CBI Team At Berhampur Photograph: (SAMBAD.IN)
ବ୍ରହ୍ମପୁର: ବ୍ରହ୍ମପୁରରେ ପହଞ୍ଚିଲା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଟିମ୍। ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ(ଓପିଆର୍ବି) ଦ୍ବାରା ପରିଚାଳିତ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାର ଅଧିକ ତଦନ୍ତ ଲାଗି ବ୍ରହ୍ମପୁରରେ ପହଞ୍ଚିଛି।
ବିଜ୍ଞପ୍ତି ଜାରି, ସୁପାରିସ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଏହି ମାମଲାକୁ ନେଇ ସିବିଆଇ ଘାଣ୍ଟିବ। ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ(ଓପିଆର୍ବି) ଦ୍ବାରା ପରିଚାଳିତ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କରିବ। ପୂର୍ବରୁ ଏହି ମାମଲାର ତଦନ୍ତ କ୍ରାଇମ୍ବ୍ରାଞ୍ଚ କରୁଥିବା ବେଳେ ଆଗକୁ ମାମଲା ସିବିଆଇ ହାତକୁ ଯିବ। ଏନେଇ ଆଜି କେନ୍ଦ୍ର କାର୍ମିକ, ଅଭିଯୋଗ ଓ ପେନ୍ସନ୍ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏସ୍ଆଇ ପରୀକ୍ଷା କେଳେଙ୍କାରୀର ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅକ୍ଟୋବର ୨୨ ତାରିଖରେ ସୁପାରିସ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସୁପାରିସକୁ କେନ୍ଦ୍ର ଅନୁମୋଦନ କରିଛି। ସିବିଆଇ ତଦନ୍ତକୁ କେନ୍ଦ୍ର ସରକାରଙ୍କ ସବୁଜ ସଙ୍କେତ ପରେ ଏବେ ବିଭିନ୍ନ ମହଲରେ ଛନକା ପଶିଛି। ଏହି କେଳେଙ୍କାରୀ ପଛରେ ବହୁ ବଡ଼ବଡ଼ିଆ, ପ୍ରଭାବଶାଳୀ, ବରିଷ୍ଠ ଅଧିକାରୀଙ୍କ ହାତ ରହିଥିବା ସନ୍ଦେହ କରାଯାଉଛି। ଏମିତିକି ପୂର୍ବ ସରକାରଙ୍କ ୧୦୦୦ କୋଟିର ଡିଲ୍ କଥା ବି ପଦାକୁ ଆସିଥିଲା।
ଆହୁରି ପଢ଼ନ୍ତୁ: Bhubaneswar Cold Record: ରାଜଧାନୀରେ ଗତ ୨୫ ବର୍ଷର ଥଣ୍ଡା ରେକର୍ଡ ଭାଙ୍ଗିଲା, ଘୁ.ଉଦୟଗିରିରେ ସର୍ବନିମ୍ନ ୫.୪ ଡିଗ୍ରି
ରୢାକେଟର୍ ମାଷ୍ଟରମାଇଣ୍ଡ କୁହାଯାଉଥିବା ଶଙ୍କର ପୃଷ୍ଟିକୁ କ୍ରାଇମ୍ବ୍ରାଞ୍ଚ ନେପାଳ ସୀମାରୁ ଗିରଫ ପରେ ସେ ଗଣମାଧ୍ୟମ ଆଗରେ ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଥିଲା। ତେବେ ପରବର୍ତ୍ତୀ ସମୟରେ ଶଙ୍କର ୟୁଟର୍ଣ୍ଣ ନେଇଥିଲା। କ୍ରାଇମ୍ବ୍ରାଞ୍ଚକୁ ତଦନ୍ତରେ ସହଯୋଗ କରି ନଥିଲା। ଅନ୍ୟତମ ମାଷ୍ଟରମାଇଣ୍ଡ ସିଲିକନ୍ ଟେକ୍ ପ୍ରାଇଭେଟ୍ ଲିମିଟେଡ୍ର ମାଲିକ ସୁରେଶ ନାୟକକୁ ଗିରଫ ପରେ ଲାଗୁଥିଲା ଶଙ୍କର ଓ ସୁରେଶଙ୍କୁ ମୁହାଁମୁହିଁ ଜେରା ପରେ ଏହି ରୢାକେଟ୍ର ଗୁମର ଖୋଲିବ। ତାହା ବି ହେଲା ନାହିଁ। ସ୍ଥିତି ଏଭଳି ହେଲା ଯେ ସେମାନଙ୍କ ପଲିଗ୍ରାଫ୍ ପରୀକ୍ଷା ପାଇଁ କୋର୍ଟରେ କ୍ରାଇମ୍ବ୍ରାଞ୍ଚ ଆବେଦନ କଲା। କିନ୍ତୁ ଏପର୍ଯ୍ୟନ୍ତ ଏହାର ଶୁଣାଣି ହୋଇନାହିଁ। ଗୋଳିଆପାଣି ଭିତରେ ରୢାକେଟ୍ରେ ସମ୍ପୃକ୍ତ ଥିବା ପ୍ରଭାବଶାଳୀ ଓ ବଡ଼ବଡ଼ିଆ ଖସିଯିବେ ଭାବିଥିଲେ। ହେଲେ ସିବିଆଇର ଏଣ୍ଟ୍ରିକୁ ନେଇ ଏବେ ବଡ଼ବଡ଼ିଆଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ପ୍ରକାଶ ଥାଉ କି, ଗତ ୮ ମାସ ମଧ୍ୟରେ ପୁଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷା ଦୁଇ ଥର ବାତିଲ ହୋଇଥିଲା। ସେହିପରି ପ୍ରଥମେ ୧୧୪ ଜଣ ଆଶାୟୀ ଅନ୍ୟ ୩ଜଣ ଦଲାଲଙ୍କୁ ମିଶାଇ ମୋଟ ୧୧୭ଜଣଙ୍କୁ ଗିରଫ କରାଯାଇଥିଲା। ପରବର୍ତ୍ତୀ ସମୟରେ ମାମଲା କ୍ରାଇମ୍ବ୍ରାଞ୍ଚ ହାତକୁ ଯିବା ପରେ ପ୍ରଥମେ ରୢାକେଟ୍ର ୬ ଦଲାଲ ଓ ୨ ମାଷ୍ଟରମାଇଣ୍ଡକୁ କ୍ରାଇମ୍ବ୍ରାଞ୍ଚ ଗିରଫ କରିଥିଲା।
ଆହୁରି ପଢ଼ନ୍ତୁ: Truck Driver Death Accident: ଘନ କୁହୁଡ଼ି ଯୋଗୁଁ ଟ୍ରକ୍ ଦୁର୍ଘଟଣା, ଚାଲିଗଲା ଚାଳକଙ୍କ ଜୀବନ
ଆହୁରି ପଢ଼ନ୍ତୁ: Tulasikshetra Kendrapada: ବଳଦେବଜୀଉ ମନ୍ଦିର ପରିକ୍ରମା ପ୍ରକଳ୍ପ ଖୁବ୍ ଶୀଘ୍ର ହେବ କାର୍ଯ୍ୟକାରୀ
Follow Us