Odisha High Court ମଙ୍ଗଳ ସଂପ୍ରସାରଣ ଅଧିକାରୀଙ୍କ ବଦଳି ଆଦେଶକୁ ରଦ୍ଦ କଲେ ହାଇକୋର୍ଟ

Advertisment

ମଙ୍ଗଳ ସଂପ୍ରସାରଣ ଅଧିକାରୀମାନଙ୍କ ବଦଳି ପ୍ରକ୍ରିୟାରେ ଏକ ବଡ଼ ଆଇନଗତ ନିଷ୍ପତ୍ତି ଶୁଣାଇଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ। ଜିଲ୍ଲାପାଳଙ୍କ ଦ୍ୱାରା ଜାରି ହୋଇଥିବା ବଦଳି ନିର୍ଦ୍ଦେଶକୁ ବେଆଇନ ଦର୍ଶାଇ Odisha High Court ଜିଲ୍ଲାପାଳଙ୍କ ଆଦେଶକୁ ରଦ୍ଦ କରିଛନ୍ତି।

ମଙ୍ଗଳ ସଂପ୍ରସାରଣ ଅଧିକାରୀମାନଙ୍କ ବଦଳି ପ୍ରକ୍ରିୟାରେ ଏକ ବଡ଼ ଆଇନଗତ ନିଷ୍ପତ୍ତି ଶୁଣାଇଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ। ଜିଲ୍ଲାପାଳଙ୍କ ଦ୍ୱାରା ଜାରି ହୋଇଥିବା ବଦଳି ନିର୍ଦ୍ଦେଶକୁ ବେଆଇନ ଦର୍ଶାଇ Odisha High Court ଜିଲ୍ଲାପାଳଙ୍କ ଆଦେଶକୁ ରଦ୍ଦ କରିଛନ୍ତି।

ODISHA HIGH COURT

Order of high court, odisha Photograph: (sambad.in)

ରାୟଗଡା: ମଙ୍ଗଳ ସଂପ୍ରସାରଣ ଅଧିକାରୀମାନଙ୍କ ବଦଳି ପ୍ରକ୍ରିୟାରେ ଏକ ବଡ଼ ଆଇନଗତ ନିଷ୍ପତ୍ତି ଶୁଣାଇଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ। ଜିଲ୍ଲାପାଳଙ୍କ ଦ୍ୱାରା ଜାରି ହୋଇଥିବା ବଦଳି ନିର୍ଦ୍ଦେଶକୁ ବେଆଇନ ଦର୍ଶାଇ ହାଇକୋର୍ଟ ଜିଲ୍ଲାପାଳଙ୍କ ଆଦେଶକୁ ରଦ୍ଦ କରିଛନ୍ତି। ରାୟଗଡ଼ା ଜିଲ୍ଲାପାଳଙ୍କ ଦ୍ୱାରା ଗତ ୧୦.୧୨.୨୦୨୫ ରିଖରେ ୭ ମଙ୍ଗଳ ସଂପ୍ରସାରଣ ଅଧିକାରୀଙ୍କୁ ଜିଲ୍ଲାରେ ବିଭିନ୍ନ ସ୍ଥାନକୁ ଅଦଳବଦଳ କରି  ବଦଳି ଆଦେଶ ଜାରି କରିଥିଲେ । ଏହି ଆଦେଶକୁ ଚ୍ୟାଲେଞ୍ଜ କରି ରାୟଗଡା ମଙ୍ଗଳ ସଂପ୍ରସାରଣ ଅଧିକାରୀ ପ୍ରକାଶ କୁମାର ନାୟକ ଓ ଅନ୍ୟମାନେ ହାଇକୋର୍ଟରେ ପୃଥକ ପୃଥକ ରିଟ୍ ପିଟିସନ ଡବ୍ଲ୍ୟୁପିସି ୩୬୦୧୭,୩୬୦୨୩,୩୬୦୨୬, ଏବଂ ୩୬୦୨୭ ଅଫ ୨୦୨୫  ଦାୟର କରିଥିଲେ। ବିଚାରପତି ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀ ଏହି ସମସ୍ତ ମାମଲାକୁ ଏକତ୍ର ଶୁଣାଣି କରି ୨୮.୦୧.୨୦୨୬ ରିଖରେ ନିଷ୍ପତ୍ତି ଶୁଣାଇଛନ୍ତି।

ଜିଲ୍ଲାପାଳଙ୍କର ବଦଳି କରିବା ପାଇଁ କୌଣସି ଆଇନଗତ କ୍ଷମତା ନାହିଁ

ସରକାରଙ୍କ ପକ୍ଷରୁ ଏଏସସି (ASC)  ଏସ.ପି. ଦାସ ପକ୍ଷ ରଖିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଓକିଲ ଜି.ଆର. ସେଠୀ ଯୁକ୍ତି ଦର୍ଶାଇଥିଲେ ଯେ, 'ଓଡ଼ିଶା ସବଅର୍ଡିନେଟ୍ ଓ୍ୱେଲଫେୟାର ସର୍ଭିସେସ୍ ରୁଲ୍ସ, ୧୯୯୨' ଅନୁଯାୟୀ ଜିଲ୍ଲାପାଳଙ୍କର ବଦଳି କରିବା ପାଇଁ କୌଣସି ଆଇନଗତ କ୍ଷମତା ନାହିଁ। ଉକ୍ତ ନିୟମାବଳୀ ଅନୁଯାୟୀ, କେବଳ ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗର ନିର୍ଦ୍ଦେଶକ ହିଁ ଏହି ଅଧିକାରୀଙ୍କୁ ବଦଳି କରିବା ପାଇଁ ଏକମାତ୍ର ସକ୍ଷମ କର୍ତ୍ତୃପକ୍ଷ। ଏଥି ସହ ଏହି ମାମଲା ଉଚ୍ଚ ନ୍ୟାୟାଳୟଙ୍କ ହସ୍ତକ୍ଷେପ ପରେ ବିଭାଗ ଦ୍ଵାରା ପ୍ରଦତ୍ତ କାର୍ଯ୍ୟୋତ୍ତର ଅନୁମୋଦନକୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ରଦ୍ଦ କରିଛନ୍ତି। ଯେହେତୁ ଜିଲ୍ଲାପାଳଙ୍କ ପାଖରେ ଏହି କ୍ଷମତା ନାହିଁ, ତେଣୁ ତାଙ୍କ ଦ୍ୱାରା ଜାରି ୧୦.୧୨.୨୦୨୫ର ଆଦେଶ ସମ୍ପୂର୍ଣ୍ଣ ଭାବେ ଅବୈଧ ସହ ଏହାକୁ ଉଚ୍ଚ ନ୍ୟାୟାଳୟ ରଦ୍ଦ କରିଥିବା ସୂଚନା ଦେଇଛନ୍ତି ଆବେଦନକାରୀଙ୍କ ଓକିଲ ଶ୍ରୀ ସେଠୀ ।

ଆହୁରି ପଢ଼ନ୍ତୁ: ED Sunetra Pawar ଇଡି ପାଖରେ ବିପର୍ଯ୍ୟୟର ଚାବିକାଠି: ୨୦ କୋଟି ଟଙ୍କାର ରହସ୍ୟ ହଜାଇଛି ସୁନେତ୍ରାଙ୍କ ନିଦ

ରାୟଗଡା ଜିଲ୍ଲାରେ ମଙ୍ଗଳ ବିଭାଗର ଅଧିକାରୀମାନଙ୍କ ପାଇଁ ୨ ଜଣ ଜିଲ୍ଲାପାଳ ଅକଳରେ ପଡିଲେଣି । ତତ୍କାଳୀନ ଜିଲ୍ଲାପାଳ ପାରୁଲ ପଟାୱରୀ ଜିଲ୍ଲା ବର୍ତ୍ତମାନର ମଙ୍ଗଳ ଅଧିକାରୀ ଅସୀମା ରାଓଙ୍କୁ ଦାୟିତ୍ବରୁ ବାହାର କରି ବଦଳି ଆଦେଶ ଦେଇଥିଲେ । କିନ୍ତୁ ପରବର୍ତ୍ତି ସମୟରେ ଅସୀମା ରାଓ ହାଇକୋର୍ଟରୁ ଜିଲ୍ଲାପାଳ କରିଥିବା ଆଦେଶକୁ ବେଆଇନ ଦର୍ଶାଇ ସ୍ଥଗିତ ରଖିବା ସହ ନିଜେ ପୁନର୍ବାର ଦାୟିତ୍ବ ଗ୍ରହଣ କରିଥିଲେ । ବର୍ତ୍ତମାନର ଜିଲ୍ଲାପାଳ ଆଶୁତୋଷ କୁଲକର୍ଣୀ କରିଥିବା ବଦଳି ଆଦେଶକୁ ଚ୍ୟାଲେଞ କରି  ମଙ୍ଗଳ ସଂପ୍ରସାରଣ ଅଧିକାରୀମାନେ ଚ୍ୟାଲେଞ୍ଜ କରି ପୁନର୍ବାର ନିଜ ସ୍ଥାନରେ ଅବସ୍ଥାପିତ ଘଟଣା ଏବେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe