Peace Rally Sundargarh ସୁନ୍ଦରଗଡ଼ରେ ଶାନ୍ତି ଶୋଭାଯାତ୍ରା  ସଦ୍ଭାବ, ଭାଇଚାରାର ବାର୍ତ୍ତା ଦେଲେ ସଚେତନ ନାଗରିକ

Advertisment

ଗତ ୧୫ ତାରିଖ ଗୁରୁବାର ଦିନ ସୁନ୍ଦରଗଡ଼ ରିଜେଣ୍ଟ ମାର୍କେଟ ଅଞ୍ଚଳରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହୋଇଥିବା ହିଂସାକାଣ୍ଡ ପରେ ସହର ଧୀରେ ଧୀରେ peace ଫେରିବାରେ ଲାଗିଛି। କିନ୍ତୁ ବର୍ତ୍ତମାନ ବି କିଛିଟା ଚାପା ଉତ୍ତେଜନାର ବାତାବରଣ ରହିଛି।

ଗତ ୧୫ ତାରିଖ ଗୁରୁବାର ଦିନ ସୁନ୍ଦରଗଡ଼ ରିଜେଣ୍ଟ ମାର୍କେଟ ଅଞ୍ଚଳରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହୋଇଥିବା ହିଂସାକାଣ୍ଡ ପରେ ସହର ଧୀରେ ଧୀରେ peace ଫେରିବାରେ ଲାଗିଛି। କିନ୍ତୁ ବର୍ତ୍ତମାନ ବି କିଛିଟା ଚାପା ଉତ୍ତେଜନାର ବାତାବରଣ ରହିଛି।

Untitled-1

peace rally at sundargarh Photograph: (Sambad.in)

ସୁନ୍ଦରଗଡ଼: ଗତ ୧୫ ତାରିଖ ଗୁରୁବାର ଦିନ ସୁନ୍ଦରଗଡ଼ ରିଜେଣ୍ଟ ମାର୍କେଟ ଅଞ୍ଚଳରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହୋଇଥିବା ହିଂସାକାଣ୍ଡ ପରେ ସହର ଧୀରେ ଧୀରେ ଶାନ୍ତି ଫେରିବାରେ ଲାଗିଛି। କିନ୍ତୁ ବର୍ତ୍ତମାନ ବି କିଛିଟା ଚାପା ଉତ୍ତେଜନାର ବାତାବରଣ ରହିଛି।

ସୁନ୍ଦରଗଡ଼ ସହରରେ ସମ୍ପୂର୍ଣ୍ଣ ଶାନ୍ତି ପ୍ରତିଷ୍ଠା କରିବା ଏବଂ ପୂର୍ବ ଭାଇଚାରାର ବାତାବରଣକୁ ପୁନଃ ସ୍ଥାପିତ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଶାନ୍ତି ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଏଥିରେ ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ର,ଏସପି ଅମ୍ରିତପାଲ କୌରଙ୍କ ସହ ଉପ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଅତିରିକ୍ତ ଏସପି ଓ ଅନ୍ୟ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ। ଏହାଛଡ଼ା ଉଭୟ ସଂପ୍ରଦାୟର ଲୋକେ, ବିଭିନ୍ନ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନର ସଦସ୍ୟ, ସମସ୍ତ ରାଜନୈତିକ ଦଳର ନେତା, ସଚେତନ ନାଗରିକ ବି ଯୋଗ ଦେଇଥିଲେ। 

ଆହୁରି ପଢ଼ନ୍ତୁ: Sriyanka Returns Twenty20 Team ଅଷ୍ଟ୍ରେଲିଆ ଗସ୍ତ ଲାଗି ଭାରତୀୟ ମହିଳା ଦଳ ଘୋଷିତ: ଟ୍ବେଣ୍ଟି-୨୦ ଦଳକୁ ଫେରିଲେ ଶ୍ରୀୟଙ୍କା

ଅଟଳ ଛକ ନିକଟରେ ସମାପନ ହୋଇଥିଲା ଶାନ୍ତି ଶୋଭାଯାତ୍ରା

ଶୋଭାଯାତ୍ରାଟି ରିଜେଣ୍ଟ ମାର୍କେଟରୁ ବାହାରି ସୁନାରୀପଡ଼ା, ରଙ୍ଗାଢିପା ଛକ ଦେଇ ମୁଖ୍ୟରାସ୍ତାରେ ଅଟଳ ଛକ ନିକଟରେ ସମାପନ ହୋଇଥିଲା। ହିଂସାକୁ ଭୁଲାଇ ପୁଣି ଥରେ ସହରରେ ଶାନ୍ତି ପ୍ରତିଷ୍ଠା ପାଇଁ ସମସ୍ତେ ବାର୍ତ୍ତା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ:2 Brothers Death Accident ଚାଲିଚାଲି ଆସୁଥିବା ବେଳେ ଧକ୍କା ଦେଲା ବୋଲେରୋ, ଆଖି ବୁଜିଲେ ଦୁଇ ଭାଇ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe