ବର୍ଷାରେ ଫସଲହାନୀ ହୋଇଥିଲେ ଚାଷୀଙ୍କୁ କ୍ଷତିପୂରଣ ମିଳିବ: ମନ୍ତ୍ରୀ

ବର୍ଷାରେ ଫସଲହାନୀ ହୋଇଥିଲେ ଚାଷୀମାନଙ୍କୁ କ୍ଷତିପୂରଣ ମିଳିବ। ଫସଲହାନୀର ତଦାରଖ କରିବା ପାଇଁ ଏକ କମିଟି ଗଠନ କରାଯିବ। ଏହି କମିଟି ସ୍ପଟ୍କୁ ଯାଇ ତଦନ୍ତ କରିବ। ଫସଲହାନୀ ହୋଇଥିଲେ କ୍ଷତିପୂରଣ ମିଳିବ। ସବୁ ଚାଷୀମାନଙ୍କୁ ବୀମାଭୁକ୍ତ କରାଯାଇଛି।

Pradip Balasamant

Pradip Balasamant Photograph: (Sambad )

ଭୁବନେଶ୍ବର: ଚଳିତ ମାସ ୧୭ ତାରିଖ ଠାରୁ ରାଜ୍ୟରେ ବର୍ଷା ଜାରି ରହିଛି। ବଡ଼ଧରଣର ବର୍ଷା ହୋଇ ନଥିବା ବେଳେ ହାଲୁକାରୁ ମଧ୍ୟମଧରଣର ବର୍ଷା ଚାଷୀକୁଳଙ୍କୁ କ୍ଷତି ପହଞ୍ଚାଇଛି। ଫସଲ ଅମଳ ସମୟରେ ବର୍ଷା ଜାରି ରହିଥିବାରୁ ଚାଷୀମାନେ ହନ୍ତସନ୍ତ ହେଉଛନ୍ତି। ଚାଷୀମାନଙ୍କର ଧାନ ଏବେ ଖେତରେ ଥିବା ବେଳେ ଏଥିରେ ଗଜା ହେବାର ଆଶଙ୍କା ଉପୁଜିଛି। ଏହାରି ମଧ୍ୟରେ ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ବୟାନ ଚାଷୀମାନଙ୍କୁ ଆଶସ୍ତି ପ୍ରଦାନ କରିଛି। 

ଏହି ଖବର ପଢ଼ନ୍ତୁ: ପାଣିପାଗ: ରାଜ୍ୟରେ ବର୍ଷା ଜାରି: ଚିନ୍ତାରେ ଚାଷୀ

ରାଜ୍ୟରେ ବିଗତ କିଛି ଦିନ ହେଲା ଲାଗି ରହିଥିବା ବର୍ଷା ଯୋଗୁଁ ଚାଷୀମାନଙ୍କର କ୍ଷତି ହେଉଛି। ଏବେ ମଣ୍ଡିରେ ଧାନ ପଡ଼ିଥିବା ବେଳେ କ୍ଷେତରେ ମଧ୍ୟ ଫସଲ କଟାଯାଇଛି। ଚାଷୀମାନେ ପାଣିଭିତରୁ ଧାନ ଛାଣୁଛନ୍ତି। ଋଣକରି ଚାଷ କରିଥିବା ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। 

ଏହି ଖବର ପଢ଼ନ୍ତୁ: ଝିପିଝିପି ବର୍ଷା ଜାରି: ମଣ୍ଡିରେ ଖୋଲା ଆକାଶ ତଳେ ପଡ଼ିରହିଛି ଧାନବସ୍ତା

ଶ୍ରୀ ବଳସାମନ୍ତ କହିଛନ୍ତି ଯେ, ବର୍ଷାରେ ଫସଲହାନୀ ହୋଇଥିଲେ ଚାଷୀମାନଙ୍କୁ କ୍ଷତିପୂରଣ ମିଳିବ। ଫସଲହାନୀର ତଦାରଖ କରିବା ପାଇଁ ଏକ କମିଟି ଗଠନ କରାଯିବ। ଏହି କମିଟି ସ୍ପଟ୍କୁ ଯାଇ ତଦନ୍ତ କରିବ। ଫସଲହାନୀ ହୋଇଥିଲେ କ୍ଷତିପୂରଣ ମିଳିବ। ସବୁ ଚାଷୀମାନଙ୍କୁ ବୀମାଭୁକ୍ତ କରାଯାଇଛି। ବୀମା କଂପାନିଙ୍କ ଉପରେ ନଜର ରଖାଯାଇଛି। କୌଣସି କଂପାନି ଠକି ପାରିବେ ନାହିଁ। 

ଏହି ଖବର ପଢ଼ନ୍ତୁ: ନବୀନଙ୍କୁ ମିଳୁ ଭାରତରତ୍ନ, ଦାବି କଲେ କେନ୍ଦ୍ର ମନ୍ତ୍ରୀ

ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଉତ୍ତର ତାମିଲନାଡୁ ଉପକୂଳରେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, କଟକ-ଭୁବନେଶ୍ବର ସମେତ ୯ ଜିଲ୍ଲାକୁ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଫଳରେ ଏହି ସମୟ ମଧ୍ୟରେ କଳାହାଣ୍ଡି, କନ୍ଧମାଳ, ଗଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା, କଟକ, ରାୟଗଡ଼ା ଓ ପୁରୀରେ ହାଲୁକାରୁ ମଧ୍ୟମଧରଣର ବର୍ଷା ଜାରି ରହିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଗଜପତି, ଖୋର୍ଦ୍ଧା, କଟକ, ରାୟଗଡ଼ା, ବାଲେଶ୍ବର, ମୟୂରଭଂଜ, କେନ୍ଦୁଝର, ଭଦ୍ରକ ଓ କେନ୍ଦ୍ରାପଡ଼ା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଏହି ଖବର ପଢ଼ନ୍ତୁ: ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ କଲେନି ବିଜେଡି ସରକାର: ମନମୋହନ ସାମଲ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe