ଫୁଟିଥିଲେ ଅଘଟଣ ଘଟିଥାନ୍ତା! ନକ୍ସଲଙ୍କ ଆକ୍ରମଣ ଯୋଜନା ପଣ୍ଡ କଲେ ଯବାନ

ତିମାପୁର ଦୁର୍ଗାମନ୍ଦିର ପାଖରେ ରହିଥିବା ଏକ ବ୍ରିଜ ତଳେ ନକ୍ସଲ ୫୦ କିଲୋ ଓଜନର ବୋମା ଖଞ୍ଜିଥିଲେ, ଯାହା ବିସ୍ଫୋରଣ ହୋଇଥିଲେ ବହୁ ଯବାନ ମୃତାହତ ହୋଇଥାନ୍ତେ। ତେବେ ମେଟାଲ ଡିଟେକ୍ଟର ସାହାଯ୍ୟରେ ଏହି ବୋମାକୁ ଠାବ କରାଯାଇଥିଲା।

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ନକ୍ସଲଙ୍କ ଏକ ବଡ଼ଧରଣର ଆକ୍ରମଣ ଯୋଜନାକୁ ଯବାନମାନେ ପଣ୍ଡ କରିଛନ୍ତି। ଆଜି ସକାଳେ ୧୬୮ ସିଆରପିଏଫ ଯବାନ ବାସାଗୁଡ଼ା ଠାରୁ ଆବାପାଲୀ ମଧ୍ୟରେ ସର୍ଚ୍ଚ ଅପରେସନ କରୁଥିଲେ।

ଏହି ଖବର ପଢ଼ନ୍ତୁ: ସୀମାରୁ ମାଓବାଦୀଙ୍କ ବନ୍ଧୁକ ତିଆରି କାରଖାନା ଠାବ

ତେବେ ତିମାପୁର ଦୁର୍ଗାମନ୍ଦିର ପାଖରେ ରହିଥିବା ଏକ ବ୍ରିଜ ତଳେ ନକ୍ସଲ ୫୦ କିଲୋ ଓଜନର ବୋମା ଖଞ୍ଜିଥିଲେ, ଯାହା ବିସ୍ଫୋରଣ ହୋଇଥିଲେ ବହୁ ଯବାନ ମୃତାହତ ହୋଇଥାନ୍ତେ। ତେବେ ମେଟାଲ ଡିଟେକ୍ଟର ସାହାଯ୍ୟରେ ଏହି ବୋମାକୁ ଠାବ କରାଯାଇଥିଲା। ବ୍ରିଜ ତଳେ ଏକ ସ୍ଥାନରେ କଂକ୍ରିଟ କରି ସେଥିରେ ଏହି ବୋମାକୁ ଖଞ୍ଜାଯାଇଥିଲା। ବୋମା ଉପରେ ଏକ ବଡ଼ ପଥର ରଖାଯାଇଥିଲା।

ଏହି ଖବର ପଢ଼ନ୍ତୁ: ପାଣିପାଗ: ଘୁମୁସର ଉଦୟଗିରିରେ ଦିନ ତାପମାତ୍ରା ୩୦.୪, ରାତିରେ ପାରା ୬.୫ ଡିଗ୍ରି

publive-image

ଯବାନ ସେହି ବୋମାକୁ କାଢ଼ିବା ପାଇଁ ପଥରକୁ ସେଠାରୁ ହଟାଇଥିଲେ ମଧ୍ୟ ବୋମାକୁ କାଢ଼ିପାରିନଥିଲେ। ବାଧ୍ୟ ହୋଇ ବୋମା ନିଷ୍କ୍ରିୟ ଦଳକୁ ଡାକି ସେଠାରେ ହିଁ ବୋମାକୁ ନିଷ୍କ୍ରିୟ କରାଯାଇଥିଲା। ବୋମା ବିସ୍ଫୋରଣରେ ସଂପୂର୍ଣ୍ଣ ବ୍ରିଜ ନଷ୍ଟ ହେବା ସହ ୫ ଫୁଟର ଗର୍ତ୍ତ ହୋଇଥିଲା। ଏହି ବୋମା ରିମୋଟ କଂଣ୍ଟ୍ରୋଲ ଦ୍ବାରା ପରିଚାଳିତ ହୋଇଥାନ୍ତା। ରିମୋଟ ଚାପିଲେ ବୋମା ବିସ୍ଫୋରଣ ହୋଇଥାନ୍ତା। 

ତେବେ ଯବାନଙ୍କର ଏହି ସଫଳତା ପରେ ଏକ ବଡ଼ଧରଣର ନକ୍ସଲ ଆକ୍ରମଣକୁ ପଣ୍ଡ କରାଯାଇପାରିଛି ବୋଲି କୁହାଯାଇଛି। ଆଗକୁ ପଞ୍ଚାୟତ ନିର୍ବାଚନ ରହିଛି। ତେଣୁ ନକ୍ସଲ ନିର୍ବାଚନ ପୂର୍ବରୁ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ମସୁଧା କରିଥିବା କୁହାଯାଇଛି।

ଏହି ଖବର ପଢ଼ନ୍ତୁ: ହସିନାଙ୍କୁ ହଟାଇଥିବା ଲୋକେ ଅନୁତାପ କରୁଛନ୍ତି

ଏହା ପୂର୍ବରୁ ଛତିଶଗଡ଼ ସୀମାରୁ ମାଓ ଡମ୍ପ ଠାବ ହ‌ୋଇଛି। ବନ୍ଧୁକ ତିଆରି କାରଖାନା ବି ଠାବ ହୋଇଛି। ସୁକୁମା- ମାଲକାନଗିରି ସୀମାରୁ ଠାବ କରିଛନ୍ତି ଯବାନ। ଘଟଣାସ୍ଥଳରୁ ୨୧ଟି ଆଇଡି ଓ ବିଜିଏଲ ବୋମା ଜବତ ହୋଇଛି। ଏହାଛଡ଼ା ଜେନେରେଟର, ଲେଥ୍ ମେଶିନ ସାମଗ୍ରୀ, ବନ୍ଧୁକ ତିଆରି ସରଂଞ୍ଜାମ ଆଦି ମଧ୍ୟ ଜବତ ହ‌ୋଇଥିବାର ସୂଚନା ମିଳିଛି। 

ଏହି ଖବର ପଢ଼ନ୍ତୁ: ନକ୍ସଲ ପ୍ରବଣ ଅଞ୍ଚଳର ଯୁବକଯୁବତୀଙ୍କୁ ଭ୍ରମଣ କରାଇଲା ସିଆରପିଏଫ୍‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe