Anubhav Mohanty Odisha High Court ଅନୁଭବ ମହାନ୍ତିଙ୍କ ଆବେଦନ ଖାରଜ, ଚାଲିବ ଯୌତୁକ ନିର୍ଯାତନା ମାମଲା

Advertisment

ତଳ କୋର୍ଟର ଚାର୍ଜଫ୍ରେମ ବିରୁଦ୍ଧରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ ଓଲିଉଡର ଲୋକପ୍ରିୟ ଅଭିନେତା ଅନୁଭବ ମହାନ୍ତି। ଅନୁଭବ ମହାନ୍ତିଙ୍କ ଆବେଦନକୁ ଖାରଜ କରିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ।

ତଳ କୋର୍ଟର ଚାର୍ଜଫ୍ରେମ ବିରୁଦ୍ଧରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ ଓଲିଉଡର ଲୋକପ୍ରିୟ ଅଭିନେତା ଅନୁଭବ ମହାନ୍ତି। ଅନୁଭବ ମହାନ୍ତିଙ୍କ ଆବେଦନକୁ ଖାରଜ କରିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ।

Untitled-5.jpg

plea of anubhav rejected Photograph: (sambad.in)

କଟକ: ତଳ କୋର୍ଟର ଚାର୍ଜଫ୍ରେମ ବିରୁଦ୍ଧରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ ଓଲିଉଡର ଲୋକପ୍ରିୟ ଅଭିନେତା ଅନୁଭବ ମହାନ୍ତି। କିନ୍ତୁୂ ସେଠି ତାଙ୍କୁ ଝଟକା ଲାଗିଛି। ଅନୁଭବ ମହାନ୍ତିଙ୍କ ଆବେଦନକୁ ଖାରଜ କରିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ। ତଳ କୋର୍ଟର ଚାର୍ଜଫ୍ରେମକୁ କାୟମ ରଖି ତାଙ୍କ ବିରୋଧରେ ଯୌତୁକ ନିର୍ଯାତନା ମାମଲା ଚଲାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ। ଅନୁଭବ ଓ ତାଙ୍କ ସହଯୋଗୀ ଖଗେଶ୍ବରଙ୍କ ବିରୁଦ୍ଧରେ ଚାଲିବ ମାମଲା।

ବର୍ଷା ପ୍ରିୟଦର୍ଶିନୀଙ୍କୁ ନିର୍ଯାତନା ନେଇ ପୁରୀଘାଟ ଥାନାରେ ମାମଲା ରୁଜୁ ହୋଇଥିଲା

୨୦୨୪ ଜୁନ୍ ମାସରେ ଅନୁଭବଙ୍କ ପୂର୍ବତନ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନିର୍ଯାତନା ନେଇ ପୁରୀଘାଟ ଥାନାରେ ମାମଲା ରୁଜୁ ହୋଇଥିଲା। ଏହା ଆଗରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ କ୍ରମେ କଟକ ଜେଏମଏଫସି କୋର୍ଟ ଅନୁଭବଙ୍କ ବିରୋଧରେ ଏନବିଡବ୍ଲ୍ୟୁ ଜାରି କରିଥିଲେ । ଚାର୍ଜଫ୍ରେମ୍ ପାଇଁ ହାଜର ନହୋଇ ଅଭିନେତା ବାରମ୍ବାର ସମୟ ମାଗି ଚାଲିଥିଲେ । ତେଣୁ ଶେଷରେ କୋର୍ଟ ଏନବିଡବ୍ଲ୍ୟୁ ଜାରି କରିଥିଲେ । ୱାରେଣ୍ଟ ଜାରି କରି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

୨୦୨୪ ମେ’ ୮ ତାରିଖରେ ଅଭିନେତା ଅନୁଭବଙ୍କ ନାମରେ ଚାର୍ଜଫ୍ରେମ୍ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଜେଏମଏଫସି ସ୍ୱତନ୍ତ୍ର କୋର୍ଟରେ ଅନୁଭବଙ୍କ ଡିସଚାର୍ଜ ପିଟିସନ ଖାରଜ ହୋଇଯାଇଥିଲା। ଘରୋଇ ହିଂସାକୁ ନେଇ ଅଭିନେତ୍ରୀ ବର୍ଷାଙ୍କ ତରଫରୁ ପୁରୀଘାଟ ଥାନାରେ ଏହି ମାମଲା ରୁଜୁ କରାଯାଇଥିଲା ।

 

ଆହୁରି ପଢ଼ନ୍ତୁ: Gun Seized Student ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ନିକଟରୁ ବନ୍ଧୁକ ଜବତ, ତଦନ୍ତ ପାଇଁ ଯାଇଥିବା ବେଳେ ପୁଲିସ ହଟହଟା

ତେବେ ବ୍ୟକ୍ତିଗତ କାରଣ ଦର୍ଶାଇ ଅନୁଭବ ସମୟ ମାଗିଥିବା ବେଳେ ଉକ୍ତ ଆବେଦନକୁ ଗ୍ରହଣ କରି କୋର୍ଟ ଅନୁଭବଙ୍କୁ ସମୟ ଦେଇଥିଲେ । ବାରମ୍ବାର ସମୟ ମାଗିବା ସହ କୋର୍ଟରେ ହାଜର ନ ହେବା ଯୋଗୁ ଶେଷରେ କୋର୍ଟ ଅନୁଭବଙ୍କ ବିରୋଧରେ ଏନବିଡବ୍ଲ୍ୟୁ ଜାରି କରିଥିଲେ। ଏନେଇ ଅନୁଭବ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ଏହାକୁ ଚ୍ୟାଲେଞ୍ଜ କରିଥିଲେ। ଜାମିନ ବିହୀନ ଗିରଫ ପରୱାନା (ଏନବିଡବ୍ଲ୍ୟୁ) ଉପରେ ହାଇକୋର୍ଟ ରୋକ ଲଗାଇଥିଲେ। 

 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe