ଭୁବନେଶ୍ବର: ବର୍ଷ ସରିବାକୁ ବସିଲାଣି। ହେଲେ ଓଲିଉଡର କେତେକ ନାମୀ କଳାକାରଙ୍କୁ ଏଯାଏ ବଡ଼ ପରଦାରେ ଦେଖିବାକୁ ମିଳିଲାନି। ପ୍ରଥମେ ଆସନ୍ତୁ ନାୟକମାନଙ୍କ କଥା ହେବା। ୨୦୨୫ରେ ଆଗଧାଡ଼ିର ନାୟକ ଅନୁଭବ ମହାନ୍ତିଙ୍କୁ ‘ଚାରିଧାମ’ରେ ଦେଖିବାକୁ ମିଳିଲା। ତେଣେ ବାବୁସାନ ବି ‘ବୋଉ ବୁଟ୍ଟୁ ଭୂତ’ ଏବଂ ‘ଲହରି’ରେ ନଜର ଆସିଲେ। ତେଣେ ସବ୍ୟସାଚୀଙ୍କ ‘ଅନନ୍ତା’ ବି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା। ନାୟକ ବୁଦ୍ଧାଦିତ୍ୟ ବି ‘ଡେଲିଭରି ବୟ ୨’ରେ ଦେଖା ଦେଲେ। ଆଉ ସମ୍ବିତ, ଶୈଳେନ୍ଦ୍ର, ଅମ୍ଳାନ, ଜ୍ୟୋତି, ମଣ୍ଟୁଙ୍କ ପରି ନାୟକଙ୍କୁ ବି କେତେକ ଓଡ଼ିଆ ଛବିରେ ଦେଖିବାକୁ ପାଇଲେ ଦର୍ଶକ।
ଓଲିଉଡର ଲୋକପ୍ରିୟ ନାୟକ ଅରିନ୍ଦମ ୨୦୨୪ ଭଳି ୨୦୨୫ରେ ନଜର ଆସିନାହାନ୍ତି ବଡ଼ ପରଦାରେ। ୨୦୨୩ ଦଶହରା ଅବସରରେ ତାଙ୍କ ଅଭନୀତ ‘ରାମ୍’ ମୁକ୍ତିଲାଭ କରିଥିଲା। ଏହା ଅବଶ୍ୟ ଏକ ଦ୍ବିଭାଷୀ(ଓଡ଼ିଆ-ବଙ୍ଗଳା) ସିନେମା। ଏଥିରେ ଅରିନ୍ଦମ ନାୟକ ଭୂମିକାରେ ଥିବା ବେଳେ ଅନୁଭବ ଥିଲେ ଗେଷ୍ଟ ଆପିଅରାନ୍ସରେ। ଏଥିରେ ମୁଖ୍ୟ ଖଳନାୟକ ଭୂମିକାରେ ନଜର ଆସିଥିଲେ ରାହୁଲ ଦେବ। ଅରିନ୍ଦମଙ୍କ ବିପକ୍ଷରେ ପ୍ରଥମ ଥର ନାୟିକା ବନିଥିଲେ ରୂପସା। ଏହି ଫିଲ୍ମର ପ୍ରଯୋଜକ ହେଲେ ଅରିନ୍ଦମ ରାୟ। ଓଲିଉଡର ଆଗଧାଡ଼ିର ନିର୍ଦ୍ଦେଶକ ଅଶୋକ ପତି ଏହାର ନିର୍ଦ୍ଦେଶନା ଦେଇଥିଲେ।
କିନ୍ତୁ ୨୦୨୪ ଭଳି ୨୦୨୫ରେ ଅରିନ୍ଦମଙ୍କର କୌଣସି ଓଡ଼ିଆ ସିନେମା ମୁକ୍ତିଲାଭ କରିଲାନି। ଏବେ ବି ତାଙ୍କର କୌଣସି ଛବି ଫ୍ଲୋରରେ ନାହିଁ। ଅରିନ୍ଦମ କେବେ ପୁଣି ବଡ଼ ପରଦାକୁ ଫେରୁଛନ୍ତି, ତାହା ଦେଖିବାକୁ ବାକି ରହିଲା।
ସାଲେପୁର ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ହୋଇଥିଲେ ଅରିନ୍ଦମ୍
ଏଣେ ଅରିନ୍ଦମ୍ ରାୟ ଗତ ଦୁଇ ବର୍ଷ ହେବ ଅଭିନୟ ଅପେକ୍ଷା ରାଜନୀତିରେ ଅଧିକ ସକ୍ରିୟ ଥିବାର ଦେଖିବାକୁ ମିଳୁଛି। ସେ ଗତ ବିଧାନସଭା ନିର୍ବାଚନରେ ସାଲେପୁର ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ହୋଇଥିଲେ। ଏହା ଅବଶ୍ୟ ଭିନ୍ନ କଥା ଯେ ସେ ପରାଜିତ ହୋଇଥିଲେ। କିନ୍ତୁ ଏହାପରେ ବି ସେ ରାଜନୀତି ଛାଡ଼ି ନାହାନ୍ତି, ବରଂ ସାଲେପୁର ନିର୍ବାଚନ ମଣ୍ଡଳୀରେ ଦଳର ସଂଗଠନକୁ ସୁଦୃଢ଼ କରିବାରେ ଲାଗିଛନ୍ତି। ବିଭିନ୍ନ ଅବସରରେ ତାଙ୍କର ଉପସ୍ଥିତି ବେଶ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଆଗକୁ କ’ଣ ଅଭିନୟ କରିବେ ନା କେବଳ ରାଜନୀତିରେ ରହିବେ ସେନେଇ ଓଲିଉଡରେ ଚର୍ଚ୍ଚା ଚାଲିଛି।
ଆହୁରି ପଢ଼ନ୍ତୁ:Virat Kohli Return India: ଫୁଟବଲ୍ ସମ୍ରାଟଙ୍କୁ ଭେଟିବେ କ୍ରିକେଟ୍ କିଙ୍ଗ୍!:ଲଣ୍ଡନରୁ ଭାରତ ଫେରିଲେ ବିରାଟ
ଉଲ୍ଲେଖଯୋଗ୍ୟ, ୨୦୦୬ରେ ରିଲିଜ୍ ହୋଇଥିବା ‘ପ୍ରେମ ଋତୁ ଆସିଲାରେ’ରୁ କ୍ୟାରିଅର୍ ଆରମ୍ଭ କରିଥିଲେ ଅରିନ୍ଦମ୍। ଏହାପରେ ସେ ୩୦ରୁ ଅଧିକ ସିନେମାରେ ଅଭିନୟ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/01/arindam-big-image-2025-10-01-10-15-34.jpg)