Udaling Village Gajapati ଜିଲ୍ଲା ଗଠନକୁ ୩୦ ବିତିଲା: ଗାଁକୁ ନାହିଁ ପକ୍କା ରାସ୍ତା, ବିଦ୍ୟୁତ ଆଲୁଅ ସତ ସପନ

ଏକ Village ହେଉଛି ଗଜପତି ଜିଲ୍ଲା ରାୟଗଡ଼ ବ୍ଳକ ଅନ୍ତର୍ଗତ କଈଁପୁର ପଞ୍ଚାୟତର ଉଡାଲିଙ୍ଗ। ବର୍ଷ ବର୍ଷ ଧରି ପିଢି ପରେ ପିଢି ସମସ୍ୟା ଘେରରେ ବସବାସ କରୁଛନ୍ତି ଆଦିବାସୀ । ଗାଁକୁ ନାହିଁ ପକ୍କା ରାସ୍ତା, ବିଦ୍ୟୁତ ଆଲୁଅ ସତ ସପନ।

Untitled

Problems Of Udaling Village Gajapati Photograph: (sambad.in)

ପାରଳାଖେମୁଣ୍ଡି: ସ୍ବାଧୀନତାର ୭୮ ବର୍ଷ, ଜିଲ୍ଲା ଗଠନକୁ ୩୦ ବିତିଲା ପରେ ବି ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରହି ଅବହେଳାର ଶିକାର ହେଉଛନ୍ତି ଗ୍ରାମବାସୀ। ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର ବହୁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି କିନ୍ତୁ ଏବେବି ଏଭଳି ଅନେକ ଗାଁ ରହିଛି ଯେଉଁଠି ବିକାଶର ପାଦ ପଡ଼ିନି , ସରକାରି ଯୋଜନା ଏବେବି ଅପହଞ୍ଚ ହୋଇ ରହିଛି। ଏମିତି ଏକ ଗାଁ ହେଉଛି ଗଜପତି ଜିଲ୍ଲା ରାୟଗଡ଼ ବ୍ଳକ ଅନ୍ତର୍ଗତ କଈଁପୁର ପଞ୍ଚାୟତର ଉଡାଲିଙ୍ଗ। ବର୍ଷ ବର୍ଷ ଧରି ପିଢି ପରେ ପିଢି ସମସ୍ୟା ଘେରରେ ବସବାସ କରୁଛନ୍ତି ଆଦିବାସୀ । ଗାଁ କୁ ନା ଅଛି ଭଲ ରାସ୍ତା ନା ଅଛି ବିଦ୍ୟୁତ ସଂଯୋଗ ନା ପାନୀୟ ଜଳର ବ୍ୟବସ୍ଥା। କହିବାକୁ ଗଲେ ସରକାରଙ୍କ ସମସ୍ତ ଯୋଜନା ଏଠି ଫେଲ ମାରିଛି।

ଗାଁକୁ ଆମ୍ବୁଲାନ୍ସ ଆସି ପାରୁ ନାହିଁ

ଭଲ ରାସ୍ତା ଖଣ୍ଡେ ନଥିବାରୁ ଶିକ୍ଷା ,ସ୍ବାସ୍ଥ୍ୟ ଗମନାଗମନ ଭଳି ସାଧାରଣ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି ଗ୍ରାମର ଶତାଧିକ ବାସିନ୍ଦା। ବିଦ୍ୟୁତ ଆଲୁଅ ଏମାନଙ୍କ ପାଇଁ ସାତ ସପନ ପାଲଟିଥିବା ବେଳେ ସନ୍ଧ୍ଯା ହେଲେ ଡିବରୀ ଆଲୁଅ ଭରସା , ଆଜିକାଲି ଆଉ କିରୋସିନି ମଧ୍ୟ ଡିବିରି ପାଇଁ ମିଳୁନଥିବାରୁ ମହମବତୀ କିମ୍ବା କାଠ ଜଳି ରାତି ବିତାଇଥାନ୍ତି। ଫଳରେ ଜୀବନଯାପନ କଷ୍ଟସାଧ୍ୟ ହେବା ସହ ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ଜଙ୍ଗଲ ଜନ୍ତୁଙ୍କ ଭୟ ରହିଥାଏ । ତେଣୁ ରାତିହେଲେ ଘରୁ ବାହାରିବା କଷ୍ଟକର ବୋଲି କହିଛନ୍ତି ଗ୍ରାମବାସୀ । ଅନ୍ୟ ପକ୍ଷରେ ଗାଁକୁ ଯୋଗାଯୋଗ ପାଇଁ ଭଲ ରାସ୍ତା ନଥିବାରୁ ସେହି ଆବୁଡା ଖାବୁଡା ପାହାଡ଼ିଆ ରାସ୍ତାରେ ଯାତାୟତ କରିବାକୁ ବାଧ୍ୟ ହେଉଛନ୍ତି । ରାସ୍ତା ସୁଗମ ନଥିବା କାରଣରୁ ଗାଁକୁ ଆମ୍ବୁଲାନ୍ସ ଆସି ପାରୁ ନାହିଁ। ତେଣୁ କାହାର ସ୍ୱାସ୍ଥ୍ୟ ଖରାପ ହେଲେ ବାଇକ କିମ୍ବା ନିଜସ୍ୱ ଉଦ୍ୟମରେ ବୋହିକି ନେବାକୁ ପଡେ । 

ଆହୁରି ପଢ଼ନ୍ତୁ: Allegations of Nitin Gadkar: ରାଜନୀତିରେ ବଂଶବାଦ ବିଷୟରେ ଲୋକମାନେ ନିଷ୍ପତ୍ତି ନେବା ଉଚିତ୍:କର୍ମୀମାନଙ୍କୁ ଅଣଦେଖା କରାଯାଉଛି, ନୀତିନ ଗଡକରୀଙ୍କ ବଡ଼ ମନ୍ତବ୍ୟ

ସମାନ ଭାବରେ ଶିକ୍ଷା ବ୍ୟବସ୍ଥା ମଧ୍ୟ ଜଟିଳ। ନିକଟରେ ବିଦ୍ୟାଳୟ ନଥିବାରୁ ଚାରି କିଲୋମିଟର ଚାଲିଚାଲି ଯିବାକୁ ପଡ଼େ। ତେଣୁ ଛୋଟ ପିଲା ମାନେ ଯିବାକୁ ଇଚ୍ଛା ପ୍ରକାଶ କରନ୍ତି ନାହିଁ। ତେଣୁ ଅଧିକାଂଶ ପିଲା ହଷ୍ଟେଲରେ ପାଠ ପଢନ୍ତି। ଯାହାକୁ ହଷ୍ଟେଲ ସୁବିଧା ନହେଲା ତାର ପାଠ ପଢା ବାଧାପ୍ରାପ୍ତ ହୁଏ । ପାନୀୟଜଳ କଥା ଯଦି କହିବ ଗାଁର ଦୁଇ ସାହି ପାଇଁ ଏକମାତ୍ର ପୁରୁଣା ପଥର କୂପ ରହିଛି, ଯାହା ଗ୍ରୀଷ୍ମ ଋତୁରେ ସଂପୂର୍ଣ୍ଣ ଶୁଖିଯାଏ। ସେଥିରୁ ସୋଲାର ସାହାଯ୍ୟରେ ପାନୀୟ ଜଳଯୋଗାଣର ବ୍ୟବସ୍ଥା କରଯାଇଛି ଯାହା ଯଥେଷ୍ଟ ନୁହେଁ। ଏନେଇ ବାରମ୍ବାର ବ୍ଲକ ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ବିଦ୍ୟୁତ ବିଭାଗରେ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଏଯାବତ ସମସ୍ୟାର ସମାଧନ ଦିଗରେ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ କରିଛନ୍ତି ସାମୁଏଲ ଶବର , ରାଧାକାନ୍ତ ଶର୍କର ଭୂୟାଁ , ଭାସ୍କର ଭୂୟାଁ , ଲକ୍ଷ୍ମଣ କାର୍ଯ୍ୟ , ଗଣେଶ ଶବର ପ୍ରମୁଖ ଗ୍ରାମବାସୀ।

ଆହୁରି ପଢ଼ନ୍ତୁ: Fine: ୭୬୧ଟି ଚାଲାଣରୁ ୭୨ ଲକ୍ଷ ୫୩ ହଜାର ୩୪୦ ଟଙ୍କାର ଜରିମାନା ଆଦାୟ

ଯଥା ଶୀଘ୍ର ବିହିତ ପଦକ୍ଷେପ ନେଇ ଗ୍ରାମକୁ ବିଦ୍ୟୁତ ଯୋଗାଣ ସହ ରାସ୍ତା ନିର୍ମାଣ ପାଇଁ ଅନୁରୋଧ କରିଛନ୍ତି। ନଚେତ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଅଭିଯୋଗ କରିବେ ବୋଲି କହିଛନ୍ତି ସରପଞ୍ଚ କୈଳାଶ ଶବର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe