ପାରଳାଖେମୁଣ୍ଡି/କାଶୀନଗର: ବାତ୍ୟା ମୋନ୍ଥାର ଭୟ ଟଳି ଯାଇଛି । ତଥାପି ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଏବେ ବି ବର୍ଷା ଲାଗି ରହିଛି। ବର୍ଷା ଲଗାତାର ନଥିଲେ ମଧ୍ୟ ସମୟ ବ୍ୟବଧାନରେ ଜାରି ରହିଛି ବର୍ଷା। ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ୭୨୭.୬ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସର୍ବାଧିକ ୧୫୦.୫ ମିମି ବର୍ଷା ଗୋଷାଣୀ ବ୍ଲକ ରେ ରେକର୍ଡ କରାଯାଇଥିବା ବେଳେ କାଶୀନଗର ବ୍ଲକ ରେ ସର୍ବନିମ୍ନ ୬୦ ମିମି  ବର୍ଷା ରେକର୍ଡ ହୋଇଛି। ସେହିଭଳି କାଶୀନଗର ବ୍ଲକ ଦେଇ ପ୍ରବାହିତ ହେଉଥିବା ବଂଶଧାରା ନଦୀର ଜଳ ପତନ ବିପଦ ସଂକେତ ତଳେ ପ୍ରବାହିତ ହେଉଛି। ବିପଦ ସଂକେତ ସ୍ତର ୫୪.୬୦ମିଟର ରହିଥିବା ବେଳେ ଆଜି ସକାଳ ୬ଟା ସୁଦ୍ଧା ଜଳ ପତ୍ତନ ୫୩.୯୮ମିଟର ରହିଛି।  ବର୍ତମାନ ସୁଦ୍ଧା କ୍ଷୟକ୍ଷତିର ସେଭଳି କିଛି ସୂଚନା ନାହିଁ। ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଇଛି ।

Advertisment

ଗୁମ୍ମା ନାଳରେ ପାଣି/ ଖିଙ୍ଗା ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ


କାଶୀନଗର ବ୍ଲକ ଅନ୍ତର୍ଗତ ରାଣୀପେଣ୍ଠ ପଞ୍ଚାୟତ ଅଧୀନରେ ଥିବା ଖିଂଗା ଓ ବଡ଼ ଖିଙ୍ଗା ଗ୍ରାମ ଯିବା ରାସ୍ତାରେ ପ୍ରବାହିତ ହେଉଥିବା ଗୁମ୍ମା ନାଳରେ ବହୁ ପରିମାଣରେ ପାଣି ଆସିବା ହେତୁ ସେହି ଗ୍ରାମକୁ ଯିବା ପାଇଁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି।

ଆହୁରି ପଢ଼ନ୍ତୁ: ବର୍ତ୍ତିଗଲା ଓଡ଼ିଶା: ନର୍ସାପୁରମ୍‌ରେ ସ୍ଥଳଭାଗ ଛୁଇଁଲା ‘ମୋନ୍ଥା’

ଏଣେ ଗଜପତି ଜିଲ୍ଲାରେ ଗତକାଲି ଜିଲ୍ଲା ପ୍ରଶାସନ ୧୭୧ ଜଣ ଗର୍ଭବତୀ ମହିଳାଙ୍କୁ ମା’ ଗୃହ ସହ ଡାକ୍ତରଖାନାକୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିଥିଲା। ଗଜପତି ଜିଲ୍ଲାରେ ମୋଟ ୪୬ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଇଥିବା ବେଳେ ୧୨ଟି ଅଗ୍ନିଶମ, ୩ଟି ଓଡ୍ରାଫ ଓ ଗୋଟିଏ ଏନଡିଆରଏଫ୍ ଟିମ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ମୁତୟନ କରାଯାଇଛି । ଜିଲ୍ଲାରେ ୧୫ଟି ଅଗ୍ନିଶମ ବିଭାଗର ଟିମ୍ ପ୍ରସ୍ତୁତ ଥିବା ବେଳେ ୩ଟି ODRAF ଟିମ୍ ଓ ଗୋଟିଏ NDRF ଟିମ୍ ପ୍ରସ୍ତୁତ ରହିଛନ୍ତି। ୧୩୯ଟି ଭୁଷ୍କଳନ ଜାଗା ଚିହ୍ନଟ କରାଯାଇଥିବା ବେଳେ ସେଠାକାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ଆହୁରି ପଢ଼ନ୍ତୁ: ବିକଶିତ ନୂଆପଡ଼ା ଗଠନ ବିଜେପିର ସଂକଳ୍ପ

Cyclone Montha | Heavy Rain | Andhra Pradesh Gajapati