ବଣାଇଁଗଡ଼: ବଣାଇଁ ଗମଲେଇ ନିକଟରେ ଟ୍ରଲର ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ମୃତ୍ୟୁ ହୋଇଥିବା ଦୁଇ ଯୁବକଙ୍କର ପରିଚୟ ମିଳିନାହିଁ । ବଣାଇଁ ଉପଖଣ୍ଡ ଲହୁଣୀପଡ଼ା ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥ ରାସ୍ତା ଗମଲେଇ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦୁଇ ଜଣ ବାଇକ ଆରୋହୀଙ୍କର ଶୋଚନୀୟ ମୃତ୍ୟୁ ଘଟିଛି।

Advertisment

ଘଟଣାରୁ ପ୍ରକାଶ ଯେ ବାଇକ ଯୋଗେ ଦୁଇ ଜଣ ଯୁବକ ନରେନ୍ଦ୍ର ପଟୁ ଆସୁଥିବା ବେଳେ ପଛପଟୁ ଏକ ଟ୍ରଲର ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଉଭୟଙ୍କର ମୁଣ୍ଡରେ ଗାଡ଼ି ଚକା ଚଢି ଯିବାରୁ ଉଭୟଙ୍କ ମୁଣ୍ଡ ଚୁରମାର ହୋଇଯାଇଛି।

ଆହୁରି ପଢ଼ନ୍ତୁ: Container Seized Cows Rescued ଗୋରୁ ବୋଝେଇ କଣ୍ଟେନର ଜବତ: ୨ ଗୋମାଫିଆ ଅଟକ, ୧୦୦ରୁ ଊର୍ଦ୍ଧ୍ବ ଗୋରୁ ଉଦ୍ଧାର

ଟ୍ରଲର ଜବତ, ଡ୍ରାଇଭର ଥାନାରେ ଅଟକ

ଖବର ପାଇ ଲହୁଣୀପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାରେ ମୃତ ଦୁଇ ଯୁବକଙ୍କ ଶବକୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି। ଧକ୍କାରେ ଦେଇ ଥିବା ଟ୍ରଲରଟିକୁ ଜବତ କରିବା ସହ ଡ୍ରାଇଭରକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୁଲିସ୍।

ଆହୁରି ପଢ଼ନ୍ତୁ: BJD Meeting: ପ୍ରଫୁଲ୍ଲଙ୍କ ବୈଠକ: ବିଜେଡି ପାର୍ଟି କାର୍ଯ୍ୟାଳୟରେ କର୍ମୀ ଶୂନ୍ୟ