Fog alert in 18 district Photograph: (sambad.in)
ଭୁବନେଶ୍ବର: ମାଘ ମାସର ବାଘ ଭଳି ଶୀତ ଓ ଜାଡ଼ ଆଉ ନାହିଁ। ମୟୂରଂଭଜ, ସୁନ୍ଦରଗଡ଼, କୋରାପୁଟ, କନ୍ଧମାଳ ଜିଲ୍ଲାର କିଛି ସ୍ଥାନରେ ଏବେ ରାତିରେ ଶୀତ ଅନୁଭୂତ ହେଉଥିବା ବେଳେ ଦିନ ବେଳା ଶୀତଋତୁର ପ୍ରଭାବ ଆଉ ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ଜଳବାୟୂ ପରିବର୍ତ୍ତନ ଏହାର ମୁଖ୍ୟ କାରଣ ବୋଲି ପାଣିପାଗ ବିଶେଷଜ୍ଞମାନେ କହୁଛନ୍ତି। ଜାନୁଆରି ଶେଷ ହୋଇ ନଥିବା ବେଳେ ଗ୍ରୀଷ୍ମଋତୁର ପ୍ରାକ୍ ସୂଚନା ମିଳିସାରିଛି। ରାଜ୍ୟରେ ତାପମାତ୍ରା ୧୮ ଡିଗ୍ରି ରେକର୍ଡ ହୋଇଛି। ଏହାରି ମଧ୍ୟରେ ପାଣିପାଗ ବିଭାଗ ପକ୍ଷରୁ ଆଗାମୀ ୨୪ ଘଣ୍ଟା ପାଇଁ କୁହୁଡ଼ି ନେଇ ସତର୍କ ସୂଚନା ଜାରି କରାଯାଇଛି।
ଏହି ଖବର ପଢ଼ନ୍ତୁ: ଓ୍ବାକଫ୍ ଜେପିସି ବୈଠକରେ ହଙ୍ଗାମା
ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ, ଗଜପତି, କୋରାପୁଟ, କଳାହାଣ୍ଡି, କନ୍ଧମାଳ ଓ ନୟାଗଡ଼କୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି। ଏସବୁ ଜିଲ୍ଲାଗୁଡ଼ିକରେ ଦୃଶ୍ୟମାନତା ୫୦ରୁ ୨୦୦ ମିଟର ମଧ୍ୟରେ ରହିବ।
ଏହି ଖବର ପଢ଼ନ୍ତୁ: ଘରକୁ ଫେରିଲାନି ଝିଅ: ପୁରୀ-ବଡ଼ବିଲ ଏକ୍ସପ୍ରେସ୍ ଟ୍ରେନ୍ରୁ ଖସିପଡ଼ି ମୃତ୍ୟୁ
ରାଜ୍ୟରେ ଜାନୁଆରିରୁ ଖରା ଆରମ୍ଭ ହୋଇଯାଇଛି। ମାଘ ମାସ ଅଧବାଟରେ ଥିବା ବେଳେ ଜାଡ଼ ବଦଳରେ ପାରଦ ଉପରମୁହାଁ ହେଉଛି। ଉପକୂଳରୁ ଆଭ୍ୟନ୍ତର ପର୍ଯ୍ୟନ୍ତ, ସବୁଠି ଗରମ ଅନୁଭୂତ ହେଉଛି। ଦିନ ସମୟରେ ବାୟୁମଣ୍ଡଳ ଶୁଷ୍କ ରହୁଥିବା ବେଳେ ରାତିରେ ସମୁଦ୍ରରୁ ବାୟୁ ପ୍ରଭାବିତ ହେଉଛି। ଫଳରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି।
ଏହି ଖବର ପଢ଼ନ୍ତୁ: ‘ବଜେଟ୍ ପାଇଁ ସମସ୍ତେ ଜାନୁଆରି ୩୧ ତାରିଖ ପର୍ଯ୍ୟନ୍ତ ମତାମତ ଦେଇପାରିବେ’
ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାପମାତ୍ରା ବୃଦ୍ଧି ହେବ। ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ନେଇ ପୂର୍ବାନୁମାନ କରାଯାଇଛି। ତାପମାତ୍ରା ବୃଦ୍ଧି ସହ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିବ।
ଏହି ଖବର ପଢ଼ନ୍ତୁ: ବାରବାଟୀ ଦିନିକିଆ: ଫେବ୍ରୁଆରି ୨ରେ ଅନ୍ଲାଇନ୍, ୫-୬ରେ କାଉଣ୍ଟର ଟିକେଟ୍
Follow Us