Sriyanka Returns Twenty20 Team ଅଷ୍ଟ୍ରେଲିଆ ଗସ୍ତ ଲାଗି ଭାରତୀୟ ମହିଳା ଦଳ ଘୋଷିତ: ଟ୍ବେଣ୍ଟି-୨୦ ଦଳକୁ ଫେରିଲେ ଶ୍ରୀୟଙ୍କା

Advertisment

ଭାରତୀୟ Twenty20କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ସମ୍ପୂର୍ଣ୍ଣ ଫିଟ୍‌ ହୋଇଥିବା ଶ୍ରୀୟଙ୍କା ପାଟିଲ। ଚଳିତ ବର୍ଷ ଫେବ୍ରୁଆରି-ମାର୍ଚ୍ଚରେ ହେବାକୁଥିବା ଅଷ୍ଟ୍ରେଲିଆ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ଲାଗି ତାଙ୍କୁ ଦଳରେ ସ୍ଥାନ ମିଳିଛି।

ଭାରତୀୟ Twenty20କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ସମ୍ପୂର୍ଣ୍ଣ ଫିଟ୍‌ ହୋଇଥିବା ଶ୍ରୀୟଙ୍କା ପାଟିଲ। ଚଳିତ ବର୍ଷ ଫେବ୍ରୁଆରି-ମାର୍ଚ୍ଚରେ ହେବାକୁଥିବା ଅଷ୍ଟ୍ରେଲିଆ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ଲାଗି ତାଙ୍କୁ ଦଳରେ ସ୍ଥାନ ମିଳିଛି।

Untitled

Sriyanka returns to the Twenty20 team Photograph: (sambad.in)

ନୂଆଦିଲ୍ଲୀ: ଭାରତୀୟ ଟ୍ବେଣ୍ଟି-୨୦କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ସମ୍ପୂର୍ଣ୍ଣ ଫିଟ୍‌ ହୋଇଥିବା ଶ୍ରୀୟଙ୍କା ପାଟିଲ। ଚଳିତ ବର୍ଷ ଫେବ୍ରୁଆରି-ମାର୍ଚ୍ଚରେ ହେବାକୁଥିବା ଅଷ୍ଟ୍ରେଲିଆ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ଲାଗି ତାଙ୍କୁ ଦଳରେ ସ୍ଥାନ ମିଳିଛି। ଶେଷ ଥର ଲାଗି ଶ୍ରୀୟଙ୍କା ୨୦୨୪ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଖେଳିଥିଲେ। ଗତ ବ‌ର୍ଷ ସେ ଏକାଧିକ ଥର ଆହତ ଜନିତ ସମସ୍ୟାରେ ପଡ଼ିବାରୁ ଡବ୍ଲୁପିଏଲ୍‌ ସହ ଅନ୍ତର୍ଜାତୀୟ ମ୍ୟାଚ୍‌ ହାତଛଡ଼ା କରିଥିଲେ। ଚଳିତ ବର୍ଷ ସେ ସଂପ୍ରତି ଚାଲିଥିବା ଡବ୍ଲୁପିଏଲ୍‌କୁ ପ୍ରତ୍ୟାବର୍ତ୍ତନ କରି ଆର୍‌ସିବି ପକ୍ଷରୁ ଖେଳୁଛନ୍ତି। ଗତ ଶୁକ୍ରବାର ଗୁଜରାଟ ଜାଏଣ୍ଟ୍‌ସ ବିପକ୍ଷରେ ସେ ୫ ୱିକେଟ୍‌ ସଫଳତା ପାଇ ଦୃଢ଼ ପ୍ରତ୍ୟାବର୍ତ୍ତନ କରି ଭାରତୀୟ ଦଳରେ ସ୍ଥାନ ପାଇବା ନେଇ ଚୟନକର୍ତ୍ତାଙ୍କୁ ଆକର୍ଷଣ କରିଥିଲେ। ତାଙ୍କ ସହ ଦଳକୁ ମଧ୍ୟକ୍ରମ ବ୍ୟାଟର୍‌ ଭାରତୀ ପୁଲମାଳି ପ୍ରତ୍ୟାବର୍ତ୍ତନ କରିଛନ୍ତି।

 ୨୦୧୯‌ରେ କେବଳ ୨ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ଫୁଲମାଳି ଗତ ଡବ୍ଲୁପିଏଲ୍‌ ଋତୁରେ ୬ ମ୍ୟାଚ୍‌ ଖେଳି ୧୭୨.୭୨ ଷ୍ଟ୍ରାଇକ୍‌ରେଟ୍‌ରେ ୧୩୩ ରନ୍‌ କରିଥିଲା ବେଳେ ଚଳିତ ଋତୁରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଛନ୍ତି। ମୁମ୍ବାଇ ବିପକ୍ଷରେ ୧୯ ବଲ୍‌ରୁ ୩୬ ଓ ଆର୍‌ସିବି ବିପକ୍ଷରେ ୨୦ ବଲ୍‌ରୁ ୩୯ ରନ୍‌ କରି ଚୟନକର୍ତ୍ତାଙ୍କ ନଜରକୁ ଆସିଥିଲେ ଫୁଲମାଳି। ତେବେ ଗତ ଶ୍ରୀଲଙ୍କା ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଖେଳିଥିବା ହର୍ଲିନ ଦେଓଲ କେବଳ ଟ୍ବେଣ୍ଟି-୨୦ ଦଳରେ ସ୍ଥାନ ପାଇ ନ ଥିଲା ବେଳେ ଦିନିକିଆ‌ ଦଳରେ ରହିଛନ୍ତି। ଜି କମଳିନୀ ଓ କାଶ୍‌ଭୀ ଗୌତମ ଦିନିକିଆ ଦଳ ଜାଗା ପାଇଥିଲା ବେଳେ ବିଶ୍ବକପ୍‌ ବିଜେତା ଦଳରେ ଥାଇ ମଧ୍ୟ ଗୋଟିଏ ହେ‌ଲେ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇ ନଥିବା ରାଧା ଯାଦବ ଓ ଅରୁନ୍ଧତୀ ରେଡ୍ଡୀ ବାଦ୍‌ ପଡ଼ିଛନ୍ତି। ତେବେ ଏକମାତ୍ର ଟେଷ୍ଟ୍‌ ଲାଗି ଭାରତୀୟ ଦଳ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ ‌ବୋଲି ବିସିସିଆଇ କହିଛି। ୩ଟି ଯାକ ଟ୍ବେଣ୍ଟି-୨୦ ଫେବ୍ରୁଆରି ୧୪ରେ ସିଡ୍‌ନି, ୧୯ରେ ମନୁକା ଓଭାଲ ଓ ୨୧ରେ ଆଡିଲେଡ୍‌ରେ ଖେଳାଯିବ। ଏହାପରେ ୩ ଦିନିକିଆ ଯଥାକ୍ରମେ ଫେବ୍ରୁଆରି ୨୪ (ବ୍ରିସ୍‌ବେନ୍‌) ଏବଂ ଫେବ୍ରୁଆରି ୨୭ ଓ ମାର୍ଚ୍ଚ ୧ (ହୋବାର୍ଟ)ରେ ଖେଳାଯିବ। ଏହାପରେ ଏକମାତ୍ର ଟେଷ୍ଟ୍‌ ମ୍ୟାଚ୍‌ ମାର୍ଚ୍ଚ ୬ରୁ ୯ ତାରିଖ ପର୍ଯ୍ୟନ୍ତ ପର୍ଥରେ ଖେଳି ଅଷ୍ଟ୍ରେଲିଆ ଗସ୍ତ ଶେଷ କରିବା ଭାରତୀୟ ମହିଳା ଦଳ।

ଆହୁରି ପଢ଼ନ୍ତୁ:2 Brothers Death Accident ଚାଲିଚାଲି ଆସୁଥିବା ବେଳେ ଧକ୍କା ଦେଲା ବୋଲେରୋ, ଆଖି ବୁଜିଲେ ଦୁଇ ଭାଇ

ଭାରତୀୟ ଟ୍ବେଣ୍ଟି-୨୦ ଦଳ

ଭାରତୀୟ ଟ୍ବେଣ୍ଟି-୨୦ ଦଳ: ହର୍‌ମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମନ୍ଧାନା (ଉପଅଧିନାୟିକା), ଶେଫାଳି ବର୍ମା, ରେଣୁକା ଠାକୁର, ଶ୍ରୀ ଚରଣୀ, ବୈଷ୍ଣବୀ ଶର୍ମା, କ୍ରାନ୍ତି ଗୌଡ଼, ସ୍ନେହ ରାଣା, ଦୀପ୍ତି ଶର୍ମା, ରିଚା ଘୋଷ (ୱିକେଟ୍‌କିପର), ଜି କମଳିନୀ (ୱିକେଟ୍‌କିପର), ଅରୁନ୍ଧତୀ ରେଡ୍ଡୀ, ଅମନଜୋତ କୌର, ଜେମିମା ରଡ୍ରଗ୍ସ, ଭାରତୀ ଫୁଲମାଳି, ଶ୍ରୀୟଙ୍କା ପାଟିଲ।

ଆହୁରି ପଢ଼ନ୍ତୁ:2 Young Men Death Accident ବାଇକରେ ଜଳେଶ୍ଵର ଷ୍ଟେସନକୁ ଯାଉଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ଯୁବକଙ୍କ ଜୀବନ
ଭାରତୀୟ ଦିନିକିଆ ଦଳ: ହର୍‌ମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମନ୍ଧାନା (ଉପଅଧିନାୟିକା), ଶେଫାଳି ବର୍ମା, ରେଣୁକା ଠାକୁର, ଶ୍ରୀ ଚରଣୀ, ବୈଷ୍ଣବୀ ଶର୍ମା, କ୍ରାନ୍ତି ଗୌଡ଼, ସ୍ନେହ ରାଣା, ଦୀପ୍ତି ଶର୍ମା, ରିଚା ଘୋଷ (ୱିକେଟ୍‌କିପର), ଜି କମଳିନୀ (ୱିକେଟ୍‌କିପର), କାଶ୍‌ଭୀ ଗୌତମ, ଅମନଜୋତ କୌର, ଜେମିମା ରଡ୍ରଗ୍ସ, ହର୍ଲିନ ଦେଓଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe