minor rape Photograph: (Sambad.in)
ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ପୁଣି ଲଜ୍ଜା। ଚପଲ କିଣିଦେବା ଆଳରେ ଡ଼ାକିନେଇ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ ଗ୍ରାମର ଜଣେ ସମ୍ପର୍କୀୟ ଭାଇ ଦୁଷ୍କର୍ମ କରିଛନ୍ତି। ଏନେଇ ନାବାଳିକାଙ୍କ ଦାଦା ଶନିବାର ଅପରାହ୍ନରେ ଦାରିଙ୍ଗବାଡି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।
ଆହୁରି ପଢ଼ନ୍ତୁ:ଆଜି ଅପରାହ୍ନ ୩ଟାରୁ ଚାଲିବନି 'ଆମ ବସ୍'
ମାରଣାସ୍ତ୍ର ଦେଖାଇ ଭୟଭୀତ କରି ବଳାତ୍କାର
ପ୍ରାପ୍ତ ସୂଚନା ପ୍ରକାରେ, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ଗୋଟିଏ ପରିବାର ବାପା ଓ ମା’ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଛନ୍ତି। ଘରେ ୧୪ ବର୍ଷର ନାବାଳିକାଜଣଙ୍କ ତାଙ୍କର ୪ ଛୋଟ ଭାଇ ଭଉଣୀଙ୍କୁ ନେଇ ରହୁଥିଲେ। ଛୋଟ ଭାଇ ଭଉଣୀଙ୍କ ଦାୟିତ୍ୱ ନେବା ସହ ନିଜେ ବିଦ୍ୟାଳୟକୁ ଯାଇ ପାଠ ପଢୁଥିଲେ। ତେବେ ସେହି ଗ୍ରାମର ଜଣେ ବିବାହିତ ଯୁବକ ଶୁକ୍ରବାର ମଧ୍ୟାହ୍ନରେ ନାବାଳିକାଙ୍କୁ ମିଛରେ ତୁମ ବାପା ତୁମ ପାଇଁ ଚପଲ କିଣିବାକୁ ମୋ ଆକାଉଣ୍ଟକୁ ପଇସା ପଠାଇଛନ୍ତି। ଦାରିଙ୍ଗବାଡ଼ି ଯାଇ ଚପଲ କିଣିଦେବି ବୋଲି କହିଥିଲେ। ଏଥିରେ ନାବାଳିକାଜଣଙ୍କ ତାଙ୍କୁ ବିଶ୍ୱାସ କରି ତାଙ୍କ ସହ ଚାଲିଯାଇଥିଲେ। ହେଲେ ଯୁବକଜଣଙ୍କ ବାଟରୁ ଅପହରଣ କରି ତାଙ୍କୁ ଜଙ୍ଗଲର ଏକ ନିଛାଟିଆ ସ୍ଥାନକୁ ନେଇ ମାରଣାସ୍ତ୍ର ଦେଖାଇ ଭୟଭୀତ କରି ବଳାତ୍କାର କରିଥିଲେ। ଘଟଣା ସମ୍ପର୍କରେ କାହାରିକୁ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି।
ଆହୁରି ପଢ଼ନ୍ତୁ:ଦୀପାବଳିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଥାନାରେ ଲିଖିତ ଅଭିଯୋଗ
ନାବାଳିକାଜଣଙ୍କ ଭୟଭୀତ ହୋଇଯାଇଥିବା ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଘରକୁ ଫେରି ନିଜ ଖୁଡ଼ୀଙ୍କୁ ସେ ଘଟଣା ସମ୍ପର୍କରେ ଜଣାଇଥିଲେ। ପରେ ନାବାଳିକାଙ୍କ ଦାଦା ଗାଁର ମହିଳା ଏବଂ ଆଶା କର୍ମୀ ସରପଞ୍ଚ ଓ ୱାର୍ଡ ମେମ୍ବରଙ୍କ ସହଯୋଗରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେଣେ ଘଟଣା ଘଟେଇ ଅଭିଯୁକ୍ତ ଫେରାର ଥିବା ଜଣା ପଡ଼ିଛି। ଅଭିଯୋଗ ପ୍ରକାରେ ପୁଲିସ ତଦନ୍ତ ଚଳାଇଥିବା ଥାନା ଅଧିକାରୀ କନକ ମାଝୀ ସୂଚନା ଦେଇଛନ୍ତି। ଫେରାର ଅଭିଯୁକ୍ତକୁ ଧରିବା ସହ କଠୋର ଦଣ୍ଡରେ ଦଣ୍ଡିତ କରାଯିବାକୁ ସ୍ଥାନୀୟ ଅଧିବାସୀ ଦାବି କରିଛନ୍ତି।
rape
Follow Us