‘ଆଟ୍‌ ହୋମ୍‌’ରେ ସାମିଲ ହେବେ ସୁଦର୍ଶନ, ନିମନ୍ତ୍ରଣ ପଠାଇଲେ ରାଷ୍ଟ୍ରପତି

୭୬ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପଲ୍ଲୀଠାରୁ ଦିଲ୍ଲୀ ଯାଏଁ ଜୋରଦାର ପ୍ରସ୍ତୁତି ଚାଲିଛି। ରାଷ୍ଟ୍ରପତି ଭବନରେ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ ହେବ, ଯେଉଁଥିରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଯୋଗଦେବା ପାଇଁ ନୂଆଦିଲ୍ଲୀ ଯିବେ।

ଅଦ୍ୟତନ ହୋଇଛି
Sudarsan Pattnaik invited for ‘At Home’

Sudarsan Pattnaik invited for ‘At Home’ Photograph: (sambad.in)

ଭୁବନେଶ୍ବର: ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପଲ୍ଲୀଠାରୁ ଦିଲ୍ଲୀ ଯାଏଁ ଜୋରଦାର ପ୍ରସ୍ତୁତି ଚାଲିଛି। ରାଷ୍ଟ୍ରପତି ଭବନରେ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ ହେବ, ଯେଉଁଥିରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଯୋଗଦେବା ପାଇଁ ନୂଆଦିଲ୍ଲୀ ଯିବେ। ସାଧାରଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା ‘ଆଟ୍ ହୋମ୍’ରେ ସେ ଯୋଗଦେବେ। ଏ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁଦର୍ଶନଙ୍କୁ ନିମନ୍ତ୍ରଣ କରିଛନ୍ତି। ସାଧାରଣତନ୍ତ୍ର ଦିବସରେ ଆସିଥିବା ଅତିଥିଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ମଣ୍ଡଳ ଏବଂ ଗଣ୍ୟମାନ୍ୟ ବ୍ୟକ୍ତି ଏଥିରେ ସାମିଲ ହୋଇଥାନ୍ତିି। ଜାନୁଆରି ୨୬ କାର୍ଯ୍ୟକ୍ରମ ପରେ ପରେ ଆଟ୍ ହୋମ୍ କାର୍ଯ୍ୟକ୍ରମ କରାଯାଏ। ଏହି କାର୍ଯ୍ୟକ୍ରମରେ ଖାଦ୍ୟପେକ୍ଷର ସୁବନ୍ଦୋବସ୍ତ କରାଯାଇଥାଏ। ଆମନ୍ତ୍ରିତ ଅତିଥି ସିଧାସଳଖ ଭାବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରିଥାନ୍ତି। 

ଏହି ଖବର ପଢ଼ନ୍ତୁ: ୬୫ ହଜାର କୋଟି ଟଙ୍କା ବ୍ୟୟରେ କେନ୍ଦୁଝରରେ ନିର୍ମାଣ ହେବ ଷ୍ଟିଲ୍‌ ପ୍ଲାଣ୍ଟ!

ଜାନୁଆରି ୨୬ କାର୍ଯ୍ୟକ୍ରମ ପରେ ପରେ ଆଟ୍ ହୋମ୍ କାର୍ଯ୍ୟକ୍ରମ କରାଯାଏ। ସାଧାରଣତନ୍ତ୍ର ଦିବସରେ ଆସିଥିବା ଅତିଥିଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ମଣ୍ଡଳ ଏବଂ ଗଣ୍ୟମାନ୍ୟ ବ୍ୟକ୍ତି ଏଥିରେ ସାମିଲ ହୋଇଥାନ୍ତିି।

ଏହି ଖବର ପଢ଼ନ୍ତୁ: ସହଦେବ ନାୟକ ହତ୍ୟା: ଡିଏନ୍‌ଏ ପରୀକ୍ଷା ପାଇଁ ଗଲା ରକ୍ତଭିଜା ପୋଷାକ

ରାଷ୍ଟ୍ରପତିଙ୍କ ‘ଆଟ୍ ହୋମ୍’ ସମାରୋହରେ କେଉଁମାନେ ଅତିଥି ହେବେ, ସେଥିପାଇଁ କେନ୍ଦ୍ର ସରକାର ଏବେ ନିମନ୍ତ୍ରଣପତ୍ର ପଠାଉଛନ୍ତି। ଏହି ନିମନ୍ତ୍ରଣପତ୍ର ଅତିଥିମାନଙ୍କ ନିକଟକୁ ପହଞ୍ଚୁଛି। ଆଜି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ଆୟୋଜିତ ହେବାକୁ ଥିବା ଭବ୍ୟ ସମାରୋହରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ପତ୍ର ପାଇଛନ୍ତି। ତାଙ୍କୁ ରାଷ୍ଟ୍ରପତି ଭବନରୁ ଏହି ନିମନ୍ତ୍ରଣପତ୍ର ମିଳିଛି। 

ଏହି ଖବର ପଢ଼ନ୍ତୁ: ଏଥର ବିନା ଆଇଟମ୍‌, ଅଶ୍ଲୀଳ ନୃତ୍ୟରେ ଜମିବ ଖଣ୍ଡଗିରି ଯାତ୍ରା ମେଳା

ରାଷ୍ଟ୍ରପତିଙ୍କ ନିମନ୍ତ୍ରଣପତ୍ର ମିଳିବା ନେଇ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଷ୍ଟ୍ରପତି ଭବନ ପକ୍ଷରୁ ପଠାଯାଇଥିବା ନିମନ୍ତ୍ରଣପତ୍ର ଗ୍ରହଣ କରି ମୁଁ ଖୁସି ଅନୁଭବ କରୁଛି। ଏହି ନିମନ୍ତ୍ରଣପତ୍ର ଡାକଘର ମାଧ୍ୟମରେ ଆସିଥିଲା। ସ୍ଥାନୀୟ ପୋଷ୍ଟମ୍ୟାନ୍‌ ଚନ୍ଦନେଶ୍ବର ହାଂସଦା ମୋତେ ଏହି ନିମନ୍ତ୍ରଣ ଦେଇଛନ୍ତି।  

ଏହି ଖବର ପଢ଼ନ୍ତୁ: ଭାଇରାଲ ରୋକିବ ମାଟ୍ରିକ୍‌ ପ୍ରଶ୍ନପତ୍ରର ନମ୍ବରିଂ, ବାରକୋର୍ଡ ବ୍ୟବସ୍ଥା!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe