salute to braveness of 5 year old Rishi Photograph: (Sambad.in)
ରିଆମାଳ(ମନୋଜ କୁମାର ବେହେରା): ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଜିଅଁନ୍ତାପାଲି ଗ୍ରାମରେ ପରିବାର କଳହରୁ ପିତା ଦୁଷ୍ମନ୍ତ ମାଝୀ(୩୪) ଓ ମାତା ରିଙ୍କି ମାଝୀ(୨୮) କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ବେଳେ ୫ ବର୍ଷର ଶିଶୁପୁତ୍ରକୁ ପରିବାର କଳହର ଶିକାର ହେବାକୁ ବସିଥିଲା। ମାତ୍ର ଅଳ୍ପକେ ବଞ୍ଚି ଯାଇଛି ରିଷି । ସେ ପିତାମାତାଙ୍କ ଜୀବନ ବଞ୍ଚାଇବାକୁ ଯେଉଁ ସାହାସ, ଧୈର୍ଯ୍ୟ ଦେଖାଇ କାର୍ଯ୍ୟ କରିଛି ଯେ କେହି ବି ସାଲ୍ୟୁଟ୍ କରୁଛନ୍ତି।
ପାରିବାରିକ କଳହରୁ ଜଙ୍ଗଲ ଭିତରେ କୀଟନାଶକ ପିଇ ଆତ୍ମହତ୍ୟା କରିଥିଲେ ପିତାମାତା। ଜଙ୍ଗଲ ଭିତରରେ ଭୟଙ୍କର ଶୀତ ରାତିରେ ଏକାକୀ ପିତାମାତାଙ୍କ ଶରୀର ପାଖରେ ସାରା ରାତ ବସି କାନ୍ଦୁଥିଲା ୫ ବର୍ଷର ନିଷ୍ପାପ ଶିଶୁପୁତ୍ର ରିଷି। ରାତିତମାମ ଚିତ୍କାର କରୁଥିଲା। ସେହି ଜଙ୍ଗଲିଆ ରାସ୍ତାରେ ଯାତାୟତ କେହି କରୁ ନ ଥାନ୍ତି। ଯାହାକି ରିଷିର ଚିତ୍କାର କାହାକୁ ଶୁଭି ନ ଥିଲ। ରାତି ଘନେଇ ଯାଉଥାଏ କଣ କରିବ ସେ ମୁଣ୍ଡର କିଛି ପଶୁ ନ ଥାଏ। କାନ୍ଦ ବୋବାଳି ଛାଡ଼ି ଛାଡ଼ି ରାତି ସାରା ସେମିତି ବାପା ମାଙ୍କୁ ଜଗି ରହିଥାଏ ରିଷି। ସେହି ଭୀଷଣ ଶୀତରାତିର ଭୟଙ୍କର ଅନ୍ଧାରକୁ ଜଣେ ୫ ବର୍ଷର ଶିଶୁପୁତ୍ର କେମିତି ବା ସାମ୍ନା କରିଥିବ ତାକୁ ଜଣା ଥିବା। ଏକଥା ଭାବିଲା ବେଳକୁ ସମସ୍ତଙ୍କ ଛାତି ଯନ୍ତ୍ରଣାରେ ଭରି କୋହ ବାହାରି ଆସୁଛି ।
ଅଧିକପଢ଼ନ୍ତୁ:Vigilance Raid Hatadihi Peo ଭିଜିଲାନ୍ସ ଜାଲରେ ହାଟଡିହି ପିଇଓ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ଚଢ଼ାଉ
ଟ୍ରକ୍ ଚାଳକଙ୍କୁ ଡାକି ଆଣିଥିଲା ରିଷି
ଆଉ ସକାଳେ ହେବାରୁ ପିତାମାତାଙ୍କୁ ବଞ୍ଚାଇବାକୁ ରାସ୍ତାକଡ଼କୁ ଆସି ରାସ୍ତାରେ ଯାଉଥିବା ପଥିକମାନଙ୍କୁ ଡାକି ଆଣିଥିଲା ସେ। ଜଣେ ଟ୍ରକ୍ ଚାଳକଙ୍କୁ । ଚାଳକ ଜଣଙ୍କ ଘଟଣାସ୍ଥଳରେ ପହଞ୍ଚି ଯାହା ଦେଖିଲା ସେ ମଧ୍ୟ ଅବାକ୍ ହୋଇ ପଡ଼ିଥିଲା। ସଙ୍ଗେ ସଙ୍ଗେ ପୁଲିସକୁ ଖବର ଦେଇଥିଲା। ପୁଲିସ ପହଞ୍ଚି ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ରିଷି ମଧ୍ୟ କୀଟନାଶକ ପିଇଥିବା ଜଣା ପଡ଼ିଥିଲା। ସେ ଗୁରୁତର ଥିବା ବେଳେ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ନିଆଯାଇ ଥିଲା। ମାତ୍ର ଭଗବାନ ସାହା ହେଲେ ରିଷିଙ୍କୁ ଯେଉଁଥି ପାଇଁ ଆଜି ସେ ଜୀବନ ମରଣ ସହ ଯୁଦ୍ଧ ଲାଗି ନୂତନ ଜୀବନ ଦାନ ପାଇଛି।
ଏହି ଘଟଣା ଯେ କେହି ଶୁଣୁଛି ରଖେ ହରି ମାରେ କିଏ କହୁଛି। ଆଉ ନିଜର ପିତାମାତାଙ୍କୁ ଜୀବନ ବଞ୍ଚାଇବାକୁ ଯେଉଁ କାର୍ଯ୍ୟ କରିଛି ରିଷିର ସାହାସ ଓ ଧୈର୍ଯ୍ୟକୁ ସମସ୍ତେ ସାଲ୍ୟୁଟ୍ ମାରୁଛନ୍ତି। କୀଟନାଶକ ଖାଇ ପିତାମାତା ମୃତ୍ୟୁବରଣ କରିଥିବା ରିଷିକୁ ଜାଣିବାକୁ ଦିଆଯାଇ ନାହିଁ। ସେ ସୁସ୍ଥ ଥିବା ବେଳେ କଥାବାର୍ତ୍ତା କରୁଛି।
Follow Us