Riamal Farmers Problem ସରକାର ବଦଳିଲେ ବି କାର୍ଯ୍ୟଶୈଳୀ ବଦଳିଲା ନାହିଁ: ରିଆମାଳ ମଣ୍ଡିରେ କଟନୀ-ଛଟନୀ ଅଭିଯୋଗ

Advertisment

ଦେବଗଡ଼ ଜିଲ୍ଲାର ରିଆମାଳ ବ୍ଲକରେ ଧାନ ମଣ୍ଡି ଆରମ୍ଭ ହେବା ସହିତ କଟନୀ-ଛଟନୀ ଅଭିଯୋଗ ଜୋର ଧରିଛି। ସରକାର ବଦଳିଥିଲେ ମଧ୍ୟ ଚାଷୀଙ୍କ ଦୁଃଖ ଦୁର୍ଦ୍ଦଶା ବଦଳିଲା ନାହିଁ ବୋଲି ଅଭିଯୋଗ ହେଉଛି।

ଦେବଗଡ଼ ଜିଲ୍ଲାର ରିଆମାଳ ବ୍ଲକରେ ଧାନ ମଣ୍ଡି ଆରମ୍ଭ ହେବା ସହିତ କଟନୀ-ଛଟନୀ ଅଭିଯୋଗ ଜୋର ଧରିଛି। ସରକାର ବଦଳିଥିଲେ ମଧ୍ୟ ଚାଷୀଙ୍କ ଦୁଃଖ ଦୁର୍ଦ୍ଦଶା ବଦଳିଲା ନାହିଁ ବୋଲି ଅଭିଯୋଗ ହେଉଛି।

Untitled

problems of farmers at riamal Photograph: (sambad.in)

ରିଆମାଳ: ଦେବଗଡ଼ ଜିଲ୍ଲାର ରିଆମାଳ ବ୍ଲକରେ ଧାନ ମଣ୍ଡି ଆରମ୍ଭ ହେବା ସହିତ କଟନୀ-ଛଟନୀ ଅଭିଯୋଗ ଜୋର ଧରିଛି। ସରକାର ବଦଳିଥିଲେ ମଧ୍ୟ ଚାଷୀଙ୍କ ଦୁଃଖ ଦୁର୍ଦ୍ଦଶା ବଦଳିଲା ନାହିଁ ବୋଲି ଅଭିଯୋଗ ହେଉଛି। ପୂର୍ବ ସରକାର ସମୟରେ ଯେପରି ଅବସ୍ଥା ଥିଲା, ବର୍ତ୍ତମାନ ସରକାରରେ ମଧ୍ୟ ସେହି ଅବସ୍ଥା ଚାଲିଛି ବୋଲି ଚାଷୀମାନେ କହୁଛନ୍ତି।

ରିଆମାଳ ବ୍ଲକର ତାବଡ଼ା ଧାନ ମଣ୍ଡିରେ ପ୍ରତି କ୍ୱିଣ୍ଟାଲରେ ସାଢ଼େ ଚାରି କିଲୋରୁ ପାଞ୍ଚ କିଲୋ ପର୍ଯ୍ୟନ୍ତ କଟନୀ-ଛଟନୀ କରାଯାଉଥିବା ଅଭିଯୋଗ ଆସିଛି। ଏହି ଘଟଣାକୁ ନେଇ ଦେବଗଡ଼ ଜିଲ୍ଲା କଂଗ୍ରେସ ସଭାପତି ସେମ୍ ହେମ୍ବ୍ରମ୍ ଖୁଲାସା କରିଛନ୍ତି। ସେ ସେବା ସମବାୟ ସମିତିର ସମ୍ପାଦକଙ୍କୁ ପଚାରିବା ପରେ “ଜିଲ୍ଲାରୁ ନିର୍ଦ୍ଦେଶ ଆସିଛି” ବୋଲି ଉତ୍ତର ମିଳିଥିବା କହିଛନ୍ତି।

ଆହୁରି ପଢ଼ନ୍ତୁ: Dead Body Shop Keeper Rescued ତେଲ ନଦୀ ବ୍ରିଜ ତଳେ ତେଜରାତିି ଦୋକାନୀଙ୍କ ମୃତଦେହ: ହତ୍ୟା ନା ଆତ୍ମହତ୍ୟା ବଢ଼ିଲା ସନ୍ଦେହ

ପ୍ରଶାସନଙ୍କୁ ଅଭିଯୋଗ, ସମାଧାନ ଦାବି:

ଏହି ଘଟଣାକୁ ନେଇ ହେମ୍ବ୍ରମ୍ ଜିଲ୍ଲାପାଳ, ସିଏସଓ ଏବଂ ଉପ-ନିବନ୍ଧକଙ୍କୁ ଫୋନ୍ ଯୋଗେ ଅବଗତ କରାଇ ସମାଧାନ ଦାବି କରିଛନ୍ତି। ଯେଉଁ ଚାଷୀଙ୍କ ଧାନରେ କଟନୀ-ଛଟନୀ ହୋଇଛି, ସେମାନଙ୍କୁ ଧାନ ଫେରସ୍ତ କିମ୍ବା ସମ୍ପୂର୍ଣ୍ଣ ଟଙ୍କା ଖାତାରେ ଜମା କରାଯିବା ସହ ସମ୍ପାଦକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ଦାବି ପୂରଣ ନ ହେଲେ ଆସନ୍ତା ସୋମବାର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ଆହୁରି ପଢ଼ନ୍ତୁ: Worker Critical Attack Elephant ଜଙ୍ଗଲକୁ ଶୌଚ ପାଇଁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଲେ ଶ୍ରମିକ

ଚାଷୀମାନେ ପ୍ରାୟ ଛଅ ମାସ ଧରି ଧାନ ଚାଷ ପାଇଁ ହଳ, ବୁଣା, ସାର, ଘାସ ବାଛିବା, ପାଣି ମଡ଼ାଇବା, କଟା ଓ ଶ୍ରମିକ ମଞ୍ଜୁରୀ ଭଳି କାମରେ ହଜାର ହଜାର ଟଙ୍କା ଖର୍ଚ୍ଚ କରିଥିଲେ। ତାହା ସହ ଅଦନିଆ ବର୍ଷା, ହାତୀ ଉପଦ୍ରବ, ଚକଡ଼ା ପୋକ ଓ ଲଘୁଚାପ ଜନିତ ବର୍ଷାରେ ଅମଳ ନଷ୍ଟ ହୋଇଥିଲା। ସେଥିରୁ ବଞ୍ଚାଇ ଆଣିଥିବା ଧାନରେ ଏବେ କଟନୀ-ଛଟନୀ ହେବା ଚାଷୀଙ୍କୁ ଆଉ ଏକ ଆଘାତ ଦେଇଛି। ଧାନ ବିକ୍ରିର ଟଙ୍କାରେ ପରିବାର, ପାଠପଢ଼ା ଓ ସାଧାରଣ ଜୀବନ ଚାଲୁଥିବା ଚାଷୀ ପ୍ରଶ୍ନ କରୁଛନ୍ତି—ନ୍ୟାୟ ଦେବ କିଏ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe