ଦିଗପହଣ୍ଡି: ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ସାଧାରଣତନ୍ତ୍ର ପାଳିତ ହୋଇଯାଇଛି। ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ବିଡିଓ ଅନାମିକା ପାଣ୍ଡେ ଓ ଅତିରିକ୍ତ ବିଡିିଓ ଉମେଶ ଚନ୍ଦ୍ର ସେଠୀଙ୍କ ସମେତ କର୍ମଚାରୀଗଣ ଉପସ୍ଥିତ ଥିଲେ। କୋର୍ଟ କମ୍ପ୍ଲେକ୍ସ ପରିସରରେ ସିଭିଲ କୋର୍ଟ ସିନିୟର୍ ଡିଭିଜନ୍ର ମାଜିଷ୍ଟ୍ରେଟ ମହାଶ୍ୱେତା ପରିଜା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଜେଏମ୍ଏଫସି କୋର୍ଟର ମାଜିଷ୍ଟ୍ରେଟ ନିଳିମା ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ଦିଗପହଣ୍ଡି ବଜାର ଗାନ୍ଧୀଛକରେ ଏନ୍ଏସି କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ସେହିପରି ଏନ୍ଏସି ଅଫିସରେ କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଉପାଧ୍ୟକ୍ଷା କେ.ପୂଜାଙ୍କ ସମେତ ସମସ୍ତ କାଉନସିଲ୍ର ଓ କର୍ମଚାରୀ ଉପସ୍ଥିତ ଥିଲେ। ପୁରସ୍କାର ବିତରଣ ଉତ୍ସବରେ ବିଧାୟକ ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରିଥିଲେ। ଦିଗପହଣ୍ଡି କେନ୍ଦ୍ରୀୟ ବିଦ୍ୟାଳୟରେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଡ. ବାଳକୃଷ୍ଣ ପଣ୍ଡା, ଦିଗପହଣ୍ଡି ଥାନାରେ ଭାରପ୍ରାପ୍ତ ଆଇଆଇସି ପ୍ରଶାନ୍ତ କୁମାର ପାତ୍ର, ତହସିଲ କାର୍ଯ୍ୟାଳୟରେ ତହସିଲଦାର ସନ୍ତୋଷ କୁମାର ସାହୁ, ଖେମୁଣ୍ଡି କଲେଜରେ ଅଧ୍ୟକ୍ଷ ଡ. ଅସିତ କୁମାର ଷଡଙ୍ଗୀ, ସରସତୀ ଶିଶୁ ବିଦ୍ୟାମନ୍ଦିରରେ ପରିଚାଳନା ସମିତି ସଭାପତି ରାମଚନ୍ଦ୍ର ବିଷୋୟୀ ଓ ଘୋଡ଼ାହାଡ଼ ଜଳସେଚନ ବିଭାଗରେ ଉପ ନିର୍ବାହୀଯନ୍ତ୍ରୀ ଇଂ. ନିରଞ୍ଜନ ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ।
ଆହୁରି ପଢ଼ନ୍ତୁ: Accident One Critical ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଓଲଟିଲା କଳାକାର ଗାଡ଼ି, ଜଣେ ଗୁରୁତର
ଜିଲ୍ଲାସ୍ତରୀୟ ପିଏମ୍ଶ୍ରୀ ଉତ୍ସବରେ ଅର୍ଚ୍ଚିତାଙ୍କ ସଫଳତା
କନିଷିସ୍ଥିତ ପିଏମ୍ଶ୍ରୀ ବାଲାଜୀ ବିଦ୍ୟାପୀଠରେ ଆୟୋଜିତ ଗଞ୍ଜାମ ଜିଲ୍ଲାସ୍ତରୀୟ ପିଏମ୍ଶ୍ରୀ ଉତ୍ସବରେ ଦିଗପହଣ୍ଡି ପିଏମ୍ଶ୍ରୀ ବାଳିକା ଉଚ୍ଚବିଦ୍ୟାଳୟର ଛାତ୍ରୀ ଅର୍ଚ୍ଚିତା ସାମନ୍ତଙ୍କ ହସ୍ତଶିଳ୍ପ ସାମଗ୍ରୀ ପ୍ରଥମ ସ୍ଥାନ ଅଧିକାର କରିଛି। ଉଦ୍ଯାପନୀ ସମାରୋହର ଖଣି ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅର୍ଚ୍ଚିତାଙ୍କୁ ପୁରସ୍କୃତ କରିଥିଲେ। ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍, ଜିଲ୍ଲା ଶିକ୍ଷାଧିକାରୀ ଅଜୟ କୁମାର ପାତ୍ର, ଏଡିଇଓ ପ୍ରଭାତୀ ମହାପାତ୍ର ଓ ଦିଗପହଣ୍ଡି ବ୍ଲକ ଶିକ୍ଷା ଅଧିକାରୀ ଡ. ଶଙ୍କର ନାରାୟଣ ବେଜ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2026/01/27/untitled-2026-01-27-13-27-00.jpeg)