Ollywood Heroines Absent ସରିବ ପଚିଶ, ବଡ଼ ପରଦାରେ ନଜର ଆସିଲେନି ଓଲିଉଡର ନାମୀ ନାୟିକା

Advertisment

୨୦୨୫ରେ ଓଲିଉଡର କେତେକ ନାୟିକାଙ୍କ ଫିଲ୍ମ ରିଲିଜ୍‌  ହେଲା, ଆଉ କେତେକଙ୍କର ଗୋଟିଏ ବି ଓଡ଼ିଆ ସିନେମା ରିଲିଜ୍‌ ହୋଇ ନାହିଁ। ଆସନ୍ତୁ ଜାଣିବା ୨୦୨୫ରେ କେଉଁ ଲୋକପ୍ରିୟ ଓଲିଉଡ heroinesଙ୍କର ଗୋଟିଏ ହେଲେ ଓଡ଼ିଆ ସିନେମା ରିଲିଜ୍‌ ହୋଇ ନାହିଁ।

୨୦୨୫ରେ ଓଲିଉଡର କେତେକ ନାୟିକାଙ୍କ ଫିଲ୍ମ ରିଲିଜ୍‌  ହେଲା, ଆଉ କେତେକଙ୍କର ଗୋଟିଏ ବି ଓଡ଼ିଆ ସିନେମା ରିଲିଜ୍‌ ହୋଇ ନାହିଁ। ଆସନ୍ତୁ ଜାଣିବା ୨୦୨୫ରେ କେଉଁ ଲୋକପ୍ରିୟ ଓଲିଉଡ heroinesଙ୍କର ଗୋଟିଏ ହେଲେ ଓଡ଼ିଆ ସିନେମା ରିଲିଜ୍‌ ହୋଇ ନାହିଁ।

New Project (31)

ollywood heroines absent in 2025 Photograph: (Sambad.in)

ଭୁବନେଶ୍ବର: ୨୦୨୫ରେ ଓଲିଉଡର କେତେକ ନାୟିକାଙ୍କ ଫିଲ୍ମ ରିଲିଜ୍‌  ହେଲା, ଆଉ କେତେକଙ୍କର ଗୋଟିଏ ବି ଓଡ଼ିଆ ସିନେମା ରିଲିଜ୍‌ ହୋଇ ନାହିଁ। ଆସନ୍ତୁ ଜାଣିବା କେଉଁ ଲୋକପ୍ରିୟ ଓଲିଉଡ ନାୟିକାଙ୍କର ଗୋଟିଏ ହେଲେ ଓଡ଼ିଆ ସିନେମା ରିଲିଜ୍‌ ହୋଇ ନାହିଁ।

ଅନୁ ଚୌଧୁରୀ: ଓଲିଉଡରେ ଗତ ୨୭ ବର୍ଷ ଧରି ରାଜ୍ କରିଆସୁଥିବା ଆଗଧାଡ଼ିର ନାୟିକା ଅନୁ ଚୌଧୁରୀଙ୍କ କୌଣସି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିନାହିଁ। ଯଦିଓ ମୁରଲୀ ଓ ଜୟହିନ୍ଦ୍ ଭଳି ତାଙ୍କ ଅଭିନୀତ ଏ ବର୍ଷ ଆସିବ ବୋଲି ଆଶା କରାଯାଉଥିଲା, କିନ୍ତୁ ତାହା ଘଟିଲାନାହିଁ।

ଆହୁରି ପଢ଼ନ୍ତୁ: Accident Basta, 2 Seriously Injured ୧୬ ନମ୍ବର ଜାତୀୟ ରାଜପଥରେ ଭୟଙ୍କର ସଡ଼କ ଦୁର୍ଘଟଣା, ଦୁଇ ଗୁରୁତର
 

ସୁପ୍ରିୟା: ଲଭ୍ ପାଇଁ କୁଛ୍ ଭି କରେଗାରୁ କ୍ୟାରିଆର୍ ଆରମ୍ଭ କରିଥିବା ଓଲିଉଡର ଲୋକପ୍ରିୟ ନାୟିକା ସୁପ୍ରିୟାଙ୍କୁ ଦର୍ଶକ ଏବର୍ଷ ବଡ଼ ପରଦାରେ ଦେଖିବାକୁ ପାଇନାହାନ୍ତି। ଗତ ବର୍ଷ ତାଙ୍କ ଅଭନୀତ କୁହୁଡ଼ି, ଡଟପେନ୍ ଓ ସିନ୍ଦୂରା ମୁକ୍ତିଲାଭ କରିଥିଲା।
ସନମୀରା: ସପନର ପଥେ ପଥେ, ଲୈଲା ଓ ଲୈଲା, ଗୁପଚୁପ୍ ଏବଂ ଲୋକାଲ ଟୋକା ଲଭ୍ ଚୋଖା ଆଦି ସିନେମାର ନାୟିକା ସନମୀରାଙ୍କୁ ୨୦୨୫ରେ କୌଣସି ସିନେମାରେ ଦେଖିବାକୁ ମିଳିଲା ନାହିଁ।

ଅନୁପସ୍ଥିତ ତାଲିକାରେ ପୁନମ୍


ପୁନମ୍ ମିଶ୍ର:  ଗତ ବର୍ଷ ‘ଦୁର୍ଗା’ ସିନେମାରେ ନଜର ଆସିଥିବା ପୁନମ୍ ମିଶ୍ରଙ୍କ ଆଉ ଏକ ଛବି ‘ରାମରାଜ୍ୟ’ ଫ୍ଲୋରରେ ରହିଛି। ହେଲେ ଏବର୍ଷ ସେ ଅନୁପସ୍ଥିତ ତାଲିକାରେ ଅଛନ୍ତି।
ଜୀନା:-‘ଫେରିଆ ମୋ’ ସୁନା ଭଉଣୀ’ରୁ ଓଲିଉଡରେ ନାୟିକା ଭୂମିକାରେ ନଜର ଆସିଥିବା ଜୀନା ସାମଲ ୨୦୨୫ରେ କୌଣସିି ଓଡ଼ିଆ ସିନେମାରେ ନଜର ଆସି ନାହାନ୍ତି ଥିଲେ।

ଆହୁରି ପଢ଼ନ୍ତୁ: Dead Body Father Rescued ସକାଳେ ମିଳିଲା ବାପାଙ୍କ ମୃତଦେହ, କେମିତି ଚଳିବେ ଅନାଥ ପାଞ୍ଚ ଝିଅ
ନମ୍ରତା ସିଂହଦେଓ: ‘ଆଖି ଖୋଲିଲେ ତୁ ହି ତୁ’, ‘ତୋ’ପାଇଁ ଫେରିବି ମୁଁ ବସୁଧା ଚିରି’ ଏବଂ ‘ମନେ ମନେ ମନ ଖୋଜୁଥୁଲା’ ଫେମ୍ ନାୟିକା ନମ୍ରତା ସିଂହଦେଓଙ୍କର ୨୦୨୫ରେ କୌଣସି ଓଡ଼ିଆ ସିନେମା ରିଲିଜ୍‌ ହେଲା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe