ଲକ୍ଷଲକ୍ଷ ଟଙ୍କାର ଅଫିମ ଚାଷ ପୋଡ଼ିଲା ପ୍ରଶାସନ

Advertisment

ମୟୂରଭଂଜ ଜିଲ୍ଲା ଏଡେଲବେଡା ଗ୍ରାମରେ ଅଫିମ ଚାଷ ହୋଇଥିବା ଖବର ପୁଲିସ ପାଇଥିଲାl ପ୍ରାୟ ୧ ଏକର ଜମିରେ ଅତି ଯତ୍ନରେ ଏବଂ ବ୍ୟବସାୟିକ ଭାବେ ଅଫିମ ଚାଷ ହୋଇଥିଲାl ଫୁଲ ଆସିଯାଇଥିଲାl

Updated On

ମୟୂରଭଂଜ ଜିଲ୍ଲା ଏଡେଲବେଡା ଗ୍ରାମରେ ଅଫିମ ଚାଷ ହୋଇଥିବା ଖବର ପୁଲିସ ପାଇଥିଲାl ପ୍ରାୟ ୧ ଏକର ଜମିରେ ଅତି ଯତ୍ନରେ ଏବଂ ବ୍ୟବସାୟିକ ଭାବେ ଅଫିମ ଚାଷ ହୋଇଥିଲାl ଫୁଲ ଆସିଯାଇଥିଲାl

ଅଦ୍ୟତନ ହୋଇଛି

Thakurmunda police Photograph: (Sambad )

ଠାକୁରମୁଣ୍ଡା: ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଏଦେଲବେଡା ଗ୍ରାମର ବୁରୁସାହିରେ ଲକ୍ଷଲକ୍ଷ ଟଙ୍କାର ଅଫିମ ଚାଷକୁ ପୁଲିସ ପ୍ରଶାସନ ଠାବ କରି ପୋଡ଼ିଛିl ପୋଡା ଯାଇଥିବା ଅଫିମ ଚାଷର ମୂଲ୍ୟ ଆନୁମାନିକ ୪୨ ଲକ୍ଷ ହେବ ବୋଲି ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତିl 

Thakurmunda police
Thakurmunda police Photograph: (Sambad )

ଏହି ଖବର ପଢ଼ନ୍ତୁ: ସରିଗଲା ଶୀତ! ‌ଆରମ୍ଭ ହେଲା ଖରା: ଘନକୁହୁଡି ନେଇ ୟେଲୋ ୱାର୍ଣ୍ଣିଂ ଜାରି

ଘଟଣାରୁ ପ୍ରକାଶଯେ, ଏଡେଲବେଡା ଗ୍ରାମରେ ଅଫିମ ଚାଷ ହୋଇଥିବା ଖବର ପୁଲିସ ପାଇଥିଲାl ପ୍ରାୟ ୧ ଏକର ଜମିରେ ଅତି ଯତ୍ନରେ ଏବଂ ବ୍ୟବସାୟିକ ଭାବେ ଅଫିମ ଚାଷ ହୋଇଥିଲାl ଫୁଲ ଆସିଯାଇଥିଲାl ଖବର ପାଇ ଏସଡ଼ିପିଓ ସୁବ୍ରତ କୁମାରଙ୍କ ନେତୃତ୍ୱରେ ପୁଲିସ ଟିମ ସହ ବନ ବିଭାଗ ଓ ଅବକାରୀ ବିଭାଗ ୨୯ ତାରିଖ ସକାଳୁ ମିଳିତ ଚଢାଉ ଆରମ୍ଭ କରିଥିଲେ। ମାଜିଷ୍ଟ୍ରେଟ ଭାବେ ଠାକୁରମୁଣ୍ଡା ତହସିଲଦାର ସମ୍ବିତ କୁମାର କରଙ୍କ ଉପସ୍ଥିତିରେ ୨୧୦୦୦ ଗଛ ଉଠାଯାଇ ପୋଡା ଯାଇଥିଲାl

ଏହି ଖବର ପଢ଼ନ୍ତୁ: ଟ୍ରମ୍ପଙ୍କ ସରକାର ଲାଗୁ କଲେ ପ୍ରତିବନ୍ଧକ

publive-image

ପାହାଡ ତଳକୁ ଝରଣା ଲାଗି ଜଙ୍ଗଲ ଭିତରେ ଥିବା ଚାଷ ସ୍ଥାନଟି ରାଜସ୍ବ ବିଭାଗ ଅଧୀନରେ ରହିଛିl ଅପରାହ୍ନରେ ଏସଡ଼ିପିଓ ସୁବ୍ରତ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ଠାକୁରମୁଣ୍ଡା ଥାନାରେ କେଶ ନଂ ୬ ଏବଂ ଦଫା ୧୮ ଏନଡିପିଏସ ଧାରାରେ ମୋକଦ୍ଦମା ରୁଜ୍ଜୁ ହୋଇ ତଦନ୍ତ ଚାଲୁ ରହିଥିବା ସୂଚନା ଦେଇଛନ୍ତିl

ଏହି ଖବର ପଢ଼ନ୍ତୁ: ମହିଳା ଉଦ୍ୟୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ସେଲ ପ୍ରତିଷ୍ଠା ହେବ

ଚଢ଼ାଉରେ ଠାକୁରମୁଣ୍ଡା ଅବକାରୀ ଥାନାର କର୍ମଚାରୀ, ଠାକୁରମୁଣ୍ଡା ବନ ବିଭାଗ କର୍ମଚାରୀ, କେନ୍ଦୁଜିଆଣୀ ଆର ଆଇ, ଏଏସଆଇ ରତ୍ନାକର ବାରିକ, ଏଏସଆଇ ଅନୀତ  ସ୍ବାଇଁ ଓ ପୁଲିସ ସାମିଲ ହୋଇଥିଲେ। ଥାନା ଅଧିକାରୀଣୀ ସାବିତ୍ରୀ ଦଳେଇ କେଶର ତଦନ୍ତ ଭାର ନେଇଛନ୍ତି ଏବଂ ଖୁବ ଶୀଘ୍ର ଆସାମୀ ଧରପଡିବେ ବୋଲି କହିଛନ୍ତି। 

ଏହି ଖବର ପଢ଼ନ୍ତୁ: ମହାକୁମ୍ଭ ମେଳାରୁ ଫେରି ଯାଇଥିବା ମୋନାଲିସା କହିଲେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe