାସ୍ତାକଡ଼ରେ ବ୍ୟବସାୟ କରିପାରିବେନି ଉଠା ଦୋକାନୀ। ନିର୍ଦ୍ଧିଷ୍ଟ ସମୟରେ ଚକ ଥିବା ଟ୍ରଲିରେ ଜିନିଷ ରଖି ବେପାର କରିବେ। ସମୟ ସରିଲେ ରାସ୍ତା ଉପରେ ଆଉ ଠେଲା ଗାଡ଼ିକୁ ରଖିପାରିବେନି ବୋଲି କଡ଼ା ଚେତାବନୀ ଦେଇଛି ବିଏମସି। ନହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସପ୍ତାହକ ଭିତରେ ଏନେଇ ଉଠାଦୋକାନୀଙ୍କୁ ସଚେତନ କରାଯିବ ବୋଲି ବିଏମସି କହିଛି।

ଆଜି ୟୁନିଟ ୧ ହାଟ ପାଖରେ ଗଣ ସଫେଇ

ବିଏମସି କମିସନର ଚଞ୍ଚଲ ରାଣା କହିଛନ୍ତି, ବିଏମସି ପକ୍ଷରୁ ଆଜି ୟୁନିଟ ୧ ହାଟ ପାଖରେ ଗଣ ସଫେଇ କରାଯାଇଛି। ଏହି ସମୟରେ ରାସ୍ତାକଡ଼ରେ ପଡ଼ି ରହିଥିବା ଉଠାଦୋକାନୀଙ୍କ ଜିନିଷକୁ ଖାଲି କରାଯାଇଥିଲା। ବ୍ୟବସାୟୀମାନେ ଡ୍ରେନ ଉପରେ ଜିନିଷ ରଖି ବେପାର କରୁଛନ୍ତି। ଫଳରେ ଡ୍ରେନ ସଫେଇ ସମସ୍ୟା ହେଉଛି। ଅନ୍ୟପଟେ ରାସ୍ତା ଜାମ ହେଉଛି। ତେଣୁ ଉଠାଦୋକାନୀଙ୍କୁ ବୁଝାଇବା ସହ ସମ୍ପୂର୍ଣ୍ଣ ଅଞ୍ଚଳକୁ ଖାଲି କରିଛି ବିଏମସି। 

ଆହୁରି ପଢ଼ନ୍ତୁ:Suffer From Cold At Rourkela: ପୁଣି ଜାଡ଼ରେ ଥରିବେ ସ୍ମାର୍ଟସିଟିର ବେସାହାରା!

ଆହୁରି ପଢ଼ନ୍ତୁ:Students Read on Tree: ଆକ୍ରମଣ ଭୟରେ ବିଦ୍ୟାଳୟ ବାହାରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ

Bhubaneswar Municipal Corporation (BMC)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe