ନୀଳଗିରି: ଯାତ୍ରାର ଫାଇଦା ଉଠାଇ ଘରେ କଳାକନା ବୁଲାଇଲେ ଲୁଟେରା। ୨୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ଲୁଟେରା ଛୁ। ସିସିଟିଭିରେ କଏଦ ହେଲା ଚୋରି ବେଳର ଦୃଶ୍ୟ। ଏପରି ଘଟଣା ଘଟିଛି ନୀଳଗିରି ଥାନା ଅଧୀନ କାଂଶ ଗ୍ରାମର ଶୁଭ୍ରାଂଶୁ ମହାନ୍ତିଙ୍କ ଘରେ।
ସୂଚନା ମୁତାବକ ଗାଁରେ ଯାତ୍ରା ପଡ଼ିଥିବା କାରଣରୁ ପ୍ରଶାନ୍ତଙ୍କ ପରିବାର ଯାତ୍ରା ଦେଖିବା ପାଇଁ ଯାଇଥିଲେ। ଘରକୁ ୪ ଟା ରାତିରେ ଫେରିବା ବେଳକୁ ଘରର ମୁଖ୍ୟ ଫାଟକ ତାଲା ଭଙ୍ଗା ଯାଇଥିବା ଦେଖିଥିଲେ। ଘରର ସମସ୍ତ ଗଡରେଜରେ ଭଙ୍ଗାହୋଇଥିବା ବେଳେ ଗଡରେଜରେ ଥିବା ୪ ଟି ହାର , ୧୪ ଟି ମୁଦି, ୮୦୦ ଗ୍ରାମ ରୂପା ଓ ଅନ୍ୟାନ୍ୟ ଅଳଙ୍କାର ଲୁଟିନେଇଥିଲେ ଲୁଟେରା।
ନୀଳଗିରି ଥାନାରେ ଅଭିଯୋଗ
ପରେ ସିସିଟିଭିରେ ଚୋରର ଘରେ ପଶିବା ତାଲା ଭାଙ୍ଗିବା ଓ ଘରେ ଟର୍ଚ୍ ଧରି ବୁଲୁଥିବାର ଜଣେ ଚୋରର ସମସ୍ତ ଚିତ୍ର କଏଦ ହୋଇଛି।ସେହିପରି ଉକ୍ତ ଗ୍ରାମର ଜନ୍ମଞ୍ଜୟ ନାୟକଙ୍କ ଘରୁ ମଧ୍ୟ ଦେଢ ଲକ୍ଷ ଟଙ୍କାର ସୁନାଗହଣା ଲୁଟ ହୋଇଛି। ଏ ନେଇ ପ୍ରଶାନ୍ତ ଓ ଧନଞ୍ଜୟ ନାୟକ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଏଯାଏ ପୁଲିସ କାହାରିକୁ ଧରିବାରେ ସଫଳ ହୋଇନାହିଁ କି ଲୁଟ୍ ଗହଣା ଉଦ୍ଧାର କରିବାରେ ସକ୍ଷମ ହୋଇନଥିବା ଜଣାଯାଇଛି।
ଆହୁରି ପଢ଼ନ୍ତୁ: BJD Meeting: ପ୍ରଫୁଲ୍ଲଙ୍କ ବୈଠକ: ବିଜେଡି ପାର୍ଟି କାର୍ଯ୍ୟାଳୟରେ କର୍ମୀ ଶୂନ୍ୟ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/06/untitled-2025-12-06-10-33-01.png)