ଅଣସେବାୟତ ରଥ ଉପରକୁ ଗଲେ ପୁଲିସକୁ ଦିଆଯିବ: ଆଇନ୍‌ ମନ୍ତ୍ରୀ

Advertisment

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ଜୋରଦାର ପ୍ରସ୍ତୁତି ଚାଲିଛି। ଆସନ୍ତାକାଲି ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମାର ଅୟୋଜନ ପାଇଁ ପ୍ରସ୍ତୁତି ଜୋର ଧରିଛି। ଜୁନ ୨୭ ତାରିଖରେ ମହାପ୍ରଭୁଙ୍କ ୯ଦିବସୀୟ ରଥଯାତ୍ରା ହେବ।

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ଜୋରଦାର ପ୍ରସ୍ତୁତି ଚାଲିଛି। ଆସନ୍ତାକାଲି ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମାର ଅୟୋଜନ ପାଇଁ ପ୍ରସ୍ତୁତି ଜୋର ଧରିଛି। ଜୁନ ୨୭ ତାରିଖରେ ମହାପ୍ରଭୁଙ୍କ ୯ଦିବସୀୟ ରଥଯାତ୍ରା ହେବ।

No mobile to Rath

No mobile to Rath. Photograph: (sambad.in)

ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ଜୋରଦାର ପ୍ରସ୍ତୁତି ଚାଲିଛି। ଆସନ୍ତାକାଲି ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମାର ଅୟୋଜନ ପାଇଁ ପ୍ରସ୍ତୁତି ଜୋର ଧରିଛି। ଜୁନ ୨୭ ତାରିଖ ମହାପ୍ରଭୁଙ୍କ ରଥଯାତ୍ରା ହେବ। ଏଥି ପାଇଁ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ପୁରୀରେ ରୀତିନୀତି ଦୃଷ୍ଟିରୁ ସବୁ ଠିକଠାକ୍‌ ଚାଲିଛି। ମହାପ୍ରଭୁଙ୍କର ପହଣ୍ଡିବିଜେ ଠିକ ସମୟରେ ସରିବ। ସମୟ ନିର୍ଘଣ୍ଟ ଅନୁଯାୟୀ  ଏହା ଶେଷ ହେବ। ରଥ ଉପରକୁ ମୋବାଇଲ ଯାଇପାରିବ ନାହିଁ। ଅଣସେବାୟତ ରଥ ଉପରକୁ ଗଲେ ପୁଲିସକୁ ଦିଆଯିବ। 

ରଥଯାତ୍ରା ଏକ ଆଧ୍ୟାତ୍ମିକ ଯାତ୍ରା। ଏହା ମହାପ୍ରଭୁଙ୍କ ପାଇଁ ସମର୍ପିତ ‌ମନୋଭାବ ରଖାଯିବା ଉଚିତ। କିନ୍ତୁ କିଛି ଲୋକ ନୀତି ନିୟମକୁ ଅଣଦେଖା କରୁଛନ୍ତି, ଯାହା ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି କରୁଛି। ସେହିପରି ଜଗନ୍ନାଥପ୍ରେମୀଙ୍କ ମନରେ କଷ୍ଟ ଆଣୁଛି। 

ଏହି ଖବର ପଢ଼ନ୍ତୁ: ରଥ ଉପରେ ମୋବାଇଲ୍‌, ଟାଣି ନେଲେ ଟାହିଆ

ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଥିଲେ ଘୋଷଯାତ୍ରା ବେଳେ ଅଣସେବାୟତ ରଥ ଉପରକୁ ଚଢ଼ି ପାରିବେ ନାହିଁ। କୌଣସି ପ୍ରକାର ଅନଧିକୃତ କାର୍ଯ୍ୟ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ରଥ ଉପରକୁ ମୋବାଇଲ ନେବାକୁ ବାରଣ କରାଯାଇଛି। ଏଣିକି କେବଳ ମୋବାଇଲ ସିଜ ନୁହେଁ, ଫୌଜଦାରୀ ମାମଲା ରୁଜୁ ହେବ। ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ଗତବର୍ଷ ଜୁଲାଇ ମାସରେ ଅରବିନ୍ଦ ପାଢ଼ୀ ଦାୟିତ୍ୱ ନେଇଥିଲେ। ସେ ଦାୟିତ୍ୱ ନେବା ପରେ ରଥଯାତ୍ରା-୨୦୨୪ରେ ହୋଇଥିବା ବିଶୃଙ୍ଖଳା ଓ ବାହୁଡ଼ାଯାତ୍ରା-୨୦୨୫କୁ ନେଇ ଆକ୍ସନମୋଡକୁ ଆସିଥିଲେ। ଦାୟିତ୍ୱ ନେବା ପରେ ସେ କହିଥିଲେ, ଯଦି କୌଣସି ସେବାୟତ ରଥ ଉପରକୁ ମୋବାଇଲ ନେଇ ଯାଆନ୍ତି, ତେବେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରଥ ଉପରେ ରହି କୌଣସି ସେବାୟତ ଫଟୋ କିମ୍ବା ଭିଡିଓ କରିପାରିବେ ନାହିଁ।

rath yatra | Puri Jagannath temple

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe