Son Attack Parents: ପୁଅର ଭୁଜାଲି ଆକ୍ରମଣରେ ବୃଦ୍ଧ ପିତାମାତା ଗୁରୁତର, ଅଭିଯୁକ୍ତ ଫେରାର

ଚାନ୍ଦବାଲି ଥାନା ଖେରଙ୍ଗ ଗ୍ରାମପଞ୍ଚାୟତ ଅନ୍ତର୍ଗତ ତଳବନ୍ଧ ଗ୍ରାମର ମନୋଜ ନାୟକ ପାରିବାରିକ କଳହ ଯୋଗୁଁ ନିଜର ବୃଦ୍ଧ ପିତା ମଧୁସୂଦନ ନାୟକ ଓ ମାତା ମାଧୁରୀ ନାୟକଙ୍କୁ ଗତକାଲି ସନ୍ଧ୍ୟା ସମୟରେ ଅତର୍କିତ ଆକ୍ରମଣ କରି ଫେରାର ହୋଇ ଯାଇଛି।  

ATTACK PARENTS

ATTACK PARENTS Photograph: (Sambad.in)

ଚାନ୍ଦବାଲି: ପୁଅର ଭୁଜାଲି ଆକ୍ରମଣରେ ବୃଦ୍ଧ ପିତାମାତା ଗୁରୁତରଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଖେରଙ୍ଗ ଗ୍ରାମପଞ୍ଚାୟତ ଅନ୍ତର୍ଗତ ତଳବନ୍ଧ ଗ୍ରାମରେ ଘଟଣା। ସୂଚନା ମୁତାବକ ଉକ୍ତ ଗ୍ରାମର ମନୋଜ ନାୟକ ପାରିବାରିକ କଳହ ଯୋଗୁଁ ନିଜର ବୃଦ୍ଧ ପିତା ମଧୁସୂଦନ ନାୟକ ଓ ମାତା ମାଧୁରୀ ନାୟକଙ୍କୁ ଗତକାଲି ସନ୍ଧ୍ୟା ସମୟରେ ଅତର୍କିତ ଆକ୍ରମଣ କରି ଫେରାର ହୋଇ ଯାଇଛି।  

ଆହୁରି ପଢ଼ନ୍ତୁ:ଆଗକୁ ବଢୁନି ଡଗରାସାହି ରେଳ ଫ୍ଲାଏ ଓଭରବ୍ରିଜ୍‌ କାମ

ପୁଅ ଓ ବୋହୂ ଫେରାର

ଆହୁରି ପଢ଼ନ୍ତୁ:ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା: ପୁଲିସ କବଜାରେ ମୁଖ୍ୟ ସାର୍ପସୁଟର ଚିଣ୍ଟୁ

ଘଟଣାସ୍ଥଳରେ ଖେରଙ୍ଗ ସରପଞ୍ଚ ଜିତେନ୍ଦ୍ର ବିଶ୍ୱାଳ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦୁଇ ବୃଦ୍ଧ ବୃଦ୍ଧାଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ଡାକ୍ତରଖାନା ନେଇଥିଲେ। ଘଟଣାସ୍ଥଳରେ ମତୋ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ତାଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ପ୍ରଥମେ ଭଦ୍ରକ ଓ ପରେ କଟକ  ରେଫର କରାଯାଇଛି । ମାଧୁରୀଙ୍କର ଅବସ୍ଥା ଗୁରୁତର ରହିଥିବା ବେଳେ ଘଟଣାରେ ପୁଲିସ ତଦନ୍ତ ଆରମ୍ଭ କରିଛି। ପୁଅ ଓ ବୋହୂ ଫେରାର ରହିଥିବା ବେଳେ ପୁଲିସ ସେମାନଙ୍କୁ ଖୋଜୁଛି।

CRIME

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe