ପ୍ରବଳ ଶୀତ, ଶୁଖିଲା ପାଗ ସହ ଆସିବ ଇଂରାଜୀ ନବବର୍ଷ-୨୦୨୫

ରାଜ୍ୟବାସୀ ନୂଆବର୍ଷ-୨୦୨୫କୁ ପ୍ରବଳ ଶୀତ ଏବଂ ଶୁଖିଲା ପାଗ ସହ ସ୍ବାଗତ କରିବେ। ଆସନ୍ତା ୩୦ରୁ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ୨୮ରୁ ୨୯ ତାରିଖରେ ମଧ୍ୟରେ ପଶ୍ଚିମାଝଡ଼ ପ୍ରଭାବରେ ଅଧିକାଂଶ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ସମ୍ଭାବନା ଅଛି।

ଭୁବନେଶ୍ବର: କ୍ୟାଲେଣ୍ଡର ବର୍ଷ-୨୦୨୪ ଶେଷ ହେବାକୁ ଯାଉଛି। ଆଉ ୪ ଦିନ ପରେ ଚଳିତ ବର୍ଷ ଇତିହାସ ପାଲଟିବ। ବର୍ଷ ଶେଷ ହେବା ପୂର୍ବରୁ ଚାଷୀମାନେ ବ୍ୟାପକ ହଇରାଣ ହୋଇଛନ୍ତି। ଗତ ୧୭ ତାରିଖ ଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇଥିବାରୁ ଚାଷୀକୁଳ ନାହିଁ ନଥିବା କଷ୍ଟ ଭୋଗିଛନ୍ତି। ଫସଲ ଅମଳ ଓ ଧାନ ବିକ୍ରି ସମୟ ଥିବା ଯୋଗୁଁ ମଣ୍ଡି ଓ କ୍ଷେତରେ ବ୍ୟାପକ ଧାନ ପଡ଼ି ରହିଛି। ଡିସେମ୍ବର ୧୫ ତାରିଖ ପରଠାରୁ ଏପର୍ଯ୍ୟନ୍ତ ୨ଟି ପର୍ଯ୍ୟାୟ (୧୭ରୁ ୨୧ ଓ ୨୩ରୁ ୨୫)ରେ ବର୍ଷା ହୋଇଛି। ଏହାରି ମଧ୍ୟରେ ତୃତୀୟ ପର୍ଯ୍ୟାୟରେ ପୁଣି ବର୍ଷା ହୋଇପାରେ। ପାଣିପାଗ ବିଭାଗ ପକ୍ଷରୁ ଏଭଳି ଆକଳନ କରାଯାଇଛି।

ଏହି ଖବର ପଢ଼ନ୍ତୁ: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶାଗସ୍ତ ବାତିଲ୍ 

ଶନିବାର ଦିନ ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ଝାରସୁଗୁଡ଼ା, ସମ୍ବଲପୁର ଓ ସୁବର୍ଣ୍ଣପୁରରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଡିସେମ୍ବର ୨୯ ତାରିଖ (ରବିବାର) ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, କନ୍ଧମାଳ ଓ କଳାହାଣ୍ଡିରେ ବର୍ଷା ହୋଇପାରେ।

-ମନୋରମା ମହାନ୍ତି, ନିର୍ଦ୍ଦେଶିକା, ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର

ଏହି ଖବର ପଢ଼ନ୍ତୁ: ଗରିବ ଚାଷୀଙ୍କ ପରିବା ଉପରେ ବୁଲଡୋଜର ଚଢ଼ାଇଦେଲେ ସରକାରୀ ବାବୁ

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଆସନ୍ତାକାଲି (ଶନିବାର) ଠାରୁ ପଶ୍ଚିମ ଓଡ଼ିଶାରେ ୨ ଦିନ ବର୍ଷା ସମ୍ଭାବନା ରହିଛି। ପଶ୍ଚିମାଝଡ଼ ପ୍ରଭାବରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଶନିବାର ଦିନ ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ଝାରସୁଗୁଡ଼ା, ସମ୍ବଲପୁର ଓ ସୁବର୍ଣ୍ଣପୁରରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଡିସେମ୍ବର ୨୯ ତାରିଖ (ରବିବାର) ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, କନ୍ଧମାଳ ଓ କଳାହାଣ୍ଡିରେ ବର୍ଷା ହୋଇପାରେ। ଏହା ପରଠାରୁ ପାଗ ଶୁଖିଲା ରହିବ। ବର୍ଷା ସରିବା ପରେ ପ୍ରବଳ ଶୀତ ହୋଇପାରେ। ଡିସେମ୍ବର ୩୦ ତାରିଖ ଠାରୁ ଶୀତ ବଢ଼ିଲା ପରେ ନୂଆବର୍ଷ ବେଳକୁ ପାରଦ ନିମ୍ନଗାମୀ ହେବାର ସମ୍ଭାବନା ରହିଛି। 

ଏହି ଖବର ପଢ଼ନ୍ତୁ: ଚାଷଜମିରେ ବିଦ୍ୟୁତ୍‌ ତାର ଛିଣ୍ଡିଲା: ଜଳିଗଲେ ଚାଷୀ, ଉଜୁଡ଼ିଲା ବ୍ୟାପକ ଫସଲ

ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ରାଜ୍ୟବାସୀ ନୂଆବର୍ଷ-୨୦୨୫କୁ ପ୍ରବଳ ଶୀତ ଏବଂ ଶୁଖିଲା ପାଗ ସହ ସ୍ବାଗତ କରିବେ। ଆସନ୍ତା ୩୦ରୁ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ୨୮ରୁ ୨୯ ତାରିଖରେ ମଧ୍ୟରେ ପଶ୍ଚିମାଝଡ଼ ପ୍ରଭାବରେ ଅଧିକାଂଶ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ସମ୍ଭାବନା ଅଛି। ୨୮ ତାରିଖରେ ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ଝାରସୁଗୁଡ଼ା, ସମ୍ବଲପୁର ଏବଂ ସୁବର୍ଣ୍ଣପୁର ଜିଲ୍ଲାର କିଛି କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ୨୯ ତାରିଖରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେଉଁଝର, କନ୍ଧମାଳ ଏବଂ କଳାହାଣ୍ଡି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ବିଗତ କିଛିଦିନ ହେବ ରାତିର ତାପମାତ୍ରା ଅଚାନକ ବଢ଼ିଥିବା ବେଳେ ଆସନ୍ତା ୩ଦିନ ମଧ୍ୟରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର  ସମ୍ଭାବନା ନାହିଁ। 

ଏହି ଖବର ପଢ଼ନ୍ତୁ: ପାଳଗଦାରୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe