ଘୁ.ଉଦୟଗିରି: କିଛି ଦିନର ବ୍ୟବଧାନ ପରେ ପୁଣି ଘୁ.ଉଦୟଗିରି ଅଞ୍ଚଳକୁ ଫେରିଛି ହାଡ଼ଭଙ୍ଗା ଶୀତ। ପ୍ରବଳ ଜାଡ଼ରେ ଥରୁଛି ସାରା ଅଞ୍ଚଳ।ଜନଜୀବନ ଅସ୍ତବ୍ୟସ୍ତ। ଗତକାଲି ପାରଦ ୧୦.୪ଡିଗ୍ରି ଥିବା ବେଳେ ଆଜି ୫.୬ଡିଗ୍ରି ରେକର୍ଡ କରାଯାଇଛି।

Advertisment

ଆଗାମୀ ଦିନରେ ତାପମାତ୍ରା ଆହୁରି ତଳମୁହାଁ ହେବ

ପାରଦ ଖସିବା ସହ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଓଡ଼ିଶାର ସବୁଠାରୁ କମ୍ ତାପମାତ୍ରା ଏବଂ ଥଣ୍ଡାର ସହର ଭାବେ ଘୁ.ଉଦୟଗିରି ଚିହ୍ନଟ ହୋଇଥିବା ବେଳେ ଡିସେମ୍ବର ମାସ ଆରମ୍ଭରେ ଶୀତ ତାର ପ୍ରକୋପ ଦେଖାଇବା ଆରମ୍ଭ କରିଛି। ଆଗାମୀ ଦିନରେ ତାପମାତ୍ରା ଆହୁରି ତଳ ମୁହାଁ ହେବା ଆଶଙ୍କା କରିଛି ପାଣିପାଗ ବିଭାଗ। ସଞ୍ଜ ନଇଁଲେ ତାପମାତ୍ରା ଖସିବା ସହ ଶୀତର ପ୍ରକୋପ ବଢିବା ସହ ରାତିରେ ଜାଡ଼ ଆରମ୍ଭ ହୋଇଯାଉଛି।

ଆହୁରି ପଢ଼ନ୍ତୁ: Container Seized Cows Rescued ଗୋରୁ ବୋଝେଇ କଣ୍ଟେନର ଜବତ: ୨ ଗୋମାଫିଆ ଅଟକ, ୧୦୦ରୁ ଊର୍ଦ୍ଧ୍ବ ଗୋରୁ ଉଦ୍ଧାର

ଓଡ଼ିଶାର ଦାର୍ଜିଲିଂ ଭାବେ ପରିଚିତ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରିର ପାରଦ ତଳ ମୁହାଁ ହୋଇଛିl ପାରତଦ ତଳମୁହାଁ ହେବା ଦ୍ବାରା ସ୍ଥାନୀୟ ଅଞ୍ଚଳରେ ପୁଣି ଥରେ ଶୀତର ପ୍ରକୋପ ବଢିବାରେ ଲାଗିଛି। କିଛିଦିନର ଦିନ ବ୍ଯବଧାନରେ ପୁଣିଥରେ ପାରଦ ତଳମୁହାଁ ହୋଇଛି। ଗତ ଗୁରୁବାର ପାରଦ ୯.୮ ଥିବା ବେଳେ ଶୁକ୍ରବାର ସର୍ବନିମ୍ନ ତାପମାତ୍ରା ୧୦.୧ ଡିଗ୍ରିରେ ପହଞ୍ଚି ଥିବା ରେକର୍ଡ କରିଥିଲା କୃଷି ବୈଷୟିକ ଗବେଷଣା କେନ୍ଦ୍ର ଓ ଭାରତୀୟ ପାଣିପାଗ ବିଭାଗ। ଫଳରେ ଏହାର ପ୍ରକୋପରେ ଶୀତ ବଢ଼ିବାରେ ଲାଗିଛି। 

ଲଘୁଚାପ, ଘୂର୍ଣ୍ଣିବଳୟ ଯୋଗୁ ବର୍ଷା ଏବଂ ପରବର୍ତ୍ତୀ ସମୟରେ ପାଗ ମେଘୁଆ କାରଣରୁ ଏକ ସପ୍ତାହ ହେଲା ଶୀତ କମିଯାଇ ଥିବା ବେଳେ କାଲି ଠାରୁ ହଠାତ ଅନୁଭୂତ ହୋଇଛି ଶୀତ। କୋହଲା ପବନରେ ଦେହ କାଲୁଆ ହୋଇ ଯାଇଥିବା ବେଳେ ରାସ୍ତାକଡ଼ରେ ବସି ବ୍ଯବସାୟ କରୁଥିବା ବ୍ଯବସୀୟୀ, ଜଙ୍ଗଲ ଜାତ ସାମଗ୍ରୀ ସଂଗ୍ରହ କରି ପେଟ ପୋଷୁଥିବା ସ୍ଥାନୀୟ ଅଧିବାସୀ, ଅସହାୟ, କଚା ଘରେ ରହୁଥିବା ଲୋକଙ୍କ ପାଇଁ ପ୍ରବଳ ଶୀତ ବଢାଇ ଦେଇଛି ଚିନ୍ତା। ପୁଣି ଥରେ ଶୀତରୁ ରକ୍ଷା ପାଇବା ପାଇଁ ସକାଳ ଏବଂ ସନ୍ଧ୍ଯାରେ ରାସ୍ତାକଡ଼ରେ ନିଆଁ ପାଖରେ ବସିବା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: Two Bikers Death Accident ମୁଣ୍ଡରେ ଚଢ଼ିଗଲା ଟ୍ରଲର୍, ଚାଲିଗଲା ଦୁଇ ବାଇକ ଆରୋହୀଙ୍କ ଜୀବନ

ଯାତାୟତରେ ସମସ୍ୟା

କୁହୁଡ଼ି ଯୋଗୁଁ ଯାତାୟତରେ ସମସ୍ୟା ଦେଖା ଦେଇଛିl ସବୁଜ ବନାନୀ ଓ ଚତୁଃର ପାର୍ଶ୍ୱ ପାହାଡ଼ରେ ପରିପୂର୍ଣ ଘୁ.ଉଦୟଗିରିର ସୌନ୍ଦର୍ଯ୍ୟ କୌଣସି ପ୍ରକାର ଡାର୍ଜିଲିଂ ସୌନ୍ଦର୍ଯ୍ୟ ଠାରୁ କମ ନୁହେଁ, ଯାହାକି ପର୍ଯ୍ୟଟକଙ୍କ ମନକୁ କିଣି ନେଇ ଥାଏl ଯାହାପାଇଁ ପର୍ଯ୍ୟଟକ ଘୁ.ଉଦୟଗିରିକୁ ଆସିବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତିl ତେଣୁ ଘୁ.ଉଦୟଗିରିରେ ଥିବା ପର୍ଯ୍ୟଟନସ୍ଥଳୀର ବିକାଶ ସହ ଚଳିତ ବର୍ଷ ଶୀତ ମହୋତ୍ସବ ପାଇଁ ବାରମ୍ବାର ଦାବି ଉଠୁଛିl ଘୁ.ଉଦୟଗିରି ପ୍ରବେଶ ପଥ ଗଞ୍ଜାମ-କନ୍ଧମାଳ ସୀମାନ୍ତରେ ରହିଛି ଅଙ୍କାବଙ୍କା ଦୀର୍ଘତମ କଳିଙ୍ଗା ଘାଟି ଓ ଘାଟି ଉପରେ ରହିଛି ଶିଲଭି କଲଚର ଗାର୍ଡେନ, ଯାହାର ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କ ମନକୁ ବିମୋହିତ କରିଥାଏl