ଭସାଣି ବେଳେ କଟକ ଦୁର୍ଗାପୂଜାରେ ଦୁଲୁକିବ ପାରଂପରିକ ବାଜା

ଚଳିତ ବର୍ଷ ଅକ୍ଟୋବର ୩ ତାରିଖ ଠାରୁ ଶାରଦୀୟ ଦୁର୍ଗାପୂଜା ଅବସରରେ ନବରାତ୍ର ଆରମ୍ଭ ହେବ। ଅକ୍ଟୋବର ୧୨ ତାରିଖରେ ଦଶହରା ପାଳନ କରାଯିବ। ସେହିପରି ଅକ୍ଟୋବର ୧୪ ତାରିଖରେ ଭସାଣି ଶୋଭାଯାତ୍ରା ଅନୁଷ୍ଠିତ ହେବ।

ଅଦ୍ୟତନ ହୋଇଛି
durgapuja

ଭୁବନେଶ୍ବର: ପାର୍ବଣ ଋତୁ ପାଖେଇ ଆସୁଛି। ପୂଜା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ମା’ଙ୍କ ପୂଜା ପାଇଁ ମାଟିଉଠା କାମ ହୋଇଯାଇଛି। ଦୁର୍ଗାପୂଜା ପାଇଁ ଏବେ ଠାରୁ ତୋରଣ କାମ ମଧ୍ୟ ଆରମ୍ଭ ହୋଇଯାଇଛି। କିନ୍ତୁ ଏଥର କଟକର ପ୍ରସିଦ୍ଧ ଦୁର୍ଗାପୂଜା ଭସାଣିରେ ଡିଜେ ବାଜିବ ନାହିଁ। ଶାନ୍ତି କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ପୁଲିସ କମିସନର ଏନେଇ ସୂଚନା ଦେଇଛନ୍ତି।

ଏହି ଖବର ପଢ଼ନ୍ତୁ: ଥାନା ଦିଏ ଭୋଗ, କର୍ତ୍ତା ହୁଅନ୍ତି ଥାନା ଅଧିକାରୀ

ଭସାଣିରେ ପାରଂପରିକ ବାଦ୍ୟ ବଜାଇବାକୁ ଅନୁମତି ମିଳିଥିବା ବେଳେ ଡିଜେକୁ ସମ୍ପୂର୍ଣ୍ଣ ରୂପେ ନିଷିଦ୍ଧ କରାଯାଇଛି। ରାତି ୧୨ଟା ଯାଏ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ମିଳିଛି। ପୂଜା ପାଇଁ ଜବରଦସ୍ତ ଚାନ୍ଦା ମାଗିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ଚଳିତ ବର୍ଷ ଅକ୍ଟୋବର ୩ ତାରିଖ ଠାରୁ ଶାରଦୀୟ ଦୁର୍ଗାପୂଜା ଅବସରରେ ନବରାତ୍ର ଆରମ୍ଭ ହେବ। ଅକ୍ଟୋବର ୧୨ ତାରିଖରେ ଦଶହରା ପାଳନ କରାଯିବ। ସେହିପରି ଅକ୍ଟୋବର ୧୪ ତାରିଖରେ ଭସାଣି ଶୋଭାଯାତ୍ରା ଅନୁଷ୍ଠିତ ହେବ। ମା’ଙ୍କ ପୂଜା ଏକ ମାସରୁ ଅଧିକ ସମୟ ଥିବା ବେଳେ କଟକର ପୂଜା କମିଟିଗୁଡ଼ିକ ଏବେ ଠାରୁ ସଜବାଜ ହୋଇ ସାରିଛନ୍ତି।

ପୁଲିସ କମିସନରଙ୍କ ସୂଚନା ମୁତାବକ ଅକ୍ଟୋବର ୧୪ରେ ଭସାଣି ଶୋଭାଯାତ୍ରା ହେବ। ଶୋଭାଯାତ୍ରାରେ ୬ଟି ବକ୍ସ ହିଁ ବଜାଇପାରିବେ। ଡିଜେ ଉପରେ ସମ୍ପୂର୍ଣ୍ଣ ରୋକ ଲଗାଯାଇଛି। ରାତି ୧୨ଟା ଯାଏ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ମିଳିଛି।

ସୂଚନାଯୋଗ୍ୟ ପୂର୍ବରୁ କମିସନରେଟ ପୁଲିସ ଗଣେଶ ପୂଜାଭସାଣିକୁ ଅନୁମତି ଦେଇ ନାହିଁ। ପାରଂପରିକ ବାଦ୍ୟରେ ଗଣେଶ ମୂର୍ତ୍ତି ଭସାଣି କରିବାକୁ ଅନୁମତି ଦେଇଛି।

ଏହି ଖବର ପଢ଼ନ୍ତୁ: ରାଜଧାନୀରେ ଡିଜେ ବନ୍ଦ, କେବଳ ବାଜିବ ପାରମ୍ପରିକ ବାଦ୍ୟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe