Orissa High Court Photograph: (sambad.in )
କଟକ: ଚିଲିକା ତହସିଲ ଅନ୍ତର୍ଗତ ସରକାରୀ ଜମିରୁ ଜବର ଦଖଲ ଉଚ୍ଛେଦ ବେଳେ ଆବଶ୍ୟକ ସ୍ଥଳେ ସିଆରପିଏଫ୍ ମୁତୟନ କରାଯିବ ବୋଲି ହାଇକୋର୍ଟ କହିଛନ୍ତି। ସରକାରୀ ଜମିରୁ ଉଚ୍ଛେଦ ପାଇଁ ତହସିଲଦାର ବା ପ୍ରାଧିକୃତ ଅଧିକାରୀ ଧାର୍ଯ୍ୟ କରିବାକୁ ଥିବା ତାରିଖରେ ଆବଶ୍ୟକ ସଂଖ୍ୟକ ପୁଲିସ କର୍ମଚାରୀଙ୍କୁ ମୁତୟନ କରିବା ପାଇଁ ଖୋର୍ଦ୍ଧା ଏସପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଯଥେଷ୍ଟ ସଂଖ୍ୟକ ପୁଲିସ କର୍ମଚାରୀ ଉପଲବ୍ଧ ନ ହୁଅନ୍ତି ତେବେ ଉଚ୍ଛେଦ ପ୍ରକ୍ରିୟାରେ ସହଯୋଗ ପାଇଁ ସିଆରପିଏଫ ମୁତୟନ କରାଯାଇ ପାରିବ।
ତିନି ମାସ ଭିତରେ ପ୍ରକ୍ରିୟା ସଂପୂର୍ଣ୍ଣ କରାଯିବ
୨୦୨୩, ଅଗଷ୍ଟ ୨ର ସରଜମିନ ତଦନ୍ତ ରିପୋର୍ଟ ଆଧାରରେ ସରକାରୀ ଜମିରୁ ଆଇନ ଅନୁସାରେ ଜବରଦଖଲ ଉଚ୍ଛେଦ କରାଯିବା ସହିତ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ୨୦୨୪, ଜୁଲାଇ ୫ର ନିର୍ଦ୍ଦେଶନାମା ପାଳନ କରାଯିବ। ଆବଶ୍ୟକ ସ୍ଥଳେ କର୍ତ୍ତୃପକ୍ଷ ଅଧିକ ତଦନ୍ତ କରିବା ସହିତ ଜବରଦଖଲକାରୀଙ୍କ ଉଚ୍ଛେଦ ଓ ବେଆଇନ ନିର୍ମାଣ ଭାଙ୍ଗିବା ପ୍ରସଂଗରେ ଅଗ୍ରସର ହେବେ। ତିନି ମାସ ଭିତରେ ଏହି ପ୍ରକ୍ରିୟା ସଂପୂର୍ଣ୍ଣ କରାଯିବ। ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଟାଙ୍ଗୀ ଥାନା ଅନ୍ତର୍ଗତ ଭଗବତୀପୁର ଗ୍ରାମର ଗୋପୀନଥା ବିଶ୍ବାଳ ଓ ଅନ୍ୟ ୧୩ଜଣଙ୍କ ତରଫରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ଚିଲିକା ତହସିଲ ଅନ୍ତର୍ଗତ ଭଗବତୀପୁର ମୌଜାରେ ସରକାରୀ ଗୋଚର କିସମ ଜମି ଜବରଦଖଲ କରାଯିବା ସହିତ ଏହା ଉପରେ ବେଆଇନ ନିର୍ମାଣ କରାଯାଇଥିବା ଅଭିଯୋଗ ନେଇ ଏହି ଜନସ୍ବାର୍ଥ ମାମଲା ୨୦୧୪ରେ ହାଇକୋର୍ଟରେ ଦାୟର ହୋଇଥିଲା।
ଆହୁରି ପଢ଼ନ୍ତୁ: Sex Racket: ମାଲକାନଗିରିରେ ସେକ୍ସ ରାକେଟ୍ ଘଟଣାରେ ଘର ମାଲିକ ସମେତ ୫ ଗିରଫ
୧୯୯୦ ମସିହାରୁ ଏପରି ଜବରଦଖଲକୁ ଭଗବତୀପୁରର ଗ୍ରାମବାସୀ ବିରୋଧ କରି କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରି ଆସୁଥିଲେ ମଧ୍ୟ ଉଚ୍ଛେଦ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା। ୧୯୯୪ରେ ଖୋର୍ଦ୍ଧା ଉପଜିଲ୍ଲାପାଳ ଏହି ସରକାରୀ ଜମିରେ ସବୁ ପ୍ରକାର ନିର୍ମାଣ ବନ୍ଦ ରଖିବାକୁ ଅତିରିକ୍ତ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସରକାରୀ ଜମି ଜବରଦଖଲ କରି ନିର୍ମାଣ ଜାରି ରହିଥିଲା। ଏହାପରେ ଜବରଦଖଲ ଉଚ୍ଛେଦ ପ୍ରସଂଗରେ କର୍ତ୍ତୃପକ୍ଷଙ୍କ ନିଷ୍କ୍ରୟତତାକୁ ବିରୋଧ କରି ଏହି ମାମଲା ଦାୟର ହୋଇଥିଲା।
ଆହୁରି ପଢ଼ନ୍ତୁ: Akshay Mohanty's 'Naagin': ଜାଣନ୍ତି କି? ଅକ୍ଷୟ ମହାନ୍ତିଙ୍କ ‘ନାଗିନ୍’
Follow Us