press meet of rohit pujari Photograph: (sambad.in)
ସମ୍ବଲପୁର: ପୁଣି ଥରେ ସମ୍ବଲପୁରବାସୀଙ୍କୁ ଧୋକା ଦେଲେ ଡବଲ ଇଂଜିନ ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ ସମ୍ବଲପୁର ଗସ୍ତରେ ଆସିଥିଲେ ମଧ୍ୟ ସମ୍ବଲପୁର ଲୋକଙ୍କ ପାଇଁ କିଛି ଲାଭ ହୋଇନଥିବା କହିଛନ୍ତି ବିଜେଡି ଜିଲ୍ଲା ସଭାପତି ରୋହିତ ପୂଜାରୀ।
ସମ୍ବଲପୁରରେ ଟ୍ରିପିଲ ଇଂଜିନ ସରକାର ଚାଲୁଚି
ସେ ଆହୁରି କହିଛନ୍ତି, ବର୍ତମାନ ସମ୍ବଲପୁରରେ ଟ୍ରିପିଲ ଇଂଜିନ ସରକାର ଚାଲୁଚି, କିନ୍ତୁ କିଛି ସୁବିଧା ନାହିଁ। ନିର୍ଵାଚନ ପୂର୍ବରୁ ଦେଇଥିବା କଥା କିଛି ରଖି ନାହାନ୍ତି ମୁଖ୍ୟମନ୍ତ୍ରୀ। କହିଥିଲେ ସମ୍ବଲପୁରରେ ଏମ୍ସ ଡାକ୍ତରଖାନା, ପଶ୍ଚିମ ଓଡ଼ିଶା ସ୍ଥାୟୀ ହାଇକୋର୍ଟ ବେଞ୍ଚ ସମ୍ବଲପୁରୀ ଭାଷାକୁ ଆଗକୁ ନେବେ। କିନ୍ତୁ ସେ ବିଷୟରେ କିଛି ବି କହିଲେନି। ଯାହା ସମ୍ବଲପୁର ଲୋକଙ୍କ ପାଇଁ ଦୁଃଖର କଥା।
ଆହୁରି ପଢ଼ନ୍ତୁ: Sarpanch Arrested ସଇଁତଲାରେ ନୂତନ ଅଟଳ ବସଷ୍ଟାଣ୍ଡ ଉଦଘାଟନ ଫଳକ ଭାଙ୍ଗିବା ପଡ଼ିଲା ମହଙ୍ଗା, ବନ୍ଧା ହେଲେ ଡୁଙ୍ଗୁରିପାଲି ସରପଞ୍ଚ
ସେହିପରି ସମ୍ବଲପୁରରେ ରହିଥିବା ଚାଷୀ ଭାଇଙ୍କ ସମସ୍ୟା ବିଷୟରେ ବି ଆଲୋଚନା କଲେ ନାହିଁ। କୃଷି ମନ୍ତ୍ରୀ ଆସୁଥିବା ନେଇ ୩୦ ଜଣ ଚାଷୀଙ୍କୁ ଗିରଫ କରିଦେଲେ ବୋଲି ବି ସେ କହିଛନ୍ତି।
ଆହୁରି ପଢ଼ନ୍ତୁ: Fire Jharsuguda Railway Railway Station ଝାରସୁଗୁଡ଼ା ରେଳ ଷ୍ଟେସନରେ ଅଗ୍ନିକାଣ୍ଡ, ନିଆଁ ଲିଭା କାମରେ ନିୟୋଜିତ ଅଗ୍ନିଶମ ବାହିନୀ
Follow Us