Advertisment

Rinku Singh's father Death ରିଙ୍କୁ ସିଂଙ୍କ ପିତାଙ୍କ ଦେହାନ୍ତ, କର୍କଟ ରୋଗରେ ପୀଡ଼ିତ ଥିଲେ

Advertisment

ଭାରତୀୟ ବ୍ୟାଟର୍‌ ରିଙ୍କୁ ସିଂଙ୍କ ପିତା ଖାନଚନ୍ଦ ସିଂଙ୍କ ଦେହାନ୍ତ ହୋଇଛି। ଖାନଚନ୍ଦ କର୍କଟ ରୋଗରେ ପୀଡ଼ିତ ହୋଇ ନୋଏଡାର ଯଥାର୍ଥ ହସପିଟାଲ୍‌ରେ ଚିକିତ୍ସିତ ହେଉଥିଲେ।

ଭାରତୀୟ ବ୍ୟାଟର୍‌ ରିଙ୍କୁ ସିଂଙ୍କ ପିତା ଖାନଚନ୍ଦ ସିଂଙ୍କ ଦେହାନ୍ତ ହୋଇଛି। ଖାନଚନ୍ଦ କର୍କଟ ରୋଗରେ ପୀଡ଼ିତ ହୋଇ ନୋଏଡାର ଯଥାର୍ଥ ହସପିଟାଲ୍‌ରେ ଚିକିତ୍ସିତ ହେଉଥିଲେ।

Untitled

Rinku Singh's father dies of liver cancer Photograph: (sambad.in)

ନୋଇଡା: ଭାରତୀୟ ବ୍ୟାଟର୍‌ ରିଙ୍କୁସିଂଙ୍କ ପିତା ଖାନଚନ୍ଦ ସିଂଙ୍କ ଦେହାନ୍ତ ହୋଇଛି। ଏ ନେଇ ପୂର୍ବତନ ସ୍ପିନର୍‌ ହରଭଜନ ସିଂ ଏକ୍ସରେ ଏକ ପୋଷ୍ଟ କରି ସୂଚନା ଦେବା ସହ ରିଙ୍କୁଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଭାରତୀୟ ଦଳରେ ନିଜ ଦାୟିତ୍ବ ପ୍ରତି ରିଙ୍କୁ ନିଷ୍ଠାବାନ ରହିଆସିଛନ୍ତି, କିନ୍ତୁ ଏହା ତାଙ୍କ ପାଇଁ ଏକ କଠିନ ସମୟ ବୋଲି ହରଭଜନ ଲେଖିଛନ୍ତି।

ଖାନଚନ୍ଦ ନୋଏଡାର ଯଥାର୍ଥ ହସପିଟାଲ୍‌ରେ ଚିକିତ୍ସିତ ହେଉଥିଲେ

ଖାନଚନ୍ଦ କର୍କଟ ରୋଗରେ ପୀଡ଼ିତ ହୋଇ ନୋଏଡାର ଯଥାର୍ଥ ହସପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ଦୁଇଦିନ ତଳେ ତାଙ୍କ ଅବସ୍ଥା ଗୁରୁତର ହେବାକୁ ଚେନ୍ନାଇରେ ଭାରତୀୟ ଦଳ ସହ ଥିବା ରିଙ୍କୁ ଘରକୁ ଫେରିଥିଲେ। ତେବେ ନିଜ ପିତାଙ୍କୁ ଦେଖା କରିବା ପରେ ସେ ପୁଣି ଦଳ ନିକଟକୁ ଫେରିଆସିଥିଲେ। ତେବେ ଶୁକ୍ରବାର ପିତାଙ୍କ ଦେହାନ୍ତ ଖବର ପାଇଁ ରିଙ୍କୁ ପୁଣି ଥରେ ଉତ୍ତରପ୍ରଦେଶର ଆଲିଗଡ଼ରେ ଥିବା ନିଜ ଘରକୁ ଫେରିଯାଇଛନ୍ତି। ପିତାଙ୍କ ଅନ୍ତିମ ସତ୍କାର ପରେ ସେ ପୁଣି ଥରେ ଭାରତୀୟ ଦଳ ନିକଟକୁ ଫେରିବାର ସମ୍ଭାବନା ରହିଛି।

Odisha Tour Amit Shah ମାର୍ଚ୍ଚ ୫ରେ ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe