Rahama Ranger Arrested Vigilance ରାହାମା ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କୁ ବାନ୍ଧିଲା ଭିଜିଲାନ୍ସ

Advertisment

ଜଗତସିଂହପୁର ଜିଲ୍ଲା ରାହାମା ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କୁ vigilance ଗିରଫ କରିଛି। ଆୟବହିର୍ଭୂତ  ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ବାନ୍ଧିଛି ଭିଜିଲାନ୍ସ। 

ଜଗତସିଂହପୁର ଜିଲ୍ଲା ରାହାମା ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କୁ vigilance ଗିରଫ କରିଛି। ଆୟବହିର୍ଭୂତ  ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ବାନ୍ଧିଛି ଭିଜିଲାନ୍ସ। 

Untitled

rahama ranger arrested by vigilance Photograph: (Sambad.in)

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ରାହାମା ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କୁ ଭିଜିଲାନ୍ସ ଗିରଫ କରିଛି। ଆୟବହିର୍ଭୂତ  ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ବାନ୍ଧିଛି ଭିଜିଲାନ୍ସ। 

ଫରେଷ୍ଟରରୁ ରେଞ୍ଜର୍, ସଂପତ୍ତି କୋଟି କୋଟି ଟଙ୍କାର। ଚାକିରି ଆରମ୍ଭ କରିଥିଲେ ମାତ୍ର ଦେଢ଼ ହଜାର ଟଙ୍କାରେ। ୪୦ ବର୍ଷରେ ରୋଜଗାର କରିଛନ୍ତି ଅମାପ ସଂପତ୍ତି। ଏକଥା ଆମେ କହୁନାହୁଁ। କହୁଛି ଭିଜିଲାନ୍ସ ତଥ୍ୟ। ଜଗତସିଂହପୁର ଜିଲ୍ଲା ରାହାମା ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ କଥା ଏଠାରେ କୁହାଯାଉଛି।

୧୯୬୬ ଜୁନ୍ ୪ ତାରିଖରେ ଜନ୍ମିତ ଶ୍ରୀ ସାମନ୍ତରାୟ ୨୬.୧୧.୧୯୮୫ରେ ଫରେଷ୍ଟର ଭାବରେ ସରକାରୀ ଚାକିରିରେ ପ୍ରବେଶ କରିଥିଲେ ଏବଂ ମାସିକ ୧୫୦୦ ଟଙ୍କା ଦରମା ପାଇଥିଲେ। ତା’ପରେ, ୧୫.୯.୨୦୨୧ରେ ଡେପୁଟି ରେଞ୍ଜର ଭାବରେ ପଦୋନ୍ନତି ପାଇ ସେ ଜଙ୍ଗଲ ବିଭାଗ (କ୍ଷେତ୍ର) ଅନୁଗୁଳରେ ଯୋଗ ଦେଇଥିଲେ। ପୁନର୍ବାର ୩୧.୦୮.୨୦୨୩ ରେ ଶ୍ରୀ ସାମନ୍ତରାୟଙ୍କୁ ରେଞ୍ଜର ପଦବୀରେ ପଦୋନ୍ନତି ଦିଆଯାଇଥିଲା ଏବଂ ସେ ଜଗତସିଂହପୁରର ରାହାମା ଫରେଷ୍ଟ ରେଞ୍ଜରେ ଯୋଗ ଦେଇଥିଲେ। ସେ ଆଜି ପର୍ଯ୍ୟନ୍ତ ଜଗତସିଂହପୁରରେ ଏହି ପଦବୀରେ କାର୍ଯ୍ୟ କରିଆସୁଛନ୍ତି। ଶ୍ରୀ ସାମନ୍ତରାୟ ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରାୟ ୪ ଦଶନ୍ଧି ଧରି କାର୍ଯ୍ୟ କରିଆସୁଛନ୍ତି।

ଆହୁରି ପଢ଼ନ୍ତୁ:FlyOver Bhadrak DHH ଭଦ୍ରକ ନୂଆ ମେଡିକାଲରେ ଫୁଟ ଓଭରବ୍ରିଜ ନୁହେଁ, ଫ୍ଲାଏ ଓଭରବ୍ରିଜ ହେଉ

ନଗଦ ୩.୬୯ ଲକ୍ଷ ଟଙ୍କା, ୨୫୦ ଗ୍ରାମ ସୁନା ଓ ୮୦.୬୮ ଲକ୍ଷ ଟଙ୍କାର ବ୍ୟାଙ୍କ୍ ଓ ଡାକ ଇତ୍ୟାଦି ଜମା 

ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ ସହିତ ଜଡ଼ିତ ସମ୍ପତ୍ତି ଉପରେ ଚଢ଼ାଉ ସମୟରେ ଦୁଇଟି ବହୁମହଲା କୋଠା, ୫ଟି ମୂଲ୍ୟବାନ ପ୍ଲଟ୍, ନଗଦ ୩.୬୯ ଲକ୍ଷ ଟଙ୍କା, ୨୫୦ ଗ୍ରାମ ସୁନା ଓ ୮୦.୬୮ ଲକ୍ଷ ଟଙ୍କାର ବ୍ୟାଙ୍କ୍ ଓ ଡାକ ଇତ୍ୟାଦି ଜମା ଠାବ କରାଯାଇଛି।

ଜଗତସିଂହପୁର ଜିଲ୍ଲା ରାହାମା ବନ ବିଭାଗର ରେଞ୍ଜ ଅଧିକାରୀ ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ ଘରେ ଗତକାଲି ପଶିଥିଲା ଭିଜିଲାନ୍ସ। ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍।

ଆହୁରି ପଢ଼ନ୍ତୁ:New Law Will Be Enacted: ଧର୍ମକୁ ଅପମାନ କଲେ ମିଳିବ ଦଣ୍ଡ: ରେବନ୍ତ ରେଡ୍ଡୀ

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗତକାଲି ଜଗତସିଂପୁର ଜିଲ୍ଲା ରାହାମା ବନ ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ ନିମ୍ନ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଥିଲା। 

ଭିଜିଲାନ୍ସ ଟିମ୍ ର ୪ଟି ସ୍ଥାନରେ ଚଢ଼ାଉ

(୧) ଜଗତସିଂହପୁରର ଚତରାଠାରେ ଅବସ୍ଥିତ ଆବାସିକ ତିନି ମହଲା କୋଠା।

(୨) ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ସାମନ୍ତରାୟପୁର, ପୋ-ଡୋଣ୍ଡୋ, ନିଜ ଗ୍ରାମଠାରେ ଦୁଇ ମହଲା ବିଶିଷ୍ଟ କୋଠା।

(୩) କଟକ ବନ ବିଭାଗ ଅଧୀନରେ ଥିବା ଫରେଷ୍ଟ ରେଞ୍ଜ, ସମ୍ପୁର, ଜଗତସିଂହପୁରରେ ଅବସ୍ଥିତ କାର୍ଯ୍ୟାଳୟ।

(୪) ଜଗତସିଂହପୁର ଫରେଷ୍ଟ ରେଞ୍ଜ ପରିସରରେ ଅବସ୍ଥିତ ସରକାରୀ କାର୍ଯ୍ୟାଳୟ।

ସ୍ୱତନ୍ତ୍ର ବିଚାରପତି, କଟକ ଭିଜିଲାନ୍ସଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ଦୁଇ ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ୫ ଜଣ ଡିଏସପି, ୮ ଜଣ ନିରୀକ୍ଷକ ଏବଂ ଅନ୍ୟାନ୍ୟ ସହାୟକ ଅଧିକାରୀ ଏବଂ କର୍ମଚାରୀଙ୍କ ନେତୃତ୍ୱରେ ଜଗତସିଂହପୁର ଜିଲ୍ଲାର ଉପରୋକ୍ତ ସ୍ଥାନଗୁଡ଼ିକରେ ଏକକାଳୀନ ଘର ଚଢ଼ାଉ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe