student of residential school pregnant at malkangiri Photograph: (Image used for representational purposes. (File Photo)sambad.in)
ମାଲକାନଗିରି: ଆବାସିକ ବିଦ୍ୟାଳୟରେ ପୁଣି ଜଣେ ଛାତ୍ରୀ ହେଲେ ଗର୍ଭବତୀ। ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ଖାଇରପୁଟ ବ୍ଲକର ଏସଏସଡି ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ଦୁଇ ପ୍ରଥମ ବର୍ଷର ଜଣେ ଛାତ୍ରୀ ଗର୍ଭବତୀ ହୋଇଥିବା ନେଇ ଜଣାପଡିଛି।
ଦୋଷୀ କିଏ?
ଗତ ଦଶହରା ଛୁଟିରେ ଛାତ୍ରୀ ଜଣକ ଘରକୁ ଯାଇ ଫେରିବା ପରେ ଛାତ୍ରୀଙ୍କର ସ୍ବାସ୍ଥ୍ୟ ଖରାପ ରହୁଥିଲା। ବିଦ୍ୟାଳୟର ମେଟ୍ରୋନ ଝିଅଟିର ଡାକ୍ତରଖାନାରେ ଚିକିତ୍ସା କରାଇବା ସହ ମାସିକ ପରୀକ୍ଷା କରିଥିଲେ। ଏହି ଛାତ୍ରୀ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ତୁରନ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ସହ ମାଥିଲି ଥାନାରେ ଅଭିଯୋଗ କରିଥିଲେ। ଜିଲ୍ଲା ମଙ୍ଗଳ ଅଧିକାରୀ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛନ୍ତି । ଏହି ଘଟଣାରେ କିଏ ଦୋଷୀ ତାହା ପୁଲିସର ତଦନ୍ତ ପରେ ଜଣା ପଡିବ।
ଆହୁରି ପଢ଼ନ୍ତୁ: Akshay Mohanty's 'Naagin': ଜାଣନ୍ତି କି? ଅକ୍ଷୟ ମହାନ୍ତିଙ୍କ ‘ନାଗିନ୍’
ଏନେଇ ଜିଲ୍ଲା ମଙ୍ଗଳ ଅଧିକାରୀ ଏ.ଶ୍ରୀନିବାସ ଆଚାରୀଙ୍କୁ ପଚାରିବାରୁ ସେ ଏହି ଘଟଣା ସତ୍ୟ ବୋଲି କହିବା ସହ ପୁଲିସ ଏହାର ତଦନ୍ତ କରୁଥିବା କହିଛନ୍ତି। ଝିଅଟି ଗତ ଅକ୍ଟୋବର ୨୨ ତାରିଖରେ ବିଦ୍ୟାଳୟର ହଷ୍ଟେଲକୁ ଆସିଥିଲା। ଏକ ମାସ ପରେ ତାର ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ଏହା ଜଣାପଡିଥିବା ଶ୍ରୀ ଆଚାରୀ କହିଥିଲେ। ତଦନ୍ତ ହେବା ପରେ କିଏ ଦୋଷୀ ତାହା ଜଣାପଡିବ ବୋଲି କୁହାଯାଇଛି।
ଆହୁରି ପଢ଼ନ୍ତୁ: Sex Racket: ମାଲକାନଗିରିରେ ସେକ୍ସ ରାକେଟ୍ ଘଟଣାରେ ଘର ମାଲିକ ସମେତ ୫ ଗିରଫ
Follow Us