Kanak-News-Odisha-Nirman-Conclave-2025 Journalist Ashotosh: ବିଶ୍ୱଗୁରୁ ହେବା ଲାଗି ଆମକୁ କିଛି ନୂଆ କରିବାକୁ ପଡ଼ିବ: ବରିଷ୍ଠ ସାମ୍ବାଦିକ ଆଶୁତୋଷ

ବରିଷ୍ଠ Journalist ଆଶୁତୋଷ ଯୋଗ ଦେଇ କହିଛନ୍ତି, ଆମେ ଏବେ ଏଆଇ ଯୁଗରେ ରହୁଛେ। ଆଉ ଆମ ହାତରେ ଥିବା ଆମକୁ ଏମିତି ଗୋଟିଏ ଦୁନିଆକୁ ନେଇଯାଉଛି, ଯାହା ଆମ ଭିତରେ ଥିବା ଚିନ୍ତା କରିବାର କ୍ଷମତାକୁ ଅନ୍ୟ ଉପରେ ନିର୍ଭର କରାଉଛି।  

Untitled-7

speech of journalist ashotosh at kanak-news-odisha-nirman-conclave-2025 Photograph: (sambad.in)

ଭୁବନେଶ୍ୱର: ଆଜି କନକ ନ୍ୟୁଜ୍‌ର ‘ଓଡ଼ିଶା ନିର୍ମାଣ କନକ୍ଲେଭ୍-୨୦୨୫’ର ଆରମ୍ଭ ହୋଇଛି। ‘ସମ୍ବାଦ’ ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହାର ଶୁଭାରମ୍ଭ ହୋଇଛି। ଏହି କନକ୍ଲେଭରେ ବରିଷ୍ଠ ସାମ୍ବାଦିକ ଆଶୁତୋଷ ଯୋଗ ଦେଇ କହିଛନ୍ତି, ଆମେ ଏବେ ଏଆଇ ଯୁଗରେ ରହୁଛେ। ଆଉ ଆମ ହାତରେ ଥିବା ଆମକୁ ଏମିତି ଗୋଟିଏ ଦୁନିଆକୁ ନେଇଯାଉଛି, ଯାହା ଆମ ଭିତରେ ଥିବା ଚିନ୍ତା କରିବାର କ୍ଷମତାକୁ ଅନ୍ୟ ଉପରେ ନିର୍ଭର କରାଉଛି।  

ସେ ଆହୁରି କହିଛନ୍ତି, ବିଶ୍ୱଗୁରୁ ହେବାକୁ ହେଲେ, ଆମକୁ କିଛି ନୂଆ କରିବାକୁ ପଡ଼ିବ। ହେଲେ ଗତ କିଛି ବର୍ଷ ଭିତରେ ଭାରତରେ ସାମ୍ବାଦିକତା ବହୁତ ତଳକୁ ଖସିସାରିଛି।  ଆମେରିକାରେ ଟ୍ରମ୍ପଙ୍କୁ ଆଜି ବି ଆଖିରେ ଆଖି ମିଶାଇ ସାମ୍ବାଦିକମାନେ ପ୍ରଶ୍ନ କରୁଛନ୍ତି।  ହେଲେ ଆମେ କାହିଁକି ପ୍ରଶ୍ନ କରିବାର ଶକ୍ତି ହରାଇଛେ।  ପ୍ରଶ୍ନ କରିବା ଆମେ କାହିଁକି ଭୁଲିଯାଉଛେ। ଏପରି ହେଲେ ଆମେ ବିଶ୍ୱଗୁରୁ ହୋଇପାରିବା ନାହିଁ।  ଯଦି ଗାନ୍ଧିଜୀ ଇଂରେଜଙ୍କ ଆତଙ୍କ ବିରୋଧରେ ଠିଆ ହୋଇନଥାନ୍ତେ, ଆମେ କଣ ସ୍ୱାଧୀନ ହୋଇଥାନ୍ତେ ।  ଇଂରେଜଙ୍କ ଲାଠି ଯଦି ଗାନ୍ଧିଜୀଙ୍କ ଅଣ୍ଟା ଭାଙ୍ଗିବାର ଭୟ ଥାଆନ୍ତା,  ଭଗତ ସିଂଙ୍କୁ ଯଦି ଫାଶୀ ହେବାର ଭୟ ରହିଥାନ୍ତା ତେବେ ଆମେ କଣ ସ୍ୱାଧୀନ ହୋଇଥାନ୍ତେ।  ଆମେ ସତ କହିବାକୁ କାହିଁକି ଭୁଲିଯାଇଛେ।  ଏଥିସହ ସେ କହିଛନ୍ତି  ଆମେ ସବୁବେଳେ ବିଦେଶୀ ଲୋକଙ୍କ କଥା ଶୁଣୁଛେ, ଆଉ ନିଜ ଲୋକଙ୍କୁ ଭୁଲିଯାଉଛେ।

ଆହୁରି ପଢ଼ନ୍ତୁ:BJD Facebook Post Shreemayee Mishra: ତାମିଲ ବୋହୂ ହାତରେ ଦଳକୁ ଟେକି ଦେବା ପାଇଁ ଏବେ ସଂଘବଦ୍ଧ ରଣନୀତି ଆରମ୍ଭ: ଶ୍ରୀମୟୀ ମିଶ୍ର

ସାମ୍ବାଦିକତା କରିବା ସମୟରେ ଆମକୁ କିଛି ଦରକାର ହେଲେ ଆମେ ଲାଇବ୍ରେରି ଯାଉଥିଲୁ, ହେଲେ ଏବେ ଆମକୁ ସବୁକିଛି ଗୁଗୁଲରୁ ମିଳିଯାଉଛି।  ପୂର୍ବରୁ ଆମକୁ ଫୋନ୍ ନମ୍ବର ମନେରଖିବାକୁ ପଡ଼ୁଥିଲା, ହେଲେ ଏବେ ଆଉ ସେମିତି କିଛି ବି ନାହିଁ। ପ୍ରତିଦିନ ଆମେ ମନେ ରଖିବାର କ୍ଷମତା ମଧ୍ୟ ଆମେ ହରାଉଛେ। ମୋବାଇଲ୍ ସ୍ୱାମୀ, ସ୍ତ୍ରୀକୁ ଅଲଗା କରିଦେଲାଣି। ଯିଏ ଧନୀ, ସେ ସବୁବେଳେ ଦୁନିଆକୁ କିଛି ଦେଇଛି । ମାର୍କ ଜୁକରବର୍ଗ ଦୁନିଆକୁ ଫେସବୁକ୍ ଦେଲେ। ବିଲ୍ ଗେଟସ୍ ଦୁନିଆକୁ ମାଇକ୍ରୋସଫ୍ଟ ଦେଲେ, ଜେଫ୍ ବେଜୋସ୍ ଦୁନିଆକୁ ଆମାଜନ୍ ଦେଲେ । ଆଉ ଆଜି ଏହି ଲୋକମାନେ ବିଶ୍ୱର ଧନୀ ବ୍ୟକ୍ତିତ୍ୱ।  ଆମେ ଆମ ଟ୍ୟାଲେଣ୍ଟକୁ ଗୁରୁତ୍ୱ ଦେଉନେ।  ଆମେ କେବଳ କୋଠା ଘରେ ବିଶ୍ୱବିଦ୍ୟାଳୟ ଖୋଜୁଛେ।

ଆହୁରି ପଢ଼ନ୍ତୁ:Chief Minister gives strong words: ଜିଲ୍ଲାପାଳ, ଏସ୍‌ପିଙ୍କୁ କଡ଼ା କଥା ଶୁଣାଇଲେ ମୁଖ୍ୟମନ୍ତ୍ରୀ: ‘ଦୁର୍ନୀତିକୁ ବରଦାସ୍ତ କରିବିନି’ 

ଓଡ଼ିଶା ନିର୍ମାଣ ପୂର୍ବରୁ ତାର ନକ୍ସା ପ୍ରସ୍ତୁତ କରିବାକୁ ନିର୍ମାତାମାନଙ୍କୁ ଅନୁରୋଧ

ଏହି କନକ୍ଲେଭରେ ‘ସମ୍ବାଦ’ ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ସ୍ବାଗତ ଭାଷଣ ଦେଇ କହିଛନ୍ତି, ଓଡ଼ିଶା ନିର୍ମାଣ କଥା ଭାବିବା ବେଳେ ଗୋଟିଏ ଧନୀ ପ୍ରଦେଶରେ ଗରିବ ଲୋକଙ୍କୁ ନେଇ ଓଡ଼ିଶା ଗଠିତ ବୋଲି ମନେ ପଡ଼ୁଛି। ଓଡ଼ିଶା ନିର୍ମାଣ ପୂର୍ବରୁ ତାର ନକ୍ସା ପ୍ରସ୍ତୁତ କରିବାକୁ ନିର୍ମାତାମାନଙ୍କୁ ଅନୁରୋଧ। ଏହି ନକ୍ସା ସଂପର୍କରେ ଚିନ୍ତା କରିବାର ସମୟ ଆସିଛି। ୧୯୩୬ରେ ଆମେ ସ୍ବତନ୍ତ୍ର ହେଲେ, ୧୯୪୭ରେ ସ୍ବାଧୀନତା ପାଇଲୁ। ୨୦୩୬ରେ ଆମେ ନୂଆ ଓଡ଼ିଶା ନିର୍ମାଣ କଥା ଭାବୁଛି। ବାଲିଚୋରା, ଖଣିଚୋରାମାନଙ୍କୁ ଆମେ ପ୍ରଶ୍ରୟ ଦେବା ନାହିଁ ବୋଲି ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ। କେହି ବାସହୀନ ରହିବେ ନାହିଁ, କେହି ଚୋର ରହିବେ ନାହିଁ ଏଭଳି ବ୍ୟବସ୍ଥା ହେବା ଦରକାର। ବର୍ତ୍ତମାନ ସମସ୍ତେ ଆୟୁଷ୍ମାନ କାର୍ଡ ପାଉଛନ୍ତି। ଆମ ସ୍ବାସ୍ଥ୍ୟାବସ୍ଥା ଉପରେ ସରକାର ନଜର ରଖିଛନ୍ତି। ହେଲେ ସବୁ କଥାକୁ ଆମେ ରାଜନୀତି କରିବା ଅନୁଚିତ। ଓଡ଼ିଶା‌କୁ ଯାହା ଜଗନ୍ନାଥ ଦେଇଛନ୍ତି, ତାହା ଅନ୍ୟ କୌଣସି ରାଜ୍ୟକୁ ଦେଇନାହାନ୍ତି। ଏଠି ହିନ୍ଦୁ-ମୁସଲିମ୍ ଗଣ୍ଡଗୋଳ ନାହିଁ, ଜାତିଭେଦ ନାହିଁ। ସର୍ବୋପରି ନୂଆ ଓଡ଼ିଶା ନିର୍ମାଣ ପାଇଁ ସଂକଳ୍ପ ଜରୁରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe